ଜବ କାର୍ଡ କିପରି ଡାଉନଲୋଡ କରିବେ ?ନିଜ ମୋବାଇଲ ରେ ନିଜେ ଏବେ କରିପାରିବେ ନିଜ ଘର ଲୋକଙ୍କ ଜବ କାର୍ଡ ଡାଉନଲୋଡ

Spread the love

ଯଦି ଆପଣ ଜଣେ ଜବ କାର୍ଡ ଉପଭୋକ୍ତା ଓ ଆପଣ ନିଜର ଜବ କାର୍ଡ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତେବେ ଆପଣ ସହଜରେ ଅନଲାଇନ ମାଧ୍ୟମରେ ନିଜର ଜବ କାର୍ଡ ଡାଉନଲୋଡ କରି ପାରିବେ।ସରକାର ଗରିବ ଶ୍ରମିକଙ୍କ ପାଇଁ ଜବ କାର୍ଡ ଯୋଜନା ଚାଲୁ କରିଛନ୍ତି।ଯେଉଁ ଜବ କାର୍ଡ ସାହାଯ୍ୟରେ ସେମାନେ ସରକାରଙ୍କ ଦ୍ଵାରା ଉଦ୍ଧିଷ୍ଟ ଅନେକ ସୁବିଧା ଓ ସହଯୋଗର ଲାଭ ଉଠାଇ ପାରିବେ।ତେବେ ସରକାରଙ୍କର ସେହି ସମସ୍ତ ଯୋଜନାରେ କେବଳ ଜବ କାର୍ଡ ଥିବା ବ୍ୟକ୍ତି ଅଂଶ ଗ୍ରହଣ କରି ପାରିବେ।

ସେଥିପାଇଁ ଆପଣଙ୍କ ନିକଟରେ ଆପଣଙ୍କର ଜବ କାର୍ଡ ରହିବା ନିହାତି ଆବଶ୍ୟକ।ଅନେକ ବ୍ୟକ୍ତି ମାନେ ନିଜର ଏହି ଅବହେଳା ପାଇଁ ସୁବିଧା ପାଇବାରୁ ବଞ୍ଚିତ ହୋଇଥାନ୍ତି।ତେବେ ସରକାର ଏହି ମହାମାରୀ ସମୟରେ ଅନେକ ଉପଭୋକ୍ତାଙ୍କୁ ଅଳ୍ପ କିଛି କିଛି ସହାୟତା ରାଶି ଘୋଷଣା କରିଛନ୍ତି।ତେଣୁ ଆପଣଙ୍କ ନିକଟରେ ଆପଣଙ୍କର ଜବ କାର୍ଡ ରହିବ ନିହାତି ଆବଶ୍ୟକ ଯାହା ଫଳରେ ଆପଣ ସରକାରଙ୍କର ସେହି ସମସ୍ତ ସାହଯ୍ୟକୁ ଗ୍ରହଣ କରିପାରିବେ।ତେବେ ସରକାରଙ୍କ ଘୋଷଣା ଅନୁସାରେ ଜବ କାର୍ଡ ଧାରୀ ଲୋକମାନଙ୍କୁ ଏକହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।

ତେବେ ଆପଣ ନିଜର ଜବ କାର୍ଡ କିପରି ଡାଉନଲୋଡ କରିବେ ଚାଲନ୍ତୁ ଆଲୋଚନା କରିବା।ପ୍ରଥମେ ଗୁଗଲରେ ଜବ କାର୍ଡ ଲେଖି ସର୍ଚ୍ଚ କରନ୍ତୁ।ଏହାପରେ ଆପଣ ସେଠାରେ ଆସିଥିବା ଦିତୀୟ ଲିଙ୍କ ଉପରେ ଚୟନ କରନ୍ତୁ।ଏହାପରେ ଆପଣ ସେଠାରେ ଆସୁଥିବା କିଛି ବିଜ୍ଞାପନକୁ କାଟି ଦିଅନ୍ତୁ।ଏହାପରେ ଦକ୍ଷିଣ ପାର୍ଶ୍ଵରେ ଆସୁଥିବା ଏକ କୋଠରୀରେ ଆପଣ ଜବ କାର୍ଡକୁ ଚୟନ କରନ୍ତୁ।ଏହାପରେ ଆପଣଙ୍କ ସମ୍ମୁଖରେ ସମସ୍ତ ରାଜ୍ୟର ନାମ ଲେଖା ହୋଇଯିବ।ଆପଣ ସେଥିରୁ ନିଜର ରାଜ୍ୟର ନାମକୁ ଚୟନ କରନ୍ତୁ।

