କୁକୁର ସହ ବିବାହ କଲା ଏହି ଝିଅ – କାରଣ କଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ ଆଉ କହିବେ ତମେ ଏତେ ତଳକୁ..

Spread the love

ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଝାଡ଼ଖଣ୍ଡର ଏକ ଗ୍ରାମରେ।ସାଧାରଣତଃ ଗୋଟିଏ ପୁଅ ସହିତ ଗୋଟିଏ ଝିଅର ବିବାହ ହୋଇଥାଏ।କିନ୍ତୁ ଏହି ଗ୍ରାମରେ ଗୋଟିଏ ଝିଅ ସହ ଗୋଟିଏ କୁକୁରର ବିବାହ ହୋଇଛି ଯାହା ଶୁଣିବାକୁ ମିଥ୍ୟା ଲାଗୁଥାଇ ପାରେ ମାତ୍ର ଏହା ସତେରେ ଘଟିଛି।ଏହି ବିବାହ ଝିଅଟିର ଘର ଲୋକଙ୍କର ଇଚ୍ଛା ଅନୁସାରେ ପୂର୍ଣ୍ଣ ହୋଇଥିଲା।ଏହି ବିବାହରେ ଅନେକ ଲୋକ ଯୋଗ ଦେଇଥିଲେ।ତେବେ ଗୋଟିଏ କୁକୁର ସହ ଝିଅଟିର ବିବାହ କଣ ପାଇଁ ହୋଇଥିଲା ତାହା ଚାଲନ୍ତୁ ଆଲୋଚନା କରିବା।

ଝିଅଟିର ନାମ ହେଉଛି ମଙ୍ଗଲି।ଗ୍ରାମର ଜଣେ ପୂଜାରୀଙ୍କ କହିବା ଅନୁସାରେ ସେହି ଝିଅଟିର ମଙ୍ଗଳ ଦୋଷ ରହିଥିଲା।ଏହି କାରଣରୁ ସେହି ଝିଅ ଜୀବନରେ ଅନେକ କ୍ଷୟକ୍ଷତି ହେବାର ଆଶଙ୍କା ଅଛି ବୋଲି କହିଥିଲେ।ତେବେ ସେହି ଝିଅଟିର ବାପା ଓ ମା ଝିଅଟିର ଭଲ ଭବିଷ୍ୟତ ପାଇଁ ଝିଅର ଏହି ଦୋଷକୁ ଦୂର କରିବା ପାଇଁ ଉପାୟ ପଚାରିଥିଲେ।ପୂଜାରୀ କହିଥିଲେ କି ଏହି ଝିଅର ମଙ୍ଗଳ ଦୋଷକୁ ଖଣ୍ଡନ କରିବା ପାଇଁ ଏହି ଝିଅକୁ ପ୍ରଥମେ କୌଣସି ଅଲଗା ପ୍ରାଣୀ ସହ ବିବାହ କରିବାକୁ ପଡ଼ିବ।

ଆଜିକାଲି ଯୁଗରେ ମଧ୍ୟ ଲୋକ ଏହିଭଳି ଅନ୍ଧ ବିଶ୍ଵାସର ଶିକାର ହେଉଥିବାର ଶୁଣି ହୁଏତ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ।ମାତ୍ର ଏହା ବାସ୍ତବରେ ଘଟିଛି।ଏଭଳି ଅନେକ ଗ୍ରାମ ତଥା ଆଦିବାସୀ ଅଞ୍ଚଳ ରହିଛି ଯାହାର ଲୋକମାନେ ଏବେ ମଧ୍ୟ ନିଜର ବିଭିନ୍ନ ଅନ୍ଧ ବିଶ୍ଵାସର ଶିକାର ହୋଇ ଅନେକ ପ୍ରକାର କୁକର୍ମ ମଧ୍ୟ କରୁଛନ୍ତି।ଏହା ଏହି ସବୁ ଅନ୍ଧ ବିଶ୍ଵାସର ଏକ ଉଦାହରଣ ମାତ୍ର।ଏହି ସବୁ ଅନ୍ଧ ବିଶ୍ୱାସ ଫଳରେ ଅନେକ ଜୀବନ ମଧ୍ୟ ଯିବାର ଆପଣ ମାନେ କେବେ କେବେ ଶୁଣିଥିବେ।

ଏହି ଝିଅଟି ସହ ମଧ୍ୟ ଏପରି ଅନ୍ଧବିଶ୍ୱାସ ଫଳରେ ହୋଇଥିଲା।ଏହା ଠିକ ଯେ ଏହି ବିବାହ କେବଳ ନାମ ମାତ୍ର ଥିଲା।ମାତ୍ର ଆଜି ମଧ୍ୟ ଏଭଳି ଅନେକ ଅନ୍ଧ ବିଶ୍ବାସ କାରଣରୁ ଅନେକ ପ୍ରକାର କାର୍ଯ୍ୟ ହେଉଛି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ।ଏହି ବାହାଘରରେ ପ୍ରାୟ ୭୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।ବିବାହ ସମସ୍ତ ରୀତି ନୀତି ଅନୁସାରେ ସମ୍ପୂର୍ଣ୍ଣ ହୋଇଥିଲା।ଏହି ବିବାହ ପରେ ସେହି କୁକୁର ସହ ଝିଅର ଚଉଠି ରାତି ମଧ୍ୟ ହୋଇଥିଲା।ମାତ୍ର ଏହା କେବଳ ଲୋକ ଦେଖାଣିଆ ଥିଲା।ଏହି ବିବାହ କେବଳ ଝିଅଟିର ରିଷ୍ଟ ଖଣ୍ଡନ ପାଇଁ କରାଯାଇଥିଲା ବୋଲି କୁହାଯାଇଛି।

ଯେତେବେଳେ ସେହି ଝିଅଟିକୁ କୁକୁର ସହ ବିବାହ ପାଇଁ କୁହାଯାଇଥିଲା।ସେତେବେଳେ ସେହି ଝିଅଟି ସେହି ବିବାହ କରିବାକୁ ମନା କରିଦେଇଥିଲା ଓ ବିବାହ କରିବାକୁ ରାଜି ହୋଇନଥିଲା କିନ୍ତୁ ସମସ୍ତେ ସେହି ଝିଅଟିକୁ ବୁଝାଇବା ପରେ ସେହି ଝିଅଟି ସେହି କୁକୁରକୁ ବିବାହ କରିବା ପାଇଁ ବାଧ୍ୟ ହୋଇଥିଲା।ସମ୍ପୂର୍ଣ୍ଣ ରୀତି ନୀତିରେ ସେହି କୁକୁର ଟିକୁ ବିବାହ ପୋଷାକ ପିନ୍ଧାଇ ବିବାହ ବେଦିରେ ବସା ଯାଇଥିଲା ଓ ଏହାପରେ ବିବାହ ମଧ୍ୟ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *