ପିଏମ କିଷାନ ଯୋଜନା ନୂତନ ଅପଡେଟ ୨୦୨୧ – ପିଏମ Kisan ଯୋଜନା ନବମ ଇନଷ୍ଟଲମେଣ୍ଟ ରିଲିଜ ଡେଟ ଓ ଏହି କାମ ଜଲ୍ଦି କରିଦିଆନ୍ତୁ ପଇସା ଆସିବ ଆପଣଙ୍କ ଖାତାକୁ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ପି ଏମ କିଷାନ ଯୋଜନା ବିଷୟରେ କିଛି ନୂତନ ଅପଡେଟ ଜାଣିବା।ଆପଣ ତ ଜାଣିଥିଲେ ପି ଏମ କିଷାନ ଯୋଜନାର ନବମ କିସ୍ତିର ଟଙ୍କା ଅଗଷ୍ଟ ମାସରେ ଆସିବାକୁ ଯାଉଛି।କିନ୍ତୁ ସାଙ୍ଗମାନେ ଏହା ମଧ୍ୟରେ ପି ଏମ କିଷାନ ଯୋଜନାକୁ ନେଇ ଏକ ବହୁତ ବଡ଼ ଅପଡେଟ ଆସିଛି।ସେହି ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବରେ ଏହି ଆର୍ଟିକିଲରେ ଆଲୋଚନା କରିବା।ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଥିଲେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମେ ଜାଣିବା ପି ଏମ କିଷାନ ଯୋଜନାର ନବମ କିସ୍ତିର ଟଙ୍କା କେବେ ସୁଦ୍ଧା ପାଇ ପାରିବେ ଏହା ସହିତ ରାଜ୍ୟ ସରକାରଙ୍କ ତରଫରୁ କେତେ ଚାଷୀଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଛି ବା ସେମାନଙ୍କ ଆକାଉଣ୍ଟକୁ ପଇସା ଆସିବ ନାହିଁ।ଏବଂ ଏହା ମଧ୍ୟ ଜାଣିବା ପି ଏମ କିଷାନ ଯୋଜନାରେ ଯେଉଁ ଚାଷୀଙ୍କ ପଇସା ଆସୁନାହିଁ କଣ କରିବେ ତାହା ମଧ୍ୟ ଜାଣିବା।

ତେବେ ସାଙ୍ଗମାନେ ପି ଏମ କିଷାନ ସମାନ ନିଧିର ନବମ କିମ୍ବା ଏହାର ପରବର୍ତ୍ତୀ କିସ୍ତି ଅଗଷ୍ଟରେ ଯେକୌଣସି ସମୟରେ ଆସିପାରେ।ଜୁଲାଇ ୩୧ରେ ପୂର୍ବ କିସ୍ତି ଆସିବ।ତେବେ ଜୁଲାଇ ୨୦ ୨୦୨୧ରେ ପି ଏମ କିଷାନ ପୋର୍ଟାଲରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ୨୭ ଲକ୍ଷ ଚାଷୀଙ୍କ ଟଙ୍କା ଆସିବା ବିଫଳ ହୋଇଛି।ଅର୍ଥାତ ସରକାର ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଥିଲେ।କିନ୍ତୁ କୌଣସି କାରଣରୁ ଏହା ପହଞ୍ଚି ନଥିଲା।

ସେହିପରି ମୋଟ ହିତାଧିକାରୀଙ୍କ ମଧ୍ୟରୁ ରାଜ୍ୟ ସରକାର ମିଶି ଏକ କୋଟି ୯୫ ଲକ୍ଷ ଟଙ୍କା ଆସିବା ବନ୍ଦ କରିଦେଇଥିଲେ।୧୨ କୋଟିରୁ ଅଧିକ ୩୬ ଲକ୍ଷ ତଥ୍ୟ ମଧ୍ୟରୁ କେବଳ ଦୁଇ କୋଟି ୮୧ ଲକ୍ଷରେ ସଂଶୋଧନ କରାଯାଇଛି।କୌଣସି ଏକ ତ୍ରୁଟି କାରଣରୁ ଏହି ଟଙ୍କା ଆସି ନଥିଲା।ଏହି କାରଣରୁ ଏବେ ତ୍ରୁଟି ସଂଶୋଧନ କରିବା ପାଇଁ କୁହାଯାଉଛି।

ଏହା ସହିତ ପି ଏମ କିଷାନ ଯୋଜନାରେ ଚାଷୀଙ୍କ ନାମ ଇଂରାଜୀରେ ଲେଖା ହେବା ଉଚିତ।ଯେଉଁ ଚାଷୀ ତାଙ୍କ ନାମ ହିନ୍ଦୀରେ ଲେଖିଥିବେ ସେମାନେ ତାଙ୍କ ନାମ ଇଂରାଜୀରେ ଲେଖିବା ଜରୁରୀ।ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହିତ ଲିଙ୍କ କରାଯାଇଥିବା ଉଚିତ।ଆପଣଙ୍କ ଆଧାର କାର୍ଡ ନାମ , ବ୍ୟାଙ୍କ ନାମ ଏବଂପଞ୍ଜିକୃତ ନାମ ସମାନ ଥିବା ଦରକାର।

ଆଇ ଏଫ ସି କୋଡ଼ ଭୁଲ ଥିଲେ ଠିକ କରିବା ଜରୁରୀ।ବ୍ୟାଙ୍କ ଆକାଉଣ୍ଟ ନମ୍ବର ଲେଖିବା ଭୁଲ ଥିଲେ ସଂଶୋଧନ କରିବା ଜରୁରୀ।ସେହି ପରି ଠିକଣାର ନାମ ଏବଂ ବନାନ ସଠିକ ରହିବା ଜରୁରୀ।ଏହି ସବୁ ତଥ୍ୟ ଠିକ ରଖିଲେ ଆପଣଙ୍କୁ ପି ଏମ କିଷାନ ଯୋଜନାରେ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ।

Leave a Reply

Your email address will not be published. Required fields are marked *