୨୨ବର୍ଷ ଯାଏଁ ଗୋଟେ ହିଁ କୋଠରୀରେ ବନ୍ଦ ଥିଲେ ଯୁବକ – ଆଉ ତାପରେ ଯାହା କହିଲେ ଶୁଣିକି ଲୋକଙ୍କ ଛାତି ଥରି ଉଠିଲା..

ଦୀର୍ଘ ୨୨ ବର୍ଷ ଯାଏଁ ଗୋଟେ କୋଠରୀରେ ବନ୍ଦ ହେଇ ରହିଥିଲେ ଜଣେ ଯୁବକ।ତେବେ ଯେତେବେଳେ କବାଟ ଖୋଲା ଯାଇଥିଲା ଭିତରେ ଯାହା ହେଇଥିଲା ତାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଇ ଯାଇଥିଲେ।ତେବେ ଏହି ସବୁ ଘଟଣାକୁ ସେ ହିଁ ବର୍ଣ୍ଣନା କରିଛନ୍ତି ଯିଏ ନିଜେ ଏହି ଅନୁଭୂତିକୁ ଅଙ୍ଗେ ନିଭାଇଛନ୍ତି।

ତାଙ୍କର ନାମ ହେଉଛି ହରିଓମ ଓଝା।ତାଙ୍କର ଘର ମହାରାଷ୍ଟ୍ରର ପୁଣେ ସହରରେ।ତାଙ୍କର ବର୍ତ୍ତମାନର ବୟସ ପାଖାପାଖି ୫୦ ବର୍ଷ ହେବ।ତେବେ ତାଙ୍କର କାହାଣୀ ବହୁତ ରୋମଞ୍ଚକ ଓ ଆଶ୍ଚର୍ଯ୍ୟ କରିଦେଇ ପାରେ।ସେ ଏହି ସବୁ କଥାଗୁଡ଼ିକ ସେ ନିଜ ତୁଣ୍ଡରେ ବର୍ଣ୍ଣନା କରିଥିଲେ।ତାଙ୍କର ଜନ୍ମ ଏକ ବହୁତ ଧନୀ ପରିବାରରେ ହେଇଥିଲା।କିନ୍ତୁ ଯେତେବେଳେ ତାଙ୍କୁ ମାତ୍ର ୩ବର୍ଷ ବୟସ ହେଇଥିଲା ସେତେବେଳେ ହରିଓମଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା।ତେବେ ତାଙ୍କ ପିତା ଜଣେ ବହୁତ ବଡ଼ ବ୍ୟବସାୟୀ ଥିଲେ ଓ ଖୁବ ରଙ୍ଗୀନ ମିଯାଜର ଲୋକ ଥିଲେ।ତେଣୁ ସେ ଆଉ ଥରେ ବିବାହ କରିଥିଲେ।କିନ୍ତୁ ହରିଓମଙ୍କର ସାବତ ମା ତାଙ୍କର ଜମା ବି ଯତ୍ନ ନିଅନ୍ତି ନାହିଁ।କେବେ କେବେ ତ ସେ ହରିଓମଙ୍କୁ ୨-୩ ଦିନ ଯାଏଁ ଖାଇବାକୁ ଦିଅନ୍ତିନି।