ଏହାପରେ ଆପଣ ସେଠାରେ ଥିବା କୋଠରୀରେ ନିଜର କିଛି ବିବରଣୀ ପ୍ରଦାନ କରନ୍ତୁ।ଯେପରିକି ଆପଣଙ୍କୁ ସେଠାରେ ନିଜ ଜିଲ୍ଲା,ନିଜର ପଞ୍ଚାୟତ,ନିଜ ସମ୍ପର୍କିତ କିଛି ତଥ୍ୟ ଦେବାକୁ ପଡ଼ିବ।ଏହାପରେ ଆପଣ ଆଗକୁ ଯିବା ମାତ୍ରେ ଆପଣଙ୍କ ପଞ୍ଚାୟତର ସମସ୍ତ ଜବ କାର୍ଡ ଧାରୀଙ୍କ ନାମ ଆପଣଙ୍କ ସମ୍ମୁଖରେ ଆସିଯିବ।ଏହାପରେ ଆପଣ ସେଠାରେ ନିଜର ନାମକୁ ଖୋଜି ବାହାର କରନ୍ତୁ।ଆପଣ ନିଜ ନାମ ଉପରେ ଚୟନ କରିବା ମାତ୍ରେ ଆପଣଙ୍କ ସମ୍ମୁଖରେ ଆପଣଙ୍କୁ ନିଜର ଜବ କାର୍ଡର ବର୍ଷ ଚୟନ କରିବା ପାଇଁ ପଡ଼ିବ।

ଏହାପରେ ଆପଣ ନିଜର ଇଚ୍ଛା ଅନୁସାରେ ନିଜର ଜବ କାର୍ଡ ଡାଉନଲୋଡ କରିପାରିବେ।ସେଠାରେ ଭିନ୍ନ ଭିନ୍ନ ରଙ୍ଗରେ ଆପଣ ଓ ଆପଣଙ୍କ ପଞ୍ଚାୟତର ଲୋକଙ୍କ ନାମ ଆସିବ।ଯେଉଁ ବ୍ୟକ୍ତିଙ୍କର ନାମ ସବୁଜ ରଙ୍ଗରେ ଲେଖା ଥିବା ସେମାନଙ୍କର ସମସ୍ତ ଜିନିଷ ଠିକ ଅଛି ଓ ଯେଉଁ ମାନଙ୍କର ନାଲି ରଙ୍ଗରେ ଲେଖା ଅଛି ସେମାନଙ୍କର କୌଣସି କାଗଜ ପତ୍ର ସଠିକ ନାହିଁ।ଏହା ସହିତ ଯେଉଁ ମାନଙ୍କର ଧୂସର ରଙ୍ଗରେ ଲେଖା ଅଛି ସେମାନଙ୍କର ଫଟୋ ଜବ କାର୍ଡରେ ନାହିଁ।ଯେଉଁ ମାନଙ୍କର ନାମ ହଳଦିଆ ରଙ୍ଗରେ ଲେଖା ଅଛି ସେମାନଙ୍କର ଫଟୋ ଓ କାର୍ଯ୍ୟ ସଠିକ ନାହିଁ।ଯଦି ଆପଣଙ୍କର ନାମ ସବୁଜ ରଙ୍ଗରେ ଅଛି ତେବେ ଆପଣ ନିଶ୍ଚିତ ରୁହନ୍ତୁ।

Leave a Reply

Your email address will not be published. Required fields are marked *