Kandhamal ର ସେ ରାତିର ଭୟଙ୍କର ଘଟଣା,ଏକାକୀ ଜଙ୍ଗଲ ରେ ଲଣ୍ଠନ ବୁଲୁଥିଲା ଅଜଣା ଲୋକ ସତ୍ୟତା ଯେବେ ଆସିଲା ସାମ୍ନାକୁ ଶୁଣିଲେ ଡରିଯିବେ ଆପଣ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ସତ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।କାହାଣୀଟି ହେଉଛି କନ୍ଧମାଳ ଜିଲ୍ଲାର।ଚାରି ଜଣ ସାଙ୍ଗ ଗ୍ରାମ ପାଖରେ ଏକ ଭଡା ଘରେ ରହୁଥିଲେ।ଏହି ଚାରି ଜଣ ସାଙ୍ଗ ସେଠାରେ ରହି ଅଲଗା ଅଲଗା ପରୀକ୍ଷା ଦେବାପାଇଁ ପାଠ ପଢୁଥିଲେ।

ଯେପରି କେହି ରେଲୱେ ପାଇଁ ତ ଅନ୍ୟ କିଏ ୟୁ ପି ଏସ ସି ପାଇଁ।ଏହି ଚାରି ଜଣ ସାଙ୍ଗଙ୍କ ଅନେକ ସମୟ ରୁମରେ ପାଠ ପଢ଼ାରେ ବିତି ଯାଉଥିଲା।ସେମାନେ ଏକ ଦିନ ପଢିବା ସମୟରେ କେଜାଣି କାହିଁକି ଗୌତମର ପେଟ ହଠାତ କାଟିବାକୁ ଲାଗିଲା।ସେ ଛଟପଟ ହେବାକୁ ଲାଗିଲା।ଅନ୍ୟ ତିନି ଜଣ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ରାହୁଲ ଡାକ୍ତରଙ୍କୁ ଆଣିବା ପାଇଁ କହିଲା।

ଏହା କହି ରାହୁଲ ବହାରିପଡ଼ିଲା ଡକ୍ଟରଙ୍କୁ ଆଣିବାପାଇଁ।ସେ ରୁମକୁ ଆସିବା ବେଳକୁ ତାକୁ ବାହାରେ ଡର ଲାଗିଲା।ସେତେବେଳେ ରାତି ଅନେକ ହୋଇଗଲାଣି ଏବଂ ଚାରିଆଡ଼ ପୁରା ସୁନ ସାନ।ସେ ଚାଲି ଚାଲି ବଜାର ପାଖରେ ଥିବା ଏକ ଡକ୍ଟରଙ୍କ ଘରେ ପହଞ୍ଚିଗଲା।ଏହାପରେ ସେ ଜାଣିଲା ଡକ୍ଟର ନାହାନ୍ତି।କେଉଁ କାମରେ ଯାଇଛନ୍ତି।

ଏବଂ ସେ ଡକ୍ଟର ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲା।ଏହାପରେ ସେଠାରେ ଥିବା କର୍ମଚାରୀଙ୍କୁ ନିଜର ଆଡ୍ରେସ ଦେଇଦେଲା।ଏହାପରେ ସେ ରୁମକୁ ଫେରିବା ବେଳେ ରାସ୍ତାରେ ତାକୁ କେହିଜଣେ ପଛପଟୁ ଡାକିଲା।ସେ ପ୍ରଥମେ କିଛି ବୁଝିପାରିଲ ନାହିଁ।ଏହାପରେ ଆଉ କେହିଜଣେ ତାକୁ ଡାକିଲା।ଏହା ଏକ ଆଖୁ ବଗିଚାରୁ ଆସୁଥିଲା।ଏବଂ ରାହୁଲ ସଙ୍ଗେ ସଙ୍ଗେ ସେହି ବଗିଚା ଆଡ଼କୁ ଗଲା।

ରାହୁଲ ସେହି ଶବ୍ଦ ସାହାଯ୍ୟରେ ଅନେକ ଦୂର ଆସିଯାଇଥିଲା।ସେପଟେ ରୁମରେ ଡାକ୍ତର ଆସିଗକେଣି।ତାର ସାଙ୍ଗ ମାନେ ଚିନ୍ତା କଲେଯେ ଡକ୍ଟରତ ଆସିଲେଣି କିନ୍ତୁ ରାହୁଲ ଏପର୍ଯ୍ୟନ୍ତ ଆସିନାହିଁ।ଅନ୍ୟ ଦୁଇ ଜଣ ସାଙ୍ଗ ତାକୁ ଖୋଜିବାପାଇଁ ବାହାରିଗଲେ।ଡାକ୍ତର ମଧ୍ୟ ତାଙ୍କ ସହିତ ଆସିଲେ।ରାହୁଲ ଏପଟେ ଯେତେବେଳେ ସେହି ଶବ୍ଦର କୌଣସି ପତା ପାଇଲା ନାହିଁ ସେ ପଛ ଘୁଞ୍ଚା ଦେଇ ରାସ୍ତା ଆଡ଼କୁ ଧାଇଁଲା।

ସେ ଏକ ଜାଗାରେ ମୁହଁ ମାଡି ପଡିଗଲା ଏବଂ ଡରି ବହୁତ ଜୋରରେ ପାଟି କରିବାକୁ ଲାଗିଲା।ସେ ଉଠିବା ବେଳକୁ ଏକ ସ୍ତ୍ରୀ ଲୋକ ଧଳା ଲୁଗା ପିନ୍ଧି ଠିକ ତା ସମ୍ନାରେ ବସିଥିଲା।ଓ ତା ଶରୀରଏ ଅନେକ କଟା କଟା ଦାଗ ପଡିଛି।ରାହୁଲ ବୁଝିପାରିଲା ଯେ ଅନ୍ଧାର ରାତିରେ ତାକୁ ଡାକି ନେଇଥିବା ବ୍ୟକ୍ତିଟି ଏକ ଡାହାଣୀ ଥିଲା।ସେ ରାହୁଲର ଚୁଟିକୁ ଧରି ଘୋଷାରି ନେଇ ଯିବାରେ ଲାଗିଲା।ରାହୁଲ ପାଟି କରିବାରେ ଲାଗିଲା।

ଏହାପରେ ତାହାର ଦୁଇଜଣ ସାଙ୍ଗ ଏବଂ ଡାକ୍ତର ସେହି ଆଡ଼କୁ ଆହୁରି ଜୋରରେ ପାଟି କରି ଆସିଲେ।ଏହାପରେ ସେ ଦେଖିଲେ ରାହୁଲ ଅନେକ ଜୋରରେ ଆଘାତ ପାଇଛି ଏବଂ ତାର ମୁଣ୍ଡର ଚୁଟି ଉପୁଡି ରକ୍ତ ବାହାରୁଛି।ଏହାପରେ ରାହୁଲକୁ ମେଡ଼ିକାଲ ନିଆଗଲା।ଏବଂ କିଛି ଦିନପରେ ରାହୁଲର ମୃତ୍ୟୁ ହୋଇଗଲା।କାରଣ ଡକ୍ଟର ମଧ୍ୟ କହିଥିଲେ ରାହୁଲ ବେସି ଦିନ ବଞ୍ଚିବ ନାହିଁ।କାରଣ ସେ ଏକ ରକ୍ତ ମୁଖୀ ଡାହାଣୀର ଶିକାର ହୋଇଛି।

Leave a Reply

Your email address will not be published. Required fields are marked *