ବର୍ଷା ପ୍ରିୟଦର୍ଶିନୀଙ୍କ ନିଜ ଭଉଣୀ ଙ୍କୁ ଆପଣ କେବେ ଦେଖିନଥିବେ ବୋଧ – ଓଡ଼ିଆ ଫିଲ୍ମ ର ବଡ ବଡ ହିରୋଇନ ତାଙ୍କ ସୁନ୍ଦରତା ଆଗେ ଫିକା ପଡିଯିବେ – ଏବେ ଦେଖି ନିୟନ୍ତୁ

Spread the love

ବନ୍ଧୁମାନେ ଆପଣ ସବୁ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଭଲ ଭାବରେ ଚିହ୍ନି ଥିବେ।ଏହି ଚୁଲବୁଲି ନାୟିକା ଓଡ଼ିଆ ସିନେମା ଜଗତରେ ବହୁତ ବର୍ଷ ହେଲାଣି ରାଜ କରି ଆସୁଛନ୍ତି।ଗୋଟିଏ ପରେ ଗୋଟେ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରି ସେ ଏବେ ଘରେ ଘରେ ପରିଚିତ।ତେବେ ବର୍ଷାଙ୍କ ବିଷୟରେ ଆମେ ଆଜି ଏଠାରେ ଅଲଗା ତଥ୍ୟ ସବୁ ଜାଣିବାକୁ ପାଇବା ଯାହା ଆପଣ ଜାଣି ନଥିବେ।ତେଣୁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ ଏହା ଦ୍ଵାରା ଆପଣ ବହୁତ ଭଲ ତଥ୍ୟ ପାଇପାରିବେ।

ବର୍ଷାଙ୍କ ଜନ୍ମ ୭ ଅଗଷ୍ଟ ୧୯୮୪ ମସିହାରେ ହେଇଥିଲା।ସେ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ମାଆଙ୍କର ନାମ ହେଉଛି ଦୀପା ସାହୁ।ତାଙ୍କ ଘରେ ବର୍ଷାଙ୍କୁ ଛାଡ଼ି ତାଙ୍କର ବାପା ,ମା ଓ ଦୁଇଜଣ ଭଉଣୀ ଅଛନ୍ତି।ବର୍ଷା ନିଜ ପଢ଼ାପଢ଼ି ଶୈଳବାଳା ମହିଳା କଲେଜରୁ କରିଥିଲେ।ପିଲାବେଳୁ ବର୍ଷା ଅଭିନୟ ପ୍ରତି ରୁଚି ରଖିଥିଲେ।ନିଜ ପଢ଼ାପଢ଼ି ସମୟରେ ମଧ୍ୟ ସେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ।ଅଭିନୟ ସହ ବର୍ଷା ନିଜ ଖାଲି ସମୟରେ ନିଜ ପରିବାର ସହ ବିତାଇବାକୁ ବିଶେଷ ପସନ୍ଦ କରନ୍ତି।ଏହା ସହ ସାଙ୍ଗମାନଙ୍କ ସହ ବୁଲାବୁଲି କରିବାକୁ ମଧ୍ୟ ସେ ପସନ୍ଦ କରନ୍ତି।ତେବେ ବର୍ଷା ଅନେକ ଜାଗାରେ କହିଛନ୍ତି ଯେ ସେ ତାଙ୍କ ଭଉଣୀ ମନକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି ଓ ଅନେକ ଜାଗାରେ ସେ ନିଜ ଭଉଣୀ ସହ ଖୁସି ରେ ରହୁଥିବାର ନଜର ଦେଖିବାକୁ ମଧ୍ୟ ମିଳିଛି

ତେବେ ତାଙ୍କ ପରିଶ୍ରମ ଓ ଅଧ୍ୟବସାୟର ଫଳ ତାଙ୍କୁ ୨୦୦୩ ମସିହାରେ ମିଳି ଯାଇଥିଲା।୨୦୦୩ ରେ ସେ ନିଜ କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ର କରିଥିଲେ।ଚଳଚ୍ଚିତ୍ରଟିର ନାମ ହେଲା ଏ ଯୁଗର କୃଷ୍ଣ ସୁଦାମା।ଏହି ଚଳଚିତ୍ରଟି ଲୋକଙ୍କୁ ଖୁବ ଭଲ ଲାଗିଥିଲା।ଏହାପରେ ୨୦୦୫ରେ ବର୍ଷା ସମସ୍ତଙ୍କର ପ୍ରିୟ ଅଭିନେତା ସିଦ୍ଧାନ୍ତଙ୍କ ସହ ତତେ ମୋ ରାଣ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ଏହି ଚଳଚ୍ଚିତ୍ରଟି ସୁପରହିଟ ହେଇଥିଲା।

ତେବେ ଏହାପରେ ସେ ଅନୁଭବଙ୍କ ସହ ନିଜର ପ୍ରଥମ ଚଳଚ୍ଚିତ୍ର କରିଥିଲେ।୨୦୦୫ ମସିହାରେ ହିଁ ସେ ଅନୁଭବଙ୍କର ସହ ଥାଙ୍କ ୟୁ ଭଗବାନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ତେବେ ବର୍ଷା ଓ ଅନୁଭବ ଏହାର ପୁର୍ବରୁ ବିବାହ କରି ସାରିଥିଲେ।ତାଙ୍କର ବିବାହ ୮ ଫେବୃଆରୀ ୨୦୦୪ ମସିହାରେ ହେଇଥିଲା।ବର୍ଷାଙ୍କ ଶାଶୂଙ୍କ ନାମ ହେଉଛି ମଧୁସ୍ମିତା ମହାନ୍ତି ଓ ଶଶୁରଙ୍କ ନାମ ହେଉଛି ଅଭୟ କୁମାର ମହାନ୍ତି।

ବିବାହ ପରେ ସେ ନିଜ ସ୍ଵାମୀଙ୍କ ସହିତ ଗୋଟେ ପରେ ଗୋଟେ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ବାଳୁଙ୍ଗା ଟୋକା,ଗୋଟେ ଶୁଆ ଗୋଟେ ଶାରୀ, ସମଥିଙ୍ଗ ସମଥିଙ୍ଗ ଭଳି ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।ବର୍ଷା ଓ ଅନୁଭବଙ୍କ ଯୋଡିକୁ ଓଲିଉଡର ବେଷ୍ଟ ଯୋଡି ବୋଲି କୁହାଯାଏ।ଏହାପରେ କିନ୍ତୁ ୨୦୧୯-୨୦ରେ ତାଙ୍କ ସମ୍ପର୍କରେ ଟିକେ ବିଭ୍ରାଟ ଆସିଥିଲା।ତେବେ ଏହାର କାରଣ କିଛି ସ୍ପଷ୍ଟ ଭାବରେ ଜଣା ପଡି ନଥିଲା।ତେବେ ଏହା ତ ସମୟ କହିବ, କେଉଁ ପାଣି କେଉଁ ଆଡେ ଗତି କରୁଛି।ତେବେ ବନ୍ଧୁମାନେ ଏହା ଥିଲା ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନର କିଛି ଅଜଣା କଥା।

Leave a Reply

Your email address will not be published. Required fields are marked *