ଆଗରୁ Safe ଥିଲେ ଏବେ କେମିତି ଅସୁରକ୍ଷିତ ହେଲେ,କଣ ଏପରି ଘଟିଗଲା ଯେ ଏପରି କହିଦେଲେ ..ଦେଖନ୍ତୁ Video

Spread the love

ଜିଲ୍ଲା କୋର୍ଟ ଯେତେବେଳେ ଆଦେଶ ଦେଇଛନ୍ତି ତାକୁ ସରକାରୀ ସ୍ତରରେ ଏସପି କିମ୍ବା ସବ କଲେକ୍ଟର, ପ୍ରୋଟେକ୍ସନ ଅଫିସର ଏବଂ ବୈଦନାଥପୁର ଥାନା ଇଞ୍ଚାର୍ଜକୁ ଦେଇଛନ୍ତି।ସେ କଣ ପାଇଁ ଦେଇଛନ୍ତି।ସେ ନିର୍ଦ୍ଦେଶରେ ଉଲେଖ ଅଛି ଯେ ସେକେଣ୍ଡ ଗଳି ବ୍ରହ୍ମାନଗର ସୁମିତଙ୍କ ଘର ସେ ଘରେ ସେ ରହିବେ।ଆଉ କୋଉ ଆଇନଜୀବୀ କଣ କହିବେ କିଏ ୟାକୁ କେମିତି ବୁଝିବେ ଆଇନରେ ଯଦି ସ୍ପଷ୍ଟ ନଥାନ୍ତା ତାହେଲେ ପୋଲିସ ବିଭାଗ ଆଡମିନଷ୍ଟ୍ରେଶନ ବିଭାଗ କାହିଁକି ସେଠାକୁ ଯାଇଥାନ୍ତେ।

ସେମାନେ ଯେହେତୁ ଆଇନକୁ ଭଲ ଭାବରେ ଜାଣିଛନ୍ତି ଥରେ କୋର୍ଟରୁ ଯେବେ ଆଦେଶ ହେବ କାର୍ଯ୍ୟକାରୀ କରିବା ଦାୟିତ୍ବ ହେଉଛି ପ୍ରଶାସନର।ତେଣୁ ପ୍ରଶାସନ ତାଙ୍କ ଦାୟିତ୍ବ ଯାହା ହେଉ ୪୮ ଘଣ୍ଟା ପରେ ତୁଲାଇଛନ୍ତି।ଆଜ୍ଞା ଦେଖନ୍ତୁ ସେ ଘର ଭିତରେ ଦୁଇଟି ଘର ଅଛି।ଯଦିଓ କୋର୍ଟ ନିର୍ଦ୍ଦେଶ ଦେଇଥିଲେ

ସୁମିତ ରହୁଥିବା ପରିବାର ପାଖରେ ରହିବା ପାଇଁ କିନ୍ତୁ ଯାହା ହେଉ ପ୍ରଶାସନ ତାଙ୍କୁ ନେଇ କରି ଛାତ ଉପର ଘରେ ରଖିଚି।ଯାହା ହେଲେ ବି ସେଇ ଘର ଭିତରେ ସେ ରହିଲେ।ପ୍ରଶାସନ ତପସ୍ଵିନୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପୋଲିସ ଅଛନ୍ତି।ଯେହେତୁ କୋର୍ଟର କଣ୍ଡିସନ ଅଛି ଉଭୟ ପରିବାର କେହି କାହା ସହିତ ଗଣ୍ଡଗୋଳ କରିବେ ନାହିଁ କିମ୍ବା ଆକ୍ଷେପ କରିବେ ନାହିଁ।

ସେଇଥିପାଇଁ ସେ ଜିନିଷକୁ ସୁରକ୍ଷା ରଖିବା ପାଇଁ ପୋଲିସ ବିଭାଗ ସେଠାରେ ଡ଼ିଉଟି କରୁଛନ୍ତି।ତେଣୁ ଏଥିରେ କାହାର ଧନ ଜୀବନ ଖରାପ ହେବାରେ ନାହିଁ।ଯଦି କିଏ ଏଥିରେ ବିଶୃଙ୍ଖଳା ସୃଷ୍ଟି କଲା ତ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ।ତେଣୁ ବର୍ତ୍ତମାନ ମୋର ଜୀବନ ସୁରକ୍ଷିତ ନାହିଁ କହିବା କେତେ ଦୂର ସତ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ଜୀବନ ସୁରକ୍ଷିତ ଥିଲା

ଆଉ କୋର୍ଟର ରାୟ ପରେ ତାଙ୍କ ଜୀବନ ଅସୁରକ୍ଷିତ ହୋଇଗଲା।ଯଦି ସେ ଅସୁରକ୍ଷିତ ମଣୁଛନ୍ତି ତାହେଲେ ସେ ଅଦାଲତର ଆଶ୍ରୟ ନେଇପାରିବେ।ଉଭୟ ପକ୍ଷଙ୍କୁ ଅଦାଲତ ଯିବା ପାଇଁ ଖୋଲା ରାସ୍ତା ଅଛି।ପ୍ରଥମ କଥା ହେଉଛି ଅଦାଲତଙ୍କ ଯେଉଁ ଆଦେଶ ଅଛି ତାକୁ ପଢ଼ିକି ବୁଝିବା ଦରକାର।ଜଣେ ସାଧାରଣ ଲୋକ ତାକୁ ବୁଝିନପାରେ।

ସେ ଯଦି ନ ବୁଝି ପାରିଲେ ତ ସରକାରୀ ଲୋକଙ୍କୁ ପଚାରି ପାରିଥାନ୍ତେ।ସରକାରୀ ଅଫିସର ତାଙ୍କୁ ବୁଝେଇ ବି ଥିଲେ।ସେ ବୁଝିଥିଲେ ବୋଲି ତ ସେ କହିଲେ ମୁଁ ଉପର ଘର ଦେବୀ।ଯେତେବେଳେ ସରକାରୀ ଲୋକ ପ୍ରଥମେ ତାଙ୍କ ଘରକୁ ୪ ତାରିଖରେ ଯାଇଥିଲେ କୋର୍ଟଙ୍କ ନିର୍ଦ୍ଦେଶ ବି ସେ ପଢ଼ିଥିଲେ ତାଙ୍କ ଓକିଲ ବି ଗୋଟିଏ କପି ପାଇଛନ୍ତି।ଯଦି ସେ ବୁଝି ପାରୁ ନଥିବେ ତ ସେଥିରେ ମୋର କିଛି କହିବାର ନାହିଁ।

Leave a Reply

Your email address will not be published. Required fields are marked *