ଅରାଜକତା Example କରିଦେଲେ କି ତପସ୍ୱିନୀ,ଏବେ ସାମ୍ନାକୁ ଆସିବେ ଶହ ଶହ ତପସ୍ୱିନୀ,କିଏ ହେବ ଦାୟୀ..ଦେଖନ୍ତୁ Video

Spread the love

ତପସ୍ୱିନୀଙ୍କ ପଥ ଅନୁସରଣ କରୁଛନ୍ତି ଅନେକ।ଏଥିରେ କୌଣସି ସନ୍ଦେହ ନାହିଁ ତପସ୍ଵିନୀଙ୍କୁ ବର୍ତ୍ତମାନ ସୁଦ୍ଧା ନ୍ୟାୟିକ ଅଧିକାର ଓ ଯେତିକି ବି ରିପୋର୍ଟ ମିଳିଛି ତାକୁ ଦେଖି ସମସ୍ତେ ନିଜ ଅଧିକାର ଦାବି କରିବେ।ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ବଜାରରେ।ନିଜ ସ୍ଵାମୀଙ୍କ ଦୋକାନ ଆଗରେ ଧାରଣାରେ ବସି ରହୁଥିଲେ ଡ଼ଲି।

ନିଜ ଅଧିକାର ପାଇଁ ଦାବି ମଧ୍ୟ କରିଥିଲେ।ତେବେ ପୋଲିସ ତାଙ୍କୁ ଉଠାଇ ନେଇଥିଲା ସତ କିନ୍ତୁ ଗଣ ମାଧ୍ୟମରେ ସେ ତାଙ୍କ କଥାକୁ ଜାହିର କରିଥିଲେ।ସୂଚନା ଅନୁସାରେ ବରୀ ବ୍ଲକ ବାଇସିରିଆ ବାଳଦା ଗ୍ରାମର ରାହାସ ବିହାରୀଙ୍କର ଡ଼ଲି ସ୍ମିତା ସାହୁ ୧୨ ଡିସେମ୍ବର ୨୦୨୦ ମସିହାରେ ନେଉଳ ସାହୁଙ୍କ ସହିତ ଜାରକା ସ୍ଥିତ ମନ୍ଦିରରେ ବିବାହ କରିଥିଲେ।

ତେବେ ବିବାହର ୪ ମାସ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇଥିଲା।ସ୍ତ୍ରୀ ନିଜ ବାପ ଘରେ ବିଧବା ମାଆଙ୍କ ସହିତ ରହୁଥିଲେ।କିନ୍ତୁ ଏବେ ମହିଳା ଜଣଙ୍କ ଭରଣ ପୋଷଣ ଦାବି କରି ଆଜି ସ୍ଵାମୀଙ୍କ ଦୋକାନ ଆଗରେ ଅଡି ବସିଥିଲେ।ସେ କହିଛନ୍ତି କି ତପସ୍ୱିନୀ ଭଉଣୀ ଆଜ୍ଞା ଏମିତି କରିଥିଲେ।ତାଙ୍କର ସମସ୍ତେ ଅଛନ୍ତି।

ବାପା ଭାଇ ସବୁ ଅଛନ୍ତି।ତାଙ୍କର ସହ ପରିବାର ସମସ୍ତେ ତାଙ୍କ ସହ ଅଛନ୍ତି।ହେଲେ ମୋର ମୋ ମା ଆଉ ମୋ ବୁଢୀ ମା ଛଡ଼ା ଆଉ କେହି ନାହାଁନ୍ତି।ମତେ କିଛି ପଇସା ଭରଣ ପୋଷଣ ବାବଦରେ ଦେଲେନି।ତାକୁ ବି ମୁଁ ସହିଲି।ମତେ କହିଲେ ଏଇଠି ସାଇନ ମାର।ଯାହା କହିବି ସେୟା କରିବୁ ନହେଲେ ତତେ ହାଣି ଦେବୁ।

ଏମିତି କହିଲେ।ତା ପରେ ମୁଁ ସାଇନ ମାରି ଆସିଲି।ଏହା ପରେ ମୁଁ କୋର୍ଟର ଆଶ୍ରୟ ନେଲି।କୋର୍ଟ ଯାଇ ତାଙ୍କ ନାମରେ ଏକ ଅଭିଯୋଗ ଦର୍ଜ କଲି।ଅନ୍ୟପଟେ ବିବାହ ବିଚ୍ଛେଦ ନେଇ କୋର୍ଟରେ ଚାଲିଥିବା ବେଳେ ସ୍ତ୍ରୀ ଜଣଙ୍କ ଆଜି ଦୋକାନ ସାମ୍ନାରେ ବସି ସ୍ବାମୀଙ୍କୁ ମନ ଇଚ୍ଛା ଗାଳି ଗୁଲଜ ବି କରିଥିଲେ।ଏ ନେଇ ଦୋକାନ ମାଲିକ ତଥା ଅରବିନ୍ଦଙ୍କ ବଡ଼ ଭାଇ ଅଭିଯୋଗ କରି କହିଛନ୍ତି।

ସେ କହିଛନ୍ତି ସେ ମୋ ସାନ ଭାଇର ସ୍ତ୍ରୀ।ବାହାଘରର ୬ ମାଡ଼ ପରେ ସେ ପଳେଇ ଗଲା।ଯାଇ ତାଙ୍କ ଘରେ ଫୋନ କଲା କି ଆଜ୍ଞା ମୋ ଜିନିଷ ପତ୍ର ପଠାଇ ଦିଅନ୍ତୁ।ଜିନିଷ ପତ୍ର ନେବା ପରେ ଆମ ନାମରେ କେସ କଲେ।ଆଉ ଆମେ ମଧ୍ୟ ଛାଡ଼ପତ୍ର ପାଇଁ କେଶ ଦେଇଛୁ। କୋର୍ଟରେ କେସ ଚାଲିବା ସତ୍ତ୍ୱେ ଏମାନେ ଆସି ଆମକୁ ଗାଳି ଗୁଲଜ ଓ ଅଭଦ୍ର ଭାଷା କହୁଛନ୍ତି।ମୋ ଦୋକାନ ସାମ୍ନାରେ ଆସି ଅସୁବିଧା କରୁଛି।ଆଜି ଆସି ମିଡ଼ିଆ ଡ଼ାକି ବସି କହୁଛି ମୋର ନ୍ୟାୟ ଦରକାର।

Leave a Reply

Your email address will not be published. Required fields are marked *