ମ୍ୟାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ – Matric Result କୁ ନେଇ ଝିଅଟି ଏପରି କଥା କହିଦେଲା ଯାହା ସାରା ଓଡ଼ିଶାର ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଘୁରି ବୁଲୁଚି – ଦେଖନ୍ତୁ କଣ କହିଲେ

Spread the love

୨-୩ ଦିନ ତଳେ ଶିକ୍ଷା ବିଭାଗ ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶ କରିଛନ୍ତି।ଯାହାକୁ ନେଇ ଅନେକ ଛାତ୍ର ଛାତ୍ରୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି।ସେମାନେ ସରକାରଙ୍କର ଏହି ମୁଲ୍ୟାୟନରେ ସମ୍ପୂର୍ଣ୍ଣ ରୂପେ ଅସନ୍ତୁଷ୍ଟ ରହିଛନ୍ତି।ସେମାନଙ୍କର କହିବା ଅନୁସାରେ ସେମାନଙ୍କର ମୁଲ୍ୟାୟନ ସଠିକ ରୂପରେ କରାଯାଇନାହିଁ।ଏହା ସହିତ ସେମାନଙ୍କର ଆଉ ଥରେ ମୁଲ୍ୟାୟନ କରାଯାଉ।ଏହି ଦାବି ନେଇ ଅନେକ ଛାତ୍ରଛାତ୍ରୀ ନିଜର ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।ସେମାନଙ୍କର କହିବା ଅନୁସାରେ ଏହି ମୁଲ୍ୟାୟନ ସମ୍ପୂର୍ଣ୍ଣ ରୂପେ ଭୁଲ ଅଟେ।

ଯେହେତୁ ଗତ ବର୍ଷ କୌଣସି ପରୀକ୍ଷା କରାଯାଇ ନଥିଲା ସେମାନଙ୍କୁ ସେମାନଙ୍କର ପୂର୍ବ ବର୍ଷର ପରୀକ୍ଷାର ଫଳାଫଳକୁ ନଜରରେ ରଖି ସେମାନଙ୍କୁ ନମ୍ୱର ଦିଆ ଯାଇଛି।କିନ୍ତୁ ପ୍ରାୟତଃ ଅନେକ ଛାତ୍ରଛାତ୍ରୀ ଏହି ମୂଲ୍ୟାୟନରେ ସମ୍ପୂର୍ଣ୍ଣ ରୂପେ ଅସନ୍ତୁଷ୍ଟ ରହିଛନ୍ତି।ସେମାନଙ୍କ ମଧ୍ୟରୁ କେହି କେହି ଆତ୍ମହତ୍ୟାର ଧମକ ମଧ୍ୟ ଦେଉଛନ୍ତି।ସେମାନଙ୍କର କହିବା ଅନୁସାରେ ସେମାନେ ନିଜର ଦକ୍ଷତା ଠାରୁ ବହୁତ କମ ନମ୍ବର ପାଇଛନ୍ତି।ତେଣୁ ସେମାନଙ୍କର ଆଉଥରେ ପୁନଃ ମୁଲ୍ୟାୟନ କରାଯାଉ।

ଏହା ସହିତ ସେମାନଙ୍କର କହିବା କଥା କି କିଛି ପିଲାଙ୍କର ଏତେ କମ ନମ୍ବର ଆସିଛି ଯାହା ସେମାନଙ୍କର ଦକ୍ଷତା ଠାରୁ ବହୁତ କମ ଅଟେ।ତେବେ ସରକାର ସେମାନଙ୍କୁ କିଛି ସହାନୁଭୂତି ଦେଖାଇବ ଆବଶ୍ୟକ ବୋଲି ସେମାନେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି।ଏହା ସହିତ ସରକାରଙ୍କ ନିୟମ ଅନୁସାରେ ଯଦି କୌଣସି ଛାତ୍ରଛାତ୍ରୀ ନିଜର ନମ୍ବରରେ ଖୁସି ନଥାନ୍ତି ସେମାନେ ପୁନଃ ପରୀକ୍ଷା ଦେଇ ପାରିବେ।କିନ୍ତୁ ସେହି ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ସେମାନଙ୍କୁ ଭଲ ନମ୍ୱର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାଙ୍କର ବିଦ୍ୟାଳୟର ଶିକ୍ଷକ।

ଫଳରେ ସେମାନେ ନିଜର ପାଠ ପଢ଼ାରେ କିଛିଟା ହେଳା କରିଥିଲେ।ପୁନଶ୍ଚ ୩ ମାସ ପରେ ଅଚାନକ ରାଜ୍ୟ ଶିକ୍ଷା ବିଭାଗ ନିଜ ଇଚ୍ଛା ଅନୁସାରେ ନମ୍ବର ପ୍ରକାଶ କଲାପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନଙ୍କୁ ପୁନଶ୍ଚ ପରୀକ୍ଷା ପାଇଁ କହିବା ଉପରେ ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ରୂପେ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି।ଏହା ସହିତ ପୁରୀର ଏକ ଶିଶୁ ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ରୂପେ ଅସନ୍ତୁଷ୍ଟ ଅଛନ୍ତି।ସେମାନଙ୍କୁ ସେମାନଙ୍କର ଦକ୍ଷତା ଠାରୁ ବହୁତ ଅଧିକ କମ ନମ୍ୱର ମିଳିଛି ବୋଲି ସେମାନେ ଦାବି କରିଛନ୍ତି।

ଏହା ସହିତ କିଛି ଛାତ୍ରଛାତ୍ରୀ ନିଜର ଏହି ଅଭିଯୋଗ ଓ ଧାରଣାକୁ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।ତେବେ ସରକାର ସେମାନଙ୍କର କଥା ଶୁଣିବେ ନା ନାହିଁ ତାହା ଏବେ ଯାଏ ମଧ୍ୟ ଜଣା ପଡିନାହିଁ।ତେବେ ସରକାର ନିଜର ନିଷ୍ପତିରେ କିପରି ଭାବରେ ପରିବର୍ତ୍ତନ କରିବେ ତାହା ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।ତେବେ ସରକାର ନିଜର ନିଷ୍ପତିରେ ହୁଏତ ଅଟଳ ରହି ପାରନ୍ତି।କିନ୍ତୁ ବିଦ୍ୟାଳୟର ଶିକ୍ଷକ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁସାରେ ନମ୍ବର ଦେବାର ଆବଶ୍ୟକତା ଥିଲା।ଯାହା ହୋଇଥିଲେ ଏପରି ସମସ୍ତ ଉପୁଜି ନଥାନ୍ତା।ତେବେ ସମସ୍ତ ଛାତ୍ରଛାତ୍ରୀ ଆଶା କରୁଛନ୍ତି ସରକାର ସେମାନଙ୍କର ଦାବିକୁ ଗ୍ରହଣ କରିବେ ଓ ସେମାନଙ୍କର ନମ୍ବରରେ କିଛି ଉନ୍ନତି କରିବେ।

Leave a Reply

Your email address will not be published. Required fields are marked *