ଜୁଲାଇ ୧-୧୫ ଯାଏ ପୁଣି ବଢିପାରେ ଲକ ଡାଉନ – ଏବେ ଏବେ ଏହି ଘୋଷଣା କରି ପାରନ୍ତି ସରକାର – ଦେଖନ୍ତୁ କେଉଁ ଜିଲ୍ଲା ଲକ କିଏ ହେବ ଅନଲକ

Spread the love

ସମଗ୍ର ଦେଶରେ ମହାମାରୀ ନିଜର ତାଣ୍ଡବ ଲୀଳା ଚଳାଇଥିବା ବେଳେ ଆମ ରାଜ୍ୟ ଓଡ଼ିଶା ଏଥି ମଧ୍ୟରୁ ବାଦ ପଡିନାହିଁ।ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ କମ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଆମ ରାଜ୍ୟର କ୍ଷତି ମଧ୍ୟ କିଛି କମ ନାହିଁ।ତେବେ ରାଜ୍ୟ ସରକାର ଏହି ମହାମାରୀର ମୁକାବିଲା କରିବା ପାଇଁ ପ୍ରାୟ ୨ ମାସ ହେବ ଲକ ଡାଉନ କରିଛନ୍ତି।ଯାହାର ଫଳ ସ୍ୱରୂପ ଆମ ରାଜ୍ୟରେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି।ତେବେ ରାଜ୍ୟ ସରକାର ନିଜର ଶକ୍ତି ବଳରେ ଏହି ମହାମାରୀର ଉପଯୁକ୍ତ ମୁକାବିଲା କରିବାରେ ସକ୍ଷମ ହୋଇଛନ୍ତି।

ତେବେ କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ମହାମାରୀ ଅଳ୍ପ ସମୟ ପାଇଁ ଶାନ୍ତ ରହିଛି ସତ୍ୟ ମାତ୍ର ଏହାର ତୃତୀୟ ଲହର ପୁଣି ଅଗଷ୍ଟ ମାସ ସୁଦ୍ଧା ଆସିପାରେ।ସେମାନଙ୍କର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ କିଛି ପଦକ୍ଷେପ ନେଇଛନ୍ତି।ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଦିତୀୟ ଲହରରେ ଏହା ଯେତିକି କ୍ଷୟକ୍ଷତି କରିଛି ଏହି ମହାମାରୀ ଏହାର ତୃତୀୟ ଲହରରେ ଏହା ଠାରୁ ବହୁତ ଅଧିକ କ୍ଷୟକ୍ଷତି ଘଟାଇ ପାରେ।ତେଣୁ ରାଜ୍ୟ ସରକାର ପୂର୍ବରୁ କିଛି ପଦକ୍ଷେପ ନେବା ଆବଶ୍ୟକ।

ଏହା ସହିତ ରାଜ୍ୟରେ ସଂକ୍ରମଣରେ ହ୍ରାସ ଘଟି ଥିବାରୁ ଏହାକୁ ସମ୍ପୂର୍ଣ ରୂପେ ହ୍ରାସ କରିବା ପାଇଁ ଡକ୍ଟରମାନେ ଆଉ କିଛି ଦିନ ପାଇଁ ଲକ ଡାଉନ ବଢ଼ାଇବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।ଯଦି ଆଉ କିଛି ଦିନ ଲକ ଡାଉନ କରାଯାଏ ତେବେ ରାଜ୍ୟରେ ଏହି ମହାମାରୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସିପାରେ ବୋଲି ଅନେକ ବିଶେଷଜ୍ଞମାନେ ମତ ଦେଇଛନ୍ତି।ତେବେ ବର୍ତ୍ତମାନ ରାଜ୍ୟରେ ଆଂଶିକ ଲକ ଡାଉନ ଜାରି ରହିଛି।କେତେକ ସ୍ଥାନରେ ଦିନ ୧ଟା ପର୍ଯ୍ୟନ୍ତ ବଜାର ଖୋଲା ରହୁଥିବା ବେଳେ ଆଉ କେତେକ ସ୍ଥାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଜାର ଖୋଲା ରହୁଛି।

ତେବେ ସରକାର ଏହା ବ୍ୟତୀତ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦେଇଛନ୍ତି।କେତେକ ଲୋକଙ୍କୁ କେବଳ ଅଳ୍ପ କିଛି ଜରୁରୀ କାର୍ଯ୍ୟରେ ବାହାରକୁ ଯିବା ପାଇଁ ଅନୁମତି ରହିଛି।ଏହା ସହିତ ସେମାନଙ୍କୁ ନିଜର ବାହାରକୁ ଯିବାର କାରଣ ଦର୍ଶାଇବା ସହିତ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ଆଦେଶ ଦିଆ ଯାଇଛି।ଯେଉଁ ବ୍ୟକ୍ତି ପାଖରେ ନିଜର ଜରୁରୀକାଳୀନ କାର୍ଯ୍ୟର ପ୍ରମାଣ ନଥିବ ସେମାନଙ୍କୁ କଠୋର ଦଣ୍ଡ ଦେବାର ମଧ୍ୟ ବ୍ୟବସ୍ଥା କରା ଯାଇଛି।

ଏହା ସହିତ ଅମାନିଆଙ୍କୁ କଠୋର ଦଣ୍ଡ ଦେବାକୁ ପୋଲିସ ବାହିନୀକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଇଛି।ଏହା ସହିତ ବିବାହରେ ୫୦ ଜଣଙ୍କୁ ଆସିବା ପାଇଁ ଅନୁମତି ଦିଆ ଯାଇଛି ଏହା ବ୍ୟତୀତ ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ବ୍ୟକ୍ତିଙ୍କୁ ନେଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଆଦେଶ ଦିଆଯାଇଛି।ଏହି ଆଦେଶରେ ଅବହେଳା କଲେ ଆୟୋଜକଙ୍କୁ କଠୋର ଦଣ୍ଡ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି।ଏହା ସହିତ ସମସ୍ତ ରାଜ୍ୟବାସୀଙ୍କୁ ଏହି ସମସ୍ତ ନିୟମ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି।ତେବେ ରାଜ୍ୟ ସରକାର ବର୍ତ୍ତମାନ ଲକ ଡାଉନ ବଢାଇ ପାରନ୍ତି ବୋଲି ଶୁଣା ଯାଉଛି।

Leave a Reply

Your email address will not be published. Required fields are marked *