ଯାତ୍ରା ସୁପରଷ୍ଟାର ହିରୋଇନ Kaberi ପାଢ଼ୀ ଙ୍କ ବିଷୟରେ ଏହି କଥା ଜାଣିଛନ୍ତି କି ଆପଣ,ଯାତ୍ରା ଦେଖି ଆସିଥିବା ଦର୍ଶକ ଙ୍କ ସହ ହେଇଗଲା ପ୍ରେମ ଆଉ ତାପରେ…ଦେଖନ୍ତୁ Video

Spread the love

ପ୍ରେମ ସବାରିର ସେ ପ୍ରୀତି ନାୟିକା।ଅଧା ସପନରେ ରାତି ପାହି ଯିବାରୁ ତାଙ୍କ ଗଳ୍ପ ଅଳ୍ପ ହୋଇ ରହିଗଲା।୧୦୦ ମାନସିକ କରି ସେ ସାଜନ୍ତି ଅର୍ଧାଗିନି ପୁଣି ରଙ୍ଗବତୀ ହୋଇ ରୁସନ୍ତି ବି। ବେଳ ବୁଡ଼ିଗଲେ ସେ ନିଜେ ବେବିନା ହୋଇ କାନ୍ଦନ୍ତି।ଆଉ କନ୍ଦାନ୍ତି ଆଖ ପାଖରେ ଘେରିଥିବା ସମସ୍ତଙ୍କୁ।ତାଙ୍କ ଶେଷ ଠିକଣା ସ୍ବର୍ଗ ଦ୍ବାରା ଅଥଚ ତାଙ୍କୁ ଛୁଇଁଲେ ପାପ ହେଲେ ତାଙ୍କୁ ଭୁଲି ହୁଏନା କାରଣ ସେ ମଧୂମାଳତି।

ଏ ସେଇ ସୁନା ଝିଅ ଶିବାନୀ ଯାହାଙ୍କ ପ୍ରେମ କିଛି କାହାଣୀ ଠାରୁ କମ ନୁହେଁ।ପ୍ରେମ ତାଙ୍କ ପାଇଁ ଚମତ୍କାର ଅନୁଭବ ଏକ ବିରଳ ସଂଯୋଗ। ଆକାଶରୁ ଖସିଥିବା ଚାନ୍ଦଙ୍କ ଧରି ସେ ଧରଣୀ ଛାତିରେ ସଂସାର ଗଢ଼ିଛନ୍ତି।ତାହା ପୁଣି ଯାବତୀୟ ନାହିଁ ନାହିଁକୁ ଖାତିର ନ କରି।ଏହା ହେଉଛି ଯଲିଉଡର ଚୁଲବୁଲ ନାୟିକା କାବେରୀ ପାଢ଼ୀଙ୍କ ପ୍ରେମ ଜୀବନ ଯାତ୍ରାର କଥା।

ଫିଲ୍ମର କାହାଣୀ ପରି ମଞ୍ଚ ନାୟିକାଙ୍କୁ ନେଇ ଗଢନ୍ତି ସ୍ୱପ୍ନର ତାଜ ମହଲ।କେବଳ ତାଙ୍କୁ ହିଁ ଦେଖିବା ପାଇଁ ସବୁବେଳେ ଆଗ ଧାଡ଼ିର ଟିକେଟ କାଟନ୍ତି।ପୁଣି କାବେରୀଙ୍କ ବିନା ତାଙ୍କ ଯାତ୍ରା ଦେଖା ବନ୍ଦ ହୁଏ।ଅନୁଗୁଳ ଦୁର୍ଗା ପୂଜା ପଡ଼ିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ।ସାଙ୍ଗମାନଙ୍କ ସହ ଯାତ୍ରା ଦେଖିବାକୁ ଆସିଥିଲେ ସୁଶାନ୍ତ ପାଢ଼ୀ।

ବସିଥିଲେ ଆଗ ଧାଡିରେ।ମଞ୍ଚକୁ ଆସିବା ମାତ୍ରେ ହିଁ ତାଙ୍କୁ କିମିଆ କରିଦେଲେ କାବେରୀ।ବାସ ସେହି ପ୍ରଥମ ଦେଖାରୁ ମନ ରହିଯାଇଥିଲା ତାଙ୍କରି ପାଖରେ।ଯାତ୍ରା ସରିଲା ଯାତ୍ରା ଦଳ ସେଠାରୁ ଚାଲିଗଲା।ହେଲେ ସୁଶାନ୍ତଙ୍କ ମନରେ କାବେରୀ ରହିଲେ ଅଲିଭା ଦାଗ ଭଳି। ମନେ ମନେ ପ୍ରେମ କରି ବସିଲେ ସୁଶାନ୍ତ।

ଏମିତି କଟି ଯାଇଥିଲା ୪ ବର୍ଷ।ପୁଣି ଥରେ ସେହି ସମାନ ସ୍ଥାନରେ ଦେଖା ହୋଇଥିଲା।ପ୍ରତିଦିନ ଯାତ୍ରା ଦେଖିବାକୁ ଯାଆନ୍ତି ସୁଶାନ୍ତ। ଧୀରେ ଧୀରେ ପ୍ରେମର କଡି ଫୁଟିବା ଆରମ୍ଭ ହେଲା।ଯାତ୍ରା ପାର୍ଟିର ବରିଷ୍ଠ କଳାକାରଙ୍କ ସହାୟତାରେ ତାଙ୍କୁ ଭେଟିଲେ ସୁଶାନ୍ତ। ଭେଟି ଫେରିବା ବେଳେ ମାଗି ନେଇଥିଲେ କାବେରୀଙ୍କ ଫୋନ ନମ୍ବର।

ଏହା ପରେ ନିଜ ଘର ଲୋକଙ୍କୁ ଏହା ଜଣାଇଲେ।ହେଲେ ସ୍ଵୀକୃତି ପାଇ ନଥିଲେ। ଖାସ କାବେରୀଙ୍କୁ ପାଇବା ପାଇଁ ଘର ଛାଡ଼ି ପଳେଇ ଆସିଲେ ସୁଶାନ୍ତ।ଦୁଇ ବର୍ଷ ହେବ ସ୍ଵର୍ଣ୍ଣ ମହଲରେ ଅଛନ୍ତି କାବେରୀ ଓ ସୁଶାନ୍ତ ଏହି ପାର୍ଟିର ମ୍ୟାନେଜର। ପରିବାର ବଢ଼ିଛି ଏହା ସହ ହସ ଖୁସିରୁ ଦାୟିତ୍ଵ ମଧ୍ୟ ଲମ୍ବିଛି।

ସୁଶାନ୍ତଙ୍କ ଅସରନ୍ତି ଭଲ ପାଇବା ସେମିତି ଅଛି ଯେମିତି ଥିଲା ପ୍ରଥମ ଦେଖାର ଆଧୁନିକ ପ୍ରେମ। କାବେରୀ ଏବେ ଯଲିଉଡର ଷ୍ଟାର ନାୟିକା।ସେ ଅନେକ ଯାତ୍ରାରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।ଦର୍ଶକଙ୍କ ମନରେ ସେ ଏବେ ବି ରାଜ କରୁଛନ୍ତି।

Leave a Reply

Your email address will not be published. Required fields are marked *