ପାହାନ୍ତା ରାତିରେ Konarka ବେଳା ଭୂମି ରେ ସେ ରାତିରେ ଯାହା ଘଟିଗଲା ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହେଇକି ରହିଗଲେ,ଚାଲୁଥିଲା ଏପରି ଅଦୃଶ୍ୟ ଲୋକ ଜାଣିଲେ ଡରିବେ ଆପଣ

Spread the love

ସାଙ୍ଗମାନେ ନୂଆ ବର୍ଷ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା।ଆଶିଷ ଓ ସୋନୁ ଦୁଇ ସାଙ୍ଗ ନୂଆବର୍ଷରେ କିଛି ନୂଆ ଜାଗା ବୁଲିବା ପାଇଁ ବାହାରିଲେ।ସେମାନେ ତାଙ୍କ ସହିତ ଚିନ୍ମୟୀ ଓ ଦିବ୍ୟାକୁ ମଧ୍ୟ ନେଲେ।ଦିବ୍ୟା କୋଣାର୍କ ବେଳାଭୂମି ଯିବା ପାଇଁ ପ୍ରସ୍ତାବ ରଖିଲା ଓ ସମସ୍ତେ ତାହାକୁ ମାନିଲେ।ଡିସେମ୍ବର ୩୧ ଆସି ଯିବାରୁ ପୂର୍ବ ପ୍ଲାନ ମୁତାବକ ସମସ୍ତେ ସୋନୁ କାରରେ ବାହାରି ପଡ଼ିଲେ।ସେଦିନ ଦୀବ୍ୟା ଗାଡ଼ି ଚଳାଉଥିଲା କାରଣ ତାକୁ ସେହି ରାସ୍ତା ଭଲ ଭାବରେ ଜଣାଥିଲା।

ଗାଡ଼ି ଖୁବ ତୀବ୍ର ବେଗରେ ଆଗକୁ ବଢୁଥାଏ।ବାଟରେ ଏକ ଜଳଖିଆ ଦୋକାନରେ ସେମାନେ ଖାଇବା ପରେ ପୁଣି ବାହାରି ପଡ଼ିଲେ।ଦିବ୍ୟା ହାଇୱେ ଛାଡ଼ି ଏକ ସର୍ଟକଟ ନେଲା।କିଛି ସମୟ ପରେ ତାଙ୍କୁ ଲାଗିଲା ଯେ ତାଙ୍କ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବୁଲାବୁଲି ହେଉନାହିଁ।ସେମାନଙ୍କୁ ଜଣାପଡ଼ିଲା ଯେ ସେମାନେ ଭୁଲ ରାସ୍ତାରେ ଯାଉଛନ୍ତି।

ସେମାନେ ଏକ ଦୋକାନୀଙ୍କୁ ପଚାରିବାରୁ ସେ କହିଲେ କି ଏଠାରୁ ଚାରି କିମି ଦୂରରେ ଏକ ସମୁଦ୍ର ଅଛି ସେମାନେ ଚାହିଁଲେ ସେଠାକୁ ଯାଇ ପାରିବେ।ଏହାପରେ ଦୋକାନୀ କହିଲା କି ଆପଣ ମାନେ ସେଠାରେ ବେଶୀ ସମୟ ପର୍ଯ୍ୟନ୍ତ ରହିବନି।କିଛି ବାଟ ଗଲା ପରେ ତାଙ୍କୁ ସମୁଦ୍ର ଲହର ଶବ୍ଦ ଶୁଣାଗଲା।କାରଟିକୁ ସମୁଦ୍ର ପାଖରେ ଦିବ୍ୟା ଲଗାଇ ଦେଲା ଓ ସମସ୍ତେ ଶାନ୍ତିରେ ନିଃଶ୍ୱାସ ନେଲେ।