ତେବେ କିଛି ଦିନ ପରେ ତାଙ୍କ ସାବତ ମା କହିଲେ କି ପରିବାରର ସମସ୍ତେ ମିଶି ଏକ ଫାର୍ମହାଉସକୁ ଯିବା।ସାଧାରଣ ସହରଠାରୁ ସେହି ଫାର୍ମ ହାଉସଟି ବହୁତ ଦୂରରେ ଅବସ୍ଥିତ।ସେଠି ସେ ସାବତ ମାଙ୍କ ପ୍ରେମୀ ଲୁଚି ରହିଥିଲା ଓ ତାଙ୍କ ବାପାଙ୍କୁ କହିଥିଲା କି ଯେତେସବୁ ପଇସା ଅଛି ସବୁ ନିଜ ସ୍ତ୍ରୀ ନାଁରେ କରିଦିଅନ୍ତୁ।ସେତେବେଳେ ତାଙ୍କର ବାପା କହିଥିଲେ କି ମୋ ହାତରେ କିଛି ନାହିଁ ମୋ ପୁଅକୁ ୨୨ବର୍ଷହେବା ପରେ ସେ ସବୁ ତା ନାମରେ ହେଇଯିବ।ଏହା ଶୁଣିବା ପରେ ହରିଓମଙ୍କ ବାପାଙ୍କୁ ତାଙ୍କ ସାବତ ମା ଓ ତାଙ୍କ ପ୍ରେମୀ ତାଙ୍କ ଆଖି ଆଗରେ ମାରିଦେଇଥିଲେ।

ଏହା ପରେ ସେ ଦୁଇ ଜଣ ହରିଓମକୁ ସେହି ଫାର୍ମ ହାଉସର ଗୋଟେ ହିଁ କୋଠରୀରେ ଛାଡ଼ିଦେଇଥିଲେ।ଖାଇବାକୁ ଏମାନେ ଦିନକୁ ଦୁଇଟି ଶୁଖିଲା ରୁଟି ଖାଇବାକୁ ଦେଉଥିଲେ।ବେଳେ ବେଳେ ଯଦି ସେମାନେ କୁଆଡେ ବୁଲିବାକୁ ପଳାଇଥାଆନ୍ତି ତେବେ ହରିଓମଙ୍କୁ ୨-୩ ଦିନ ଯାଏଁ ଉପାସ ରହିବାକୁ ପଡ଼ିଯାଏ।ଏହା ସହ ସେ ଏମିତି ବହୁତ ଦିନ ଯାଏଁ ମଧ୍ୟ ଗାଧେଇ ନଥାନ୍ତି।ବହୁତ କଷ୍ଟରେ ବହୁତ କାକୁତିମିନତି କଲେ ତାଙ୍କୁ ଗାଧେଇବା ପାଇଁ ପାଣି ଦିଆ ଯାଇଥାଏ।ତେବେ ସେ ବହୁତ ଖରାପ ଅପରିଷ୍କାର ପରିବେଶର ସେହି କୋଠରୀରେ ବନ୍ଦ ହେଇ ରହିଥିଲେ।

ତେବେ ସବୁବେଳେ ସେ ଭଗବାନ ଶିବଙ୍କୁ ମୁଣ୍ଡିଆ ମାରୁଥିଲେ କି ତାଙ୍କୁ ସେ ଏ କଷ୍ଟରୁ ମୁକ୍ତ କରନ୍ତୁ।ତେବେ ଠିକ ୨୨ବର୍ଷ ପରେ ସେ ଦୁଇ ଜଣ ଆସି ଧମକାଇ ତାଙ୍କ ହସ୍ତାକ୍ଷର ନେଇ ଯାଇଥିଲେ।କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି କିଛି ସମୟ ପରେ ସେମାନେ ଖୁସି ହେଉଥିବାବେଳେ ଫାର୍ମ ହାଉସରେ ନିଆଁ ଲାଗି ଯାଇଥିଲା।ବହୁତ ଜୋରରେ ନିଆଁ ଲାଗିବାପରେ ଏହା ଦୂରରୁ ଦେଖାଯାଇଥିଲା ଓ ଦମକଳ ବାହିନୀ ଯାଇ ନିଆଁ ଲିଭାଇଥିଲେ ଓ ଆଶ୍ଚର୍ଯ୍ୟର କଥା ହେଉଛି ଏହି ନିଆଁ ସବୁ କିଛି ଜଳାଇ ଦେଇଥିଲା କିନ୍ତୁ ହରିଓମ ବଞ୍ଚିଯାଇଥିଲେ।

Leave a Reply

Your email address will not be published. Required fields are marked *