ମୃତ୍ୟୁ ପୂର୍ବରୁ କଣ୍ଠଶିଳ୍ପୀ ତପୁ ମିଶ୍ର କହିଥିଲେ ନିଜର ଶେଷ ଇଚ୍ଛା?ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ

Spread the love

ଆମେ ସମସ୍ତେ କଣ୍ଠଶିଳ୍ପୀ ତପୁମିଶ୍ରଙ୍କୁ ଭଲଭାବରେ ଜାଣୁ।ସେ ଅନେକ ସଂଗୀତରେ କଣ୍ଠଦାନ କରିଛନ୍ତି।ହେଲେ ଆଜି ସେ ଆମ ଗହଣରେ ନାହାନ୍ତି।କିଛି ସମୟ ଏହି ଦୁନିଆରେ ଅତିବାହିତ କଲାପରେ ପୁଣି ଫେରି ଯାଇଛନ୍ତି ସେହି ଅଜଣା ଦୁନିଆକୁ।ଆଜି ସେ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କର ସଙ୍ଗୀତ ମାଧ୍ୟମରେ ସେ ସର୍ବଦା ଆମ ନିକଟରେ ରହିବେ।ଏହା ସହିତ ନିଜର ସଙ୍ଗୀତ ପାଇଁ ସେ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରାଇ ପାରିଥିଲେ।ତେବେ ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ ଇଚ୍ଛା କଣ ଥିଲା ଚାଲନ୍ତୁ ଆଲୋଚନା କରିବା।

ଗୀତିକାର ତପୁ ମିଶ୍ର ଏହି କିଛି ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇ ଅନେକ ଦିନ ଧରି ଚିକିତ୍ସିତ ହୋଇ ଆସୁଥିଲେ।ମାତ୍ର ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ନ ଆସିବାରୁ ତାଙ୍କୁ ଚେନ୍ନାଇ କିମ୍ବା କଲିକତାର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବାର ଥିଲା।ମାତ୍ର ତାଙ୍କୁ ସ୍ଥାନାନ୍ତର କରାଯିବା ପୂର୍ବରୁ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରି ଦେଇଥିଲେ।ଏହାପରେ ମଧ୍ୟ ସେ ଆମ ସମସ୍ତଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ।ତେବେ ସେ ବର୍ତ୍ତମାନ କୌଣସି ସଙ୍ଗୀତ କଣ ପାଇଁ ଗାଉ ନାହାନ୍ତି ?

ଥରେ ତରଙ୍ଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତପୁ ମିଶ୍ର।ସେହି କାର୍ଯ୍ୟକ୍ରମରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି ସେ ଆଗରୁ ଅନେକ ସଙ୍ଗୀତ ଗାଉଥିଲେ।କିନ୍ତୁ ବର୍ତ୍ତମାନ ସମୟରେ ସେ ଅଧିକ ସଙ୍ଗୀତ ଗାଉ ନାହାନ୍ତି।ଏପରି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା।ଏହାର ଉତ୍ତରରେ ସେ କହିଥିଲେ ଯେତେବେଳେ ନବେ ଦଶକରେ ସେ ସଙ୍ଗୀତ ଗାଉଥିଲେ ସେତେବେଳେ ଯେତିକି ପାରିଶ୍ରମିକ ମିଳୁଥିଲା ଏବେ ମଧ୍ୟ ସେତିକି ପାରିଶ୍ରମିକ ମିଳୁଛି ଏପରି କଣ ପାଇଁ ହେଉଛି ସେ ଜାଣି ନାହାନ୍ତି ବୋଲି କହିଥିଲେ।

କିନ୍ତୁ ସେ ସେହି ଅଳ୍ପ କିଛି ଟଙ୍କା ପାଇଁ ନିଜର ସଙ୍ଗୀତ ଗାଇବାର କଳାକୁ ଏପରି ବିକ୍ରି କରିପାରିବେ ନାହିଁ ବୋଲି ଉତ୍ତରରେ କହିଥିଲେ।ଏହା ସହିତ ଯେଉଁ ଗୀତିକାର ମାନେ ଏହି ଅଳ୍ପ କିଛି ଟଙ୍କା ପାଇଁ ନିଜର ସଙ୍ଗୀତ ଗାଇବାର କଳାକୁ ଏପରି ବିକ୍ରି କରୁଛନ୍ତି ସେ ଏହାର ତୀବ୍ର ନିନ୍ଦା କରିଥିଲେ।ସେ ଆହୁରି ମଧ୍ୟ କହିଥିଲେ ସେମାନଙ୍କୁ ଏପରି ଅଳ୍ପ କିଛି ଟଙ୍କାରେ ନିଜର କଳାକୁ ଏପରି ବିକ୍ରି କରିବା ବିଲକୁଲ ଗ୍ରହଣୀୟ ନୁହେଁ।ସେମାନେ ନିଜକୁ ଭଲଭାବରେ ଚିହ୍ନିବା ଆବଶ୍ୟକ।କାରଣ ସେମାନେ ଅନେକ ପରିଶ୍ରମ କରି ଏପର୍ଯ୍ୟନ୍ତ ପହଞ୍ଚିଛନ୍ତି।

ଏହା ସହିତ ତପୁ ମିଶ୍ର ନିଜର ମୃତ୍ୟୁ ସମୟରେ ନିଜର ଶେଷ ଇଚ୍ଛା କହିଥିଲେ କି ଯେଉଁ ଗରିବ ପିଲା ମାନେ ସଙ୍ଗୀତ ଶିକ୍ଷା କରି ପାରୁନାହାନ୍ତି ବା ସେମାନଙ୍କ ପାଖରେ ସଙ୍ଗୀତ ଶିକ୍ଷା କରିବା ପାଇଁ ଆବଶ୍ୟକ ସମ୍ବଳ ନାହିଁ ସେମାନଙ୍କ ପାଇଁ ସେ ଏକ ମାଗଣା ସଙ୍ଗୀତ ଶିକ୍ଷାଦାନ ସ୍କୁଲ ଖୋଲିଥାନ୍ତେ।ମାତ୍ର ତାଙ୍କର ସେହି ଇଚ୍ଛା ଇଚ୍ଛାରେ ରହିଗଲା।ସେ ନିଜର ସେହି ଇଚ୍ଛାକୁ ପୂରଣ କରିପାରିଲେ ନାହିଁ।କିନ୍ତୁ ଆମେ ସମସ୍ତେ ତାଙ୍କର ସେହି ଭଲ ଚେହେରାର ପରିଚୟ ପାଇଗଲୁ।ତାଙ୍କର ଗରିବ ପିଲାମାନଙ୍କ ପ୍ରତି ଥିବା ଭଲପାଇବା ତାଙ୍କର ଉଦାରତାର ପରିଚୟ ଦେଇଥାଏ।

Leave a Reply

Your email address will not be published. Required fields are marked *