ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଆସିଲା ନେଉଳ ଛୁଆ,Sri Mandira ଆଗରେ ମନଲୋଭା ଦୃଶ ଦେଖି ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ

Spread the love

ସାଙ୍ଗମାନେ ଆପଣମାନେ ତ ପ୍ରଭୁ ଜଗନ୍ନାଥଙ୍କ ମହିମା କଥା ଜାଣିଥିବେ।ସେ ହଉଛନ୍ତି ବିଶ୍ଵର ଦେବତା।ତାଙ୍କ ପାଖକୁ ଆସି ଅନେକ ଶ୍ରଦ୍ଧାଳୁ ନିଜର ମନୋସ୍କାମନା ପୁରଣ କରଥାନ୍ତି।ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ।ବିଶ୍ୱ ଭରରୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପୁରୀ ଆସିଥାନ୍ତି।ଏବଂ ଭାଗ୍ୟରେ ଥିଲେ ଦର୍ଶନଟିଏ ମିଳିଥାଏ।କିନ୍ତୁ ଯାହାଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପା ଥାଏ ତାଙ୍କୁ ଦର୍ଶନ ମିଳିଯାଇଥାଏ।

ଏବଂ ତାହା ଭାଗ୍ୟରେ ଥିଲେ ମିଳେ।ଏବଂ ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ ହୋଇଥାଏ।ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଅଭଡ଼ା ଭୋଗର ସେବା କରିବା ପାଇଁ ଅନେକ ଶ୍ରଦ୍ଧାଳୁ ପ୍ରତିବର୍ଷ ଆସିଥାନ୍ତି।ବର୍ତ୍ତମାନ ସମୟରେ କରୋନା ମହାମାରୀ ପାଇଁ ମନ୍ଦିର ବନ୍ଦ ଥିଲା ଏବଂ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରୁ ନଥିଲେ।କିନ୍ତୁ ଏବେ ନିୟମ କୋହଳ ହେବାରୁ ପୁରୀରେ ଅନେକ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି।

ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।ଆଜିର ଏହି ଆର୍ଟିକିଲରେ ଆମେ ଏହି ବିଶେଷ ଖବର ବିଷୟରେ ଜାଣିବା ଏହା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ।ଆପଣ ଏହାକୁ ଦେଖି ବିଶ୍ୱାସ କରିପାରିବେ ନାହିଁ।ଏବଂ ଏହି କଥା ଆପଣ ଯାହାକୁ କହିବେ ସେ ମଧ୍ୟ ଏହି କଥା ପ୍ରଥମେ ଶୁଣି ବିଶ୍ୱାସ କରିବେ ନାହିଁ।

ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।ମଣିଷ ମାନଙ୍କ ପଦ ପାଦକୁ ତାର ଆଦୌ ଡର ନାହିଁ।ସେ ନିର୍ଭୟରେ ବୁଲୁଛି ଏବଂ ମୁଣ୍ଡ ଟୁଙ୍ଗାରୁଛି।ପତିତ ପାବନ ଗୋମଟକୁ ଥୋକାଏ ଚାହିଁ ସେ ଥକା ମନକୁ ଚକା ଡୋଳାରେ ଲୟ ରଖିବାକୁ ଚେଷ୍ଟା କରୁଛି।

ଆଜି ଦେଉଳ ଫିଟିଛି ବୋଲି ତା ପାଖରେ ମଧ୍ୟ ଖବର ପହଞ୍ଚିଛି।କାଳିଆକୁ ଦେଖିବ ବୋଲି ନେଉଳ ମଧ୍ୟ ଶ୍ରୀମନ୍ଦିର ଆସିଛି।କରୋନା କଟକଣାରେ ପୁରୀ ବାସୀଙ୍କ ପାଇଁ ସିଂହ ଦୁଆର ଖୋଲିଛି।ଜଗନ୍ନାଥ ଦର୍ଶନପାଇଁ ଭିଡ଼ ଲଗାଇଛନ୍ତି ଅନେକ ଶ୍ରଦ୍ଧାଳୁ।ହେଲେ ଏହି ଭିଡ଼ ମଧ୍ୟରେ କ୍ୟାମେରାରେ କଏଦ ହୋଇଛି ଏହି ବିରଳ ଦୃଶ୍ୟଟି।ସିହଁ ଦୁଆର ଚକଡ଼ାରେ ଚଙ୍ଗ ଚଙ୍ଗ ହୋଇ ବୁଲୁଛି ନେଉଳ ଛୁଆ।

କେତେବେଳେ ସିହଁ ମୂର୍ତ୍ତି ଭିତରେ ଲୁଚିଛି ତ କେତେବେଳେ ପତିