ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନା – ଏପରି ଭାବେ ମିଳିବ ମାଗଣା ଗ୍ୟାସ – କେମିତି ଆବେଦନ କରିବେ ଜାଣିରଖନ୍ତୁ

Spread the love

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ମସିହା ମେଁ ୧ ତାରିଖରେ ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନା ଆରମ୍ଭ କରିଥିଲେ।ଯେଉଁ ପରିବାର ଗୁଡ଼ିକ ଗ୍ୟାସ ଖଣ୍ଡେ କିଣି ପାରୁ ନାହାଁନ୍ତି ଓ ସେମାନେ ରୋସେଇ କରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେହି ପରିବାର ଗୁଡ଼ିକ ପାଇଁ ପ୍ରଧାନ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନା ଆରମ୍ଭ କରିଥିଲେ।ଏହି ବର୍ଗର ଲୋକ ମାନଙ୍କୁ ମାଗଣାରେ ଗ୍ୟାସ ସେବା ଯୋଗାଇ ଦେବା ପାଇଁ ପ୍ରଧାନ ମନ୍ତ୍ରୀ ଏହି ଯୋଜନାର ଆରମ୍ଭ କରିଥିଲେ।ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ଯେଉଁ ମାନେ ଗୋଟିଏ ଗ୍ୟାସ କିଣି ପାରନ୍ତି ନାହିଁ ସେମାନେ ଏହି ଯୋଜନା ଦ୍ବାରା ମାଗଣାରେ ଗ୍ୟାସ ପାଇ ପାରିବେ।

ଏହି ଯୋଜନାର ଦିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବାକୁ ଯାଉଛି।ଯେଉଁ ହିତାଧିକାରୀ ମାନେ ପ୍ରଥମ ପର୍ଯ୍ୟାୟରେ ଏହାକୁ ଆବେଦନ କରିପାରି ନଥିଲେ ସେମାନେ ଏହାର ଦିତୀୟ ପର୍ଯ୍ୟାୟରେ ଏହାକୁ ଆବେଦନ କରି ଏହାର ଲାଭ ଉଠାଇ ପାରିବେ।ଯେଉଁ ବ୍ୟକ୍ତି ମାନଙ୍କର ରାସନ କାର୍ଡ ରହିଛି କେବଳ ସେହି ବ୍ୟକ୍ତି ମାନେ ଏହି ଯୋଜନାରେ ଆବେଦନ କରି ପାରିବେ।ଏହାକୁ ଆପଣ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆବେଦନ କରି ପାରିବେ।

ଓଡ଼ିଶାରେ ଯେଉଁ ଗ୍ୟାସ ବଣ୍ଟନକାରି ରହିଛନ୍ତି ସେମାନେ ଅନଲାଇନ ଆବେଦନକୁ ଗ୍ରହଣ କରୁ ନାହାନ୍ତି।ତେଣୁ ଆପଣ ସମସ୍ତଙ୍କୁ କେବଳ ଅଫଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ।ଆପଣ ଏହାର ଆବେଦନ ପାଇଁ ଆପ୍ଲିକେସନ ପୂରଣ କରି ଏହାର ଗ୍ୟାସ ବଣ୍ଟନକାରୀଙ୍କ ନିକଟକୁ ପଠାଇ ପାରିବେ।ଏହାକୁ ଆବେଦନ ପାଇଁ ଦୁଇଟି ଆବେଦନ ପତ୍ର ଆବଶ୍ୟକ।ଏହି ଆବେଦନ ପତ୍ର ଗୁଡ଼ିକ ଆପଣ ଅନଲାଇନରୁ ବାହାର କରିପାରିବେ।ଏଥିପାଇଁ ଆପଣଙ୍କୁ ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନାର ୱେବସାଇଟକୁ ଯିବାକୁ ପଡ଼ିବ।

ସେଠାରେ ଥିବା ପ୍ରଥମ ଲିଙ୍କ ଉପରେ କ୍ଲିକ କରି ଆପଣଙ୍କୁ ଏଥିପାଇଁ ଆବଶ୍ୟକ ଦୁଇଟି ଆବେଦନ ପତ୍ରକୁ ବାହାର କରିବାକୁ ପଡ଼ିବ।ଏହାକୁ ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ହିନ୍ଦୀ ଓ ଇଂରାଜୀ ଆପଣ ନିଜ ଇଚ୍ଛା ଅନୁସାରେ ଏହାକୁ ବାହାର କରି ପାରିବେ।ଏହାକୁ ଆବେଦନ କରିବା ପାଇଁ ମୁଖ୍ୟ ଜିନିଷ ହେଉଛି ହେଉଛି ରାସନ କାର୍ଡ।ରାସନ କାର୍ଡର ମୁଖ୍ୟ ଏହି ଆବେଦନ ପତ୍ରକୁ ପୂରଣ କରିବେ।ଯଦି ଆପଣଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ନାମରେ ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନା ରହିଥିବ ତେବେ ଆପଣ ଏହା ପାଇଁ ଆବେଦନ କରି ପାରିବେ ନାହିଁ।

ଏହି ଫର୍ମକୁ ପୂରଣ କରି ଆପଣ ପୋଷ୍ଟ ମାଧ୍ୟମରେ ଗ୍ୟାସ ବଣ୍ଟନ କାରିଙ୍କ ନିକଟୁକୁ ପଠାଇବା ଦ୍ଵାରା ସେ ଆପଣଙ୍କ ଆବେଦନର ଯାଞ୍ଚ କରିବା ସହିତ ଆପଣ ଏହି ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନା ପାଇଁ ଉପଯୁକ୍ତ ବା ଅନୁପଯୁକ୍ତ ତାହା ଘୋଷଣା କରିବେ।ଏହା ପରେ ଆପଣ ଯଦି ଏହି ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନା ପାଇଁ ଉପଯୁକ୍ତ ହୋଇଥିବେ ତେବେ ଆପଣଙ୍କୁ ଏକ ନୂଆ ଗ୍ୟାସ ସିଲିଣ୍ଡର ସହ ଏକ ନୂତନ ଚୁଲା ମିଳିବ ଓ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ।

Leave a Reply

Your email address will not be published. Required fields are marked *