ମାତ୍ର ୧୦ ଦିନ ତଳେ ବିବାହ କରିଥିଲେ – ଇଞ୍ଜେକସନ ନେବାର ୫ ମିନିଟ ମଧ୍ୟରେ ଚାଲିଗଲା ଜୀବନ – ଖେଳିଗଲା ଶୋକର ଛାୟା

Spread the love

ଔଷଧ ଖାଇବା ପରେ କୌଣସି ବ୍ୟକ୍ତିର ମୃତ୍ୟୁ ହେବା ଭଳି ଖବର ଶୁଣିବା ପରେ ଯେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।କାରଣ ଆମେ ଔଷଧ ଖାଇଥାଉ କୌଣସି ରୋଗରୁ ମୁକ୍ତି ପାଇବା ପାଇଁ ଅଥବା ସୁସ୍ଥ ହେବା ପାଇଁ।ତେବେ ଏଭଳି ଏକ ଭୟଙ୍କର ଅଭିଯୋଗ ଆଣିଛନ୍ତି ଜଣେ ରୋଗୀଙ୍କର ଭାଇ।ଏବେ ତାଙ୍କର କହିବା ଅନୁସାରେ ସେ ନିଜର ଭଉଣୀଙ୍କର ସ୍ଵାସ୍ଥ୍ୟ ଖରାପ ହେବା ଫଳରେ ତାଙ୍କୁ ବିବେକାନନ୍ଦ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ତେବେ ତାଙ୍କ କହିବା ଅନୁସାରେ ତାଙ୍କ ଭଉଣୀ ଇଞ୍ଜେକସନ ନେବାର କିଛି ସମୟ ପରେ ମୃତ୍ୟୁର ଶିକାର ହେଲେ।

ତାଙ୍କ କହିବା ଅନୁସାରେ ଗତ ରାତିରେ ତାଙ୍କ ଭଉଣୀଙ୍କର କିଛି ସମସ୍ୟା ଦେଖା ଯାଇଥିଲା।ଫଳରେ ସେ ତାଙ୍କୁ ନିଜର କାର ଯୋଗେ ନିକଟସ୍ଥ ବିବେକାନନ୍ଦ ଚିକିତ୍ସାଳୟକୁ ନେଇଥିଲେ।ସେଠାରେ ପହଞ୍ଚିଲା ପରେ ତାଙ୍କର ଭଉଣୀ ନିଜେ ଚାଲି ଚିକିତ୍ସାଳୟ ଭିତରକୁ ଯାଇଥିଲେ।ଏହାପରେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ସେ ସେହିଠାରୁ ଔଷଧ କ୍ରୟ କରିଥିଲେ।ତେବେ ସେ ଯେଉଁ ଡକ୍ଟରଙ୍କ ଠାରୁ ପରାମର୍ଶ ନେଇଥିଲେ ତାଙ୍କର ନାମ ଥିଲା ସଞ୍ଜୟ ପଣ୍ଡା।ତେବେ ଏହି ଦୁର୍ଘଟଣା ହେବା ପରେ ଡକ୍ଟରଙ୍କର ଆଉ ଦେଖା ମିଳୁନାହିଁ।

ତେବେ ସେହି ମୃତକଙ୍କ ଭାଇ କହିଛନ୍ତି ଯେ ତାଙ୍କ ଭଉଣୀ ଇଞ୍ଜେକସନ ନେବା ପରେ ଅନେକ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ ଫଳରେ ସେଠାରେ ଉପସ୍ଥିତ ଥିବା ଚିକିତ୍ସାଳୟର କର୍ମଚାରୀ ଡକ୍ଟରଙ୍କୁ ଡାକିବା ପାଇଁ ଯାଇଥିଲେ କିନ୍ତୁ ସେତେବେଳେକୁ ବହୁତ ଡେରି ହୋଇସାରିଥିଲା।ସେ ଆଉ ସେତେବେଳକୁ ଜୀବିତ ନଥିଲେ।ଫଳରେ ତାଙ୍କର ପରିବାର ଲୋକ ଅନେକ ଦୁଃଖିତ ହୋଇ ଭାଙ୍ଗି ପଡ଼ିଥିଲେ।ଫଳରେ ସେ ସେଠାରେ ଏପରି ହେବାର କାରଣ ଜାଣିବା ପାଇଁ ଚେଷ୍ଟା କରିଥିଲେ।

ଏହାପରେ ସେ ଗଣମାଧ୍ୟମକୁ ଏହି ସମ୍ପର୍କରେ ଜଣାଇଥିଲେ।କିନ୍ତୁ ଗଣମାଧ୍ୟମ ସେଠାରେ ପହଞ୍ଚିବା ପରେ ଚିକିତ୍ସାଳୟର କର୍ତ୍ତୃପକ୍ଷ ସେଠାରେ ମୃତକଙ୍କ ପରିବାର ଲୋକଙ୍କ ଉପରେ ମିଥ୍ୟା ଆରୋପ ଲଗାଇଥିଲେ କି ସେମାନେ ଚିକିତ୍ସାଳୟର କର୍ମଚାରୀଙ୍କୁ ମାଡ ମାରିଛନ୍ତି।କିନ୍ତୁ ତାଙ୍କର ପରିବାର ଲୋକ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।ଚିକିତ୍ସାଳୟର କର୍ମଚାରୀ ମାନେ ନିଜେ ନିଜର ପୋଷାକକୁ ଫାଡ଼ି ଦେଇ ମୃତକଙ୍କ ପରିବାର ଉପରେ ମିଥ୍ୟା ଆରୋପ ଲଗାଉଥିବର କହିଛନ୍ତି ମୃତକଙ୍କ ପରିବାର ଲୋକ।

ଏହା ସହିତ ସେହି ମୃତକ ଜଣଙ୍କ ମାତ୍ର ୧୦ ଦିନ ତଳେ ବିବାହ କରିଥିଲେ ଫଳରେ ଏହା ବର୍ତ୍ତମାନ ଦୁଇଟି ପରିବାର ପାଇଁ ବହୁତ ବଡ଼ ଦୁଃଖର ବିଷୟ ଅଟେ।ତେବେ ଚିକିତ୍ସାଳୟର କର୍ମଚାରୀଙ୍କ ଦାୟିତ୍ଵ ହୀନତା କାରଣରୁ ତାଙ୍କର ଭଉଣୀ ମୃତ୍ୟୁ ବରଣ କରିଥିବା ତାଙ୍କର ଭାଇ କହିଛନ୍ତି।ସେ କହିଛନ୍ତି କି ଡକ୍ଟରଙ୍କର ଅଯୋଗ୍ୟତା କାରଣରୁ ତାଙ୍କର ଭଉଣୀଙ୍କର ମୃତ୍ୟୁ ଘଟିଛି।ଫଳରେ ସେ ସେହି ଚିକିତ୍ସାଳୟର ସମସ୍ତ କାର୍ଯ୍ଯ କର୍ତାଙ୍କ ଯୋଗ୍ୟତା ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି ଫଳରେ ଏଭଳି ଘଟଣା ଯେପରି ଅନ୍ୟ କୌଣସି ପରିବାର ସହିତ ଯେପରି ନ ହୁଏ।ସେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଦାବି କରିଛନ୍ତି।ଏହା ସହିତ ସେହି ଡକ୍ଟରଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *