ଏସ ବି ଆଇର ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରୁରୀ କାଳୀନ ଲୋନ – ଆପଣଙ୍କ ଏସ ବି ଆଇ ରେ ଖାତା ଥିଲେ ନିଶ୍ଚୟ ପଢନ୍ତୁ କିପରି ଲାଭ ପାଇ ପାରିବେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଯଦି ଆପଣଙ୍କ ଏସ ବି ଆଇରେ ବ୍ୟାଙ୍କ ଆକାଉଣ୍ଟ ଥିବ ବା ଏକ ପାସ ବୁକ ଥିବ କିମ୍ବା ଆପଣ ଏସ ବି ଆଇରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବେ ତେବେ ଆପଣ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ।ଏହି ଅପଡେଟ ଏବେ ଏବେ ଆସିଛି।ଏହା ଛଡା ସବୁଠାରୁ ବଡ଼ ଏବଂ ଖୁସି ଖବର ଏହା ଯେ ଏହି ବାବଦରେ ଆପଣଙ୍କୁ ସୁଧ ମଧ୍ୟ ଦେବାକୁ ପଡିବ ନାହିଁ।ଯଦି ଆପଣଙ୍କ ଏସ ବି ଏଇରେ ଆକାଉଣ୍ଟ ଥାଏ ଏବଂ ଆପଣ ଏହି ଋଣ ନେବାକୁ ଚାହିଁଥାନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ।

ତେବେ ସାଙ୍ଗମାନେ ଏହି ଯେଉଁ ଅପଡେଟ ଏବେ ଏବେ ଆସୁଛି ଏସ ବିଆଇରେ ଯଦି ଖାତା ଥିବ ତେବେ ୫୦ ହାଜର ଟଙ୍କା ପର୍ଯ୍ୟନ୍ତ ଆପଣ ଋଣ ନେଇପାରିବେ।ଏହାକୁ ଏସ ବି ଆଇ ବ୍ୟାଙ୍କ ନାମ ଦେଇଛି ଏମରଜନସି ଲୋନ।ଆପଣ ମାନେ ତ ଏହା ଜାଣିଥିବେ ଗତ ମାର୍ଚ୍ଚ ୨୩ ପରଠୁ ଲକଡାଉନ ଜାରି ରହିଛି ଏବଂ ଆସନ୍ତା ୧୭ ପର୍ଯ୍ୟନ୍ତ ଏହା ଜାରି ରହିବ।ଏହାପରେ ମଧ୍ୟ ଏହା ବଢିବକି କଣ ହେବ ତାହା ମଧ୍ୟ କାହାକୁ ଏବେ ଜଣା ନାହିଁ।ଏବଂ ଏହି କିଛି ମାସରେ ଯେଉଁମାନେ ଦିନ ମଜୁରିଆ ଲୋକ ସେମାନଙ୍କ ଘରେ ଚୁଲି ଜଳିବା ମଧ୍ୟ ଅସମ୍ଭାଳ ହୋଇଗଲାଣି।

ସେମାନଙ୍କ ଯେଉଁ ପରିସ୍ଥିତି ତାହା କହିଲେ ନସରେ।ଏହିଭଳି ପରିସ୍ଥିତିରେ ଏସ ବି ଆଇ ବ୍ୟାଙ୍କ ତରଫରୁ ଏକ ନୂଆ ଅପଡେଟ ଆସୁଛି।ଯେଉଁମାନେ ଆର୍ଥିକ ସହାୟତା ଚାହୁଁଛନ୍ତି ସେମାନଙ୍କୁ ଯୋଗାଇଦିଆଯିବ।ଏବଂ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆପଣ ଋଣ ନେଇପାରିବେ ଏବଂ ସବୁଠାରୁ ବଡ଼ କଥା ହେଉଛି ଆପଣଙ୍କୁ ଏହି ବାବଦରେ କୌଣସି ସୁଧ ମଧ୍ୟ ଦେବାକୁ ପଡିବ ନାହିଁ।ଆପଣ ଯଦି ମଇ ଏବଂ ଜୁନ ମାସ ମଧ୍ୟରେ ଲୋନ ନେଉଛନ୍ତି ତେବେ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଇ ଏମ ଆଇ ହେଉ କିମ୍ବା ସୁଧ ହେଉ ଆପଣଙ୍କୁ ଦେବାକୁ ପଡିବ ନାହିଁ।୬ ମାସ ପରେ ଆପଣ ସୁଧ ସହ ଯେପରି ଦିଅଁନ୍ତି ସେହିପରି ଦେବେ।

ସମସ୍ତେ ଏହି ଲୋନନେଇପାରିବେ ଏହା ସହ ସେମାନଙ୍କୁ ଜମି ପଟା ଦେଖାଇବାକୁ ପଡିବ।ଏବଂ ପଟା ଅନୁସାରେ ଆପଣଙ୍କୁ ଲୋନ ଦିଆଯିବ।ଏହି ଟଙ୍କା ଆପଣ ସାତ ଦିନରୁ ଦଶ ଦିନ ମଧ୍ୟରେ ପାଇଯିବେ।ଆପଣଙ୍କ ଜମି ପଟା ସବୁ ଭଲ ଭାବରର ଭେରିଫାଇ ହେବାପରେ ଆପଣଙ୍କୁ ଲୋନ ଦେଇଦେବେ।ଏବଂ ସବୁଠାରୁ ଭଲ କଥା ଆପଣଙ୍କୁ ୬ ମାସ ପର୍ଯ୍ୟନ୍ତ କୌଣସି ଚିନ୍ତା କରିବାକୁ ପଡିବ ନାହିଁ।୬ ମାସ ପରେ ଆପଣ ଇ ଏମ ଆଇ ହିସାବରେ ମାସକୁ ମାସ ଯେତିକି ହେବ ସୁଝିବେ।ଡ଼କ୍ୟୁମେଣ୍ଟ ପାଇଁ ଆପଣଙ୍କ ଜମି ପଟା ଏବଂ ଅଧରକାର୍ଡ କିମ୍ବା ଭୋଟର କାର୍ଡ ଆବଶ୍ୟକ।

Leave a Reply

Your email address will not be published. Required fields are marked *