ବିଷ ଖାଇଥିଲେ କିପରି କରିବେ ପ୍ରାଥମିକ ଚିକିତ୍ସା,ଯଦି କେହି ଲୋକ ଏହି ଭୁଲ କରିଛନ୍ତି ତୁରନ୍ତ ଏହି କାମ କରନ୍ତୁ – Dr Prashanta Behera

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଆପଣ ବିଷ ଖାଇଥିଲେ କିପରି କରିବେ ପ୍ରାଥମିକ ଚିକିତ୍ସା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ବିଷ ଖାଇବା ଏକ ବହୁତ ବିପଦପୂର୍ଣ୍ଣ ଜିନିଷ ଅଟେ କିନ୍ତୁ ଏଥିରୁ ଆପଣ ବଞ୍ଚିପାରିବେ।ଅଧିକାଂଶ ଲୋକ ଯେଉଁମାନେ ବିଷ ଖାଇଥାନ୍ତି କୌଣସି କଳି ଝଗଡା କାରଣରୁ ହେଉ ବା ବ୍ରେକପ କାରଣରୁ ହେଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଯୁବକ ହୋଇଥାନ୍ତି।

ଯଦି ସେମାନେ ସଠିକ ସମୟ ପୂର୍ବରୁ ମେଡ଼ିକାଲରେ ପହଞ୍ଚି ଯାଇଥାନ୍ତି ତେବେ ସେମାନଙ୍କ ଚିକିତ୍ସାର ସମ୍ଭାବନା ଥାଏ।ଏଥିପାଇଁ ଆପଣ କିପରି ଭାବରେ ହସ୍ପିଟାଲରେ ଜଲ୍ଦି ପହଞ୍ଚିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।କୀଟନାଶକ ଔଷଧ ବହୁତ ମାରାତ୍ମକ ହୋଇଥାଏ।ଏଥିପାଇଁ ଏହି ବିଷକୁ ଘରେ ରଖିବା ଉଚିତ ନୁହେଁ।ଏବଂ ସିନ୍ଦୁରର ଏକ ପ୍ରକାର ବିଷ ରହିଥାଏ ଏହା ଏତେ ଅଧିକ ମାରାତ୍ମକ ହୋଇନଥାଏ।

ଫିନଇଲ ମଧ୍ୟ ଲୋକ ବିଷ ଭଳି ବ୍ୟବହାର କରିଥାନ୍ତି କିନ୍ତୁ ଏହା ଜାଣି ନଥାନ୍ତିଯେ ଏହା ତାଙ୍କ ପାଇଁ କେତେ ମାତ୍ରାରେ ଅସୁବିଧା କରିଥାଏ।କୌଣସି ପ୍ରକାର ଅସୁବିଧା ହେଲେ ସେ ଅବା ବ୍ରେକପ ହେଉ କିମ୍ବା ଡିପ୍ରେସନରେ ଥିଲେ ଯଦି ଏହାକୁ ଖାଇଥାନ୍ତି ତେବେ ପରେ ବାନ୍ତି ଆରମ୍ଭ ହୋଇପାରେ, ଝାଡା ଆରମ୍ଭ ହୋଇପାରେ ଏବଂ ଧଇଁ ସଇଁ ବେସି ଆରମ୍ଭ ହୋଇଥାଏ।

ଏବଂ ଅକ୍ସୀଜେନ ଲେଭେଲ କମିଗଲେ ବେହସ ହୋଇଯାଇଥାନ୍ତି।ଏବଂ ବାତ ମଧ୍ୟ ମାରିଥାଏ।ଯଦି ପେସେଣ୍ଟ ବେହୋସ ହୋଇଥାନ୍ତି ତେବେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଜରୁରୀ।ସେହି କେସରେ ପ୍ରାଥମିକ ଚିକିତ୍ସା ସମ୍ଭବ ନୁହଁ।

ଏବଂ ଯଦି ହୋସରେ ଥାନ୍ତି ଛୋଟ ନର୍ସିଂ ହୋମ କିମ୍ବା ଛୋଟ ହସ୍ପିଟାଲ ହେଉ ସେଥିରେ ଆମେ ନାକ ନଳୀ ପକାଇପାରିବା।ଏବଂ ଅନ୍ୟ ପଦ୍ଧତି ଦ୍ୱାରା ବିଷକୁ ବାହାର କରି ହୋଇପାରେ କିମ୍ବା ସଲାଇନରେ ଇରିଗେସନ କରି କାଢ଼ିଦେବା।ଅନ୍ୟଟି ହେଉଛି ଆକ୍ଟିଭେଟେଡ଼ ଚାରକୋଲ।ଯଦି ଏହା ଥାଏ ତେବେତାହାକୁ ମଧ୍ୟ ନାକ ନଳୀରେ ଦେଇ ହେବ।କିନ୍ତୁ ଯଦି ପେସେଣ୍ଟ ବେହୋସ ଅଛି ତେବେ ଆମେ ତାକୁ ପିଠି ଉପରକୁ ରଖି ଆମେ ତୁରନ୍ତ ଡାକ୍ତରଖାନା ନେଇ ଯିବାକୁ ପଡ଼ିବ।

କିନ୍ତୁ ଯଦି କୀଟନାଶକ ଖାଇଛନ୍ତି ତେବେ କୌଣସି ଡାକ୍ତରଙ୍କ ପରାମର୍ଶ ନେଇ ତାହାର ଔଷଧ ଖାଇ ହେବ।ଏବଂ ଯଦି ଅକ୍ସୀଜେନ ଅଛି ତେବେ ତାହାକୁ ଲଗାଇବା ଦ୍ୱାରା ମଧ୍ୟ ଅନେକ ପରିମାଣରେ ଲାଭ ମିଳିଥାଏ ଏବଂ ଚିକିତ୍ସା ହୋଇପାରି ଥାଏ।ଯଦି ପେସେଣ୍ଟର ରକ୍ତ ଚାପ ଥାଏ ତେବେ ସଲାଇନ ଦ୍ୱାରା ଚିକିତ୍ସା କରାଯାଇଥାଏ।ଏବଂ ଯଦି ନିଶ୍ୱାସ ପ୍ରଶ୍ୱାସ ନେବାରେ ପେସେଣ୍ଟର ଅସୁବିଧା ହେଉଥାଏ ତେବେ ଅକ୍ସୀଜେନ ଲଗାଇବାର ଅଵଶ୍ୟକତା ରହିଥାଏ।

Leave a Reply

Your email address will not be published. Required fields are marked *