Manaba Premi ଆଦିତ୍ୟ ମୃତ୍ୟୁ ମାମଲାରେ Bidyashree ଙ୍କ ଖୋଲା ଚାଲେଞ୍ଜ,କହିଲେ ମୋ ହାତରେ କେହି ହାତକଡ଼ି ପକେଇ ପାରିବେ ନାହିଁ କାରଣ

Spread the love

ତେବେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏହି ଘଟଣା ଏକ ହତ୍ୟା ନା ଏକ ଆତ୍ମହତ୍ୟା ଏହା ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ।ତେବେ ଏହା ସବୁ ପରେ ଏହା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ କି ଏହି ଘଟଣାକୁ ଅନେକ ଦିନ ବିତି ସାରିଲାଣି।ତେବେ ଏହା ସବୁ ଘଟିବା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ ଏହି ଘଟଣାର କୌଣସି ନିର୍ଦ୍ଧିଷ୍ଟ ସମାଧାନ ହୋଇ ପାରି ନାହିଁ।ତେବେ କିଛି ଲୋକ ଏପରି ମତ ଦେଇଥିଲେ କି ଏହି ଘଟଣା ଘଟିବା ପଛରେ ତାଙ୍କର ପତ୍ନୀଙ୍କ ହାତ ରହିଛି।

ମାତ୍ର ତାଙ୍କର ପତ୍ନୀ ଏହାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି।ଏହା ସହିତ ସେ କହିଛନ୍ତି କି ତାଙ୍କର ଏହି ଘଟଣା ପଛରେ କିଛି ମଧ୍ୟ ହାତ ନାହିଁ।ସେ ଏହା ମଧ୍ୟ କହିଥିଲେ କି ତାଙ୍କ ଉପରେ ବିନା କାରଣରେ ଅନେକ ଅଯଥା ଦୋଷ ଲଦି ଦିଆ ଯାଉଛି।ଯାହା ଫଳରେ ତାଙ୍କୁ ଅନେକ ପ୍ରକାରର ମାନସିକ ଚାପରେ ରହିବାକୁ ପଡ଼ୁଛି ଓ ତାଙ୍କୁ ଅନେକ ଲୋକ ବର୍ତ୍ତମାନ ନାନା ପ୍ରକାରର କଥା କହିବା ଆରମ୍ଭ କଲେଣି

ଯାହା ଫଳରେ ସେ ବର୍ତ୍ତମାନ ସେହି କାରଣରୁ ଅନେକ ଚିନ୍ତିତ ଅଛନ୍ତି।ଏହା ସହିତ ସେ ଏହି ସମସ୍ତ ଆରୋପକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।ତେବେ ଆପଣ ଏହା ଜାଣି ରଖିବା ଆବଶ୍ୟକ କି ତାଙ୍କ ବିରୁଦ୍ଧରେ କିଛି ଲୋକ ଏପରି କହିଥିଲେ କି ଆଦିତ୍ୟଙ୍କ ପୂର୍ବରୁ ସେ ଦୁଇଟି ବିବାହ କରିଥିଲେ।ତେବେ ଏପରି ଅରୋପରେ ସେ କ୍ରୋଧିତ ହୋଇ ସେ କହିଥିଲେ କି ଯଦି ସେ ଆଦିତ୍ୟଙ୍କ ପୂର୍ବରୁ ଦୁଇଟି ବିବାହ କରିଛନ୍ତି ତେବେ ତାଙ୍କର ପୂର୍ବ ଦୁଇଜଣ ପତି କୁଆଡେ ଯାଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଏହା ସହିତ ସେ କହିଥିଲେ କି ତାଙ୍କର ପତି କେବଳ ମାନସିକ ଚାପରେ ଆସି ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ।ତେବେ ସେ କହିଥିଲେ କି ତାଙ୍କର ବନ୍ଧୁ ଯାହାଙ୍କ ନାମ ହେଉଛି ପପୁ ସେ ତାଙ୍କର ପତିଙ୍କୁ ପ୍ରାୟ ୭୦ ହଜାର ଟଙ୍କା ଆର୍ଥିକ ସହାୟତା ମାଗି ଥିଲେ।

ତେବେ ଏତେ ଗୁଡ଼ିଏ ଟଙ୍କା ସେ କେଉଁଠୁ ଆଣିବେ ଏହା ଚିନ୍ତା କରି ସେ ଅନେକ ସମୟରେ ମାନସିକ ଚାପରେ ରହୁଥିଲେ।ଏହା ସହିତ ସେ କହିଥିଲେ କି ସେ ଏହି ମାନସିକ ଚାପ କାରଣରୁ ସଠିକ ଭାବରେ ଖାଦ୍ୟ ମଧ୍ୟ ଖାଉ ନଥିଲେ ଏହା ସହିତ ସେ ଅନେକ ସମୟରେ କିଭଳି ଭାବରେ ଏହି ଟଙ୍କା ଦେବେ ବୋଲି ଚିନ୍ତିତ ରହୁଥିଲେ।ତେବେ ପପୁ ତାଙ୍କ ଆଶ୍ରମର ଟ୍ରଷ୍ଟରୁ ଟଙ୍କା ଆଣି ତାଙ୍କୁ ଦେବା ପାଇଁ କହିଥିଲେ।

ମାତ୍ର ସେ ଆଶ୍ରମର ଟ୍ରଷ୍ଟରୁ ଟଙ୍କା ଆଣି କେବେ ମଧ୍ୟ ନିଜର ବ୍ୟତିଗତ କାରଣ ପାଇଁ ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲେ।ତେବେ ଏହା ସବୁ ଘଟିବା ପରେ ଶେଷରେ ସେ ମୃତ୍ୟୁ ବରଣ କରିଥିଲେ ବୋଲି ତାଙ୍କର ପତ୍ନୀ କହିଥିଲେ।ତେବେ ବିଦ୍ୟାଶ୍ରୀ ଏହା ବିଷୟରେ ନିଜର ମତ ଦେଇ କହିଥିଲେ କି ସେ ସମ୍ପୂର୍ଣ୍ଣ ଭାବରେ ନିର୍ଦ୍ଦୋଷ ଓ ତାଙ୍କୁ କିପରି ଭାବରେ କେହି ବନ୍ଧକ କରିପାରିବେ ଏହା ସେ ଦେଖିବେ ବୋଲି କହିଥିଲେ।ଏହା ସହିତ ସେ କହିଥିଲେ କି ତାଙ୍କର ପତିଙ୍କ ହତ୍ୟାର ମିଥ୍ୟା ଆରୋପ ତାଙ୍କ ଉପରେ ନ ଲଗାଇବା ପାଇଁ।

Leave a Reply

Your email address will not be published. Required fields are marked *