ସେମାନଙ୍କ ଛଡା ସେଠାରେ ଆଉ କେହି ନଥିଲେ।ବହୁ ସମୟ ସେମାନେ ସେଠାରେ ଗପସପ କଲେ।ଏହାପରେ ସୋନୁର ସେହି ପାନ ଦୋକାନୀ କଥା ମନେ ପଡିଗଲା।ସେତେବେଳେ ୯.୩୦ ବାଜିଥିଲା।ସୋନୁ ସମସ୍ତଙ୍କୁ ଖିଆପିଆ କରିବା ପାଇଁ କହିଲା।ସେମାନେ ଏକ ସ୍ଥାନରେ ନିଆଁ ଜାଳି ଖାଇବା ବ୍ୟବସ୍ଥା କଲେ।ସେଠାରେ କିଛି ବିଶେଷ କାଠ ନଥିବାରୁ ଅଲଗା ଅଲଗା ଦିଗରେ ସେମାନେ ଖୋଜିବାକୁ ଲାଗିଲେ।

ଏହାର ୧୦ ମିନିଟ ପରେ ସୋନୁ ଯେତେବେଳେ କିଛି କାଠ ସହିତ ଖାଇବା ଜାଗାକୁ ଫେରିଲା ଅନ୍ୟ ମାନେ ତାକୁ ଦିବ୍ୟା କଥା ପଚାରିଲେ।ସେମାନେ ଦିବ୍ୟାକୁ ଖୋଜିବାକୁ ଲାଗିଲେ।ସେମାନେ ଦିବ୍ୟାର ପାଦଚିହ୍ନକୁ ଦେଖି ଆଗକୁ ବଢିବାରେ ଲାଗିଲେ।କିଛି ବାଟ ପରେ ସେମାନେ ଦେଖିଲେ କି ସେଠାରେ ଆଉ ଏକ ପାଦ ଚିହ୍ନ ମଧ୍ୟ ଅଛି।

ସେମାନେ ନିଜ ମୋବାଇଲ ଲାଇଟ ଦ୍ବାରା ଖୋଜିବାକୁ ଲାଗିଲେ।ହଠାତ ସେମାନଙ୍କୁ ଦିବ୍ୟା କାହା ସହ କଥା ହେବାର ଲାଗିଲା।ଦିବ୍ୟା ସୋନୁକୁ ଦେଖି କିଛି ସମୟ ପାଇଁ ଚକିତ ରହିଗଲା।ସେମାନେ ଦେଖିଲେ କି ଆଉ କିଛି ଦୂରରେ ସୋନୁ ପରି ପିଲାଟିଏ ଅଛି।ସେହି ପିଲାଟି ତାର ଅସଲି ରୂପ ପରିବର୍ତ୍ତନ କଲା।

ସେଠାରେ ଥିଲା ଗୋଟିଏ ଡାହାଣୀ।ସେମାନେ ନିଜ କାର ପାଖକୁ ଦୌଡିବାକୁ ଲାଗିଲେ।କିନ୍ତୁ ଡାହାଣୀଟି ତାଙ୍କ ଠାରୁ କିଛି ଦୂରରେ ରହି ବିକଟାଳ ହସ ଦେଲା।ବୋଧେ କାରରେ ଲାଗିଥିବା ହନୁମାନ ମୂର୍ତ୍ତି ଯୋଗୁ ସେ ଆଗକୁ ଆସିପାରୁ ନଥିଲା।ତେବେ ଏହା ସମ୍ପୂର୍ଣ ରୂପରେ ଏକ ଗଳ୍ପ ଅଟେ ,ଏହାର ସତ୍ୟତା ରେ ଆମେ ବିଶ୍ୱାସ କରୁ ନାହୁଁ ଏହା ଏକ ମନୋରଞ୍ଜନ ଭିତିକ ଗପ ଆକାର ରେ ଗ୍ରହଣ କରନ୍ତୁ

Leave a Reply

Your email address will not be published. Required fields are marked *