Koraput ଯିବା ରାତିର ଭୟାନକ ପାହାଡ ରାସ୍ତାର Trip,ଯାହା ଘଟିଲା ଏପରି କାହା ସହ ନ ଘଟୁ,ପଢିଲେ ହୁଏତ ଡରିଯିବେ ଆପଣ

Spread the love

ରାହୁଲ,ରୋହିତ ଓ ରୋସନ ତିନିସାଙ୍ଗ ପିଲାଦିନୁ ଏକାଠି ବଡ଼ ହୋଇଛନ୍ତି।ଯେମିତି କି ସ୍କୁଲ କଲେଜ ଖେଳିବା ବୁଲିବା ଯାହାବି କରନ୍ତି ଏକାଠି କରନ୍ତି।ସୌଭାଗ୍ୟ ବସତ ତିନିସାଙ୍ଗ ଭୁବନେଶ୍ଵରରେ ପାଠପଢା ପରେ ସରକାରୀ ଚାକିରୀ ମଧ୍ୟ ପାଇଗଲେ।ଏଥିରେ ସେମାନଙ୍କ ଖୁସି ଦୁଇଗୁଣ ହୋଇଯାଇଥାଏ।କାରଣ ଏବେ ସେମାନଙ୍କ ସମୟ ପୁରା ମଜାମସ୍ତିରେ କଟିବ।

ସେମାନେ ପ୍ରାୟ ସମୟ ମୌକା ପାଇଲେ ଭୋଜିଭାତ ପାର୍ଟି ଓ ନୂଆ ନୂଆ ଜାଗା ବୁଲିବାରେ ପୁରା ସମୟ କଟେଇ ଦିଅନ୍ତି।ଥରେ ଅଫିସ ଛୁଟି ଥିବାରୁ ତିନିସାଙ୍ଗ ଯୋଜନା କଲେ କି ଗୋଟେ ଲମ୍ବା ରାସ୍ତାରେ ଗାଡ଼ି ଚଲେଇଯିବେ।ଯେଉଁଠି ରାତି ହେବ ସେଠି ରହିଯିବେ।ସେମାନେ କୋରାପୁଟ ଯିବା ପାଇଁ ମନସ୍ଥ କଲେ।ସେମାନେ ରୋହିତ ଜିପରେ ଗଲେ।

ସବୁ ଜିନିଷ ନେଇ କଥା ଅନୁସାରେ ସମସ୍ତେ ଆସି ରୋହିତ ଘରେ ଏକାଠି ହେଲେ।ସେମାନେ ବାହାରୁ ବାହାରୁ ୭ଟା ବାଜିଥିଲା।ସମସ୍ତେ କିଛି କିଛି ବାଟ ଗାଡ଼ି ଚଲେଇଲେ।ବାଟରେ ଏକ ଢ଼ାବାରେ ସେମାନେ ରାତ୍ରି ଭୋଜନ କଲେ ଓ ହାଲକା ମଦ୍ୟପାନ କଲେ।ଏବେ ସେ କୋରାପୁଟ ଅଭିମୁଖେ ବାହାରିଲେ।ଗାଡ଼ି ଚିଲିକା ଅତିକ୍ରମ କରିସାରିଥିଲା।

କିଛି ସମୟ ପରେ ଜୋର ବର୍ଷା ହେବାର ଲାଗିଲା।ସୁନସାନ ରାସ୍ତା।କୋଉଠି ଗୋଟେ ଅଧେ ଗାଡ଼ି ଯିବା ଆସିବା କରୁଥାଏ। ହଠାତ ରୋହନ ଦେଖିଲେ ସ୍ତ୍ରୀ ଲୋକଟିଏ ହାତଠାରି ଲିଫ୍ଟ ମାଗୁଛି।ରୋହିତ ଲିଫ୍ଟ ଦେବାପାଇଁ ଦୁଇ ଜଣଙ୍କୁ ମନା କଲା।ବହୁତ ତର୍କ ବିତର୍କ କରେ ନିଷ୍ପତି ହେଲା ଯେ ସେ ମହିଳାଙ୍କୁ ଲିଫ୍ଟ ଦେବେ।ମହିଳା ଜଣଙ୍କର ବ୍ରହ୍ମପୁର ଯାଏଁ ଯିବାର ଥିଲା।

ମହିଳା ଜଣଙ୍କ ପଛ ସିଟରେ ବସିଲେ।ମହିଳା ଜଣଙ୍କର ନାମ ଥିଲା ଅନାମିକା ବା ଅନୁ।ରୋହନ ପଚାରିଲାକି ଆପଣ ଏତେ ରାତିରେ ଏଇଠି କଣ କରୁଛନ୍ତି?ମହିଳା ଜଣଙ୍କ କହିଲେ କି ଆମ ଗାଡ଼ିର ଦୁର୍ଘଟଣା ହୋଇଯାଇଥିଲା।ମୁ ଘାଇ ତଳକୁ ଖସି ପଡ଼ିଲି।ସେଥି ମୁଁ ଅଚେତ ହୋଇ ପଡ଼ିଥାଏ।କିଛି ସମୟ ପରେ କିଛି ଲୋକ ଆସି ମୋ ଝିଅ ଓ ସ୍ବାମୀଙ୍କୁ ମେଡ଼ିକାଲକୁ ନେଇଗଲେ।

ହେଲେ ମେତେ ନେଲେ ନାହିଁ ମୁଁ ଯେତେ ଡାକିଲେ ଶୁଣିଲେନାହିଁ।କେତେ କଷ୍ଟରେ ସେଠୁ ଉଠିକି ଆସିଛି ଆଉ ଆପଣ ମାନେ ସାହାଯ୍ୟ କଲେ।ରାତି ସେତେବେଳକୁ ପାଖା ପାଖି ୧୨ଟା ହେବ।ସେ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲ ପାଖରେ ଛାଡିଦେଲେ ଓ ନିଷ୍ପତି ନେଲେ କି ରାତିରେ ବ୍ରହ୍ମପୁରରେ ରହି ସକାଳୁ ବାହାରିବେ।ସେ ଏକ କଣ୍ଢେଇଟିଏ ରୋହନ ହାତକୁ ଦେଇ କହିଲେ ୟାକୁ ଟିକେ ମୋ ଝିଅକୁ ଦେଇ ଆସନ୍ତୁ ଓ ସେଠାରୁ ଚାଲିଗଲେ।

ସେମାନେ ବୁଝିକରି ଯେତେବେଳେ ତାଙ୍କ ଘରକୁ ଗଲେ ସେଠାରେ ତାଙ୍କ ଝିଅକୁ ଦେଖିଲେ ଓ ଡାକ୍ତର ବିଜୟଙ୍କୁ ବି ଦେଖିଲେ ଆଉ ଗୋଟେ ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ତାହା ହେଉଛି କାନ୍ଥରେ ଟଙ୍ଗା ହୋଇଥିବା ସେହି ମହିଳାଙ୍କର ଫଟୋକୁ ଯେଉଁଥିରେ ଏକ ଫୁଲମାଳ ପଡ଼ିଛି।

Leave a Reply

Your email address will not be published. Required fields are marked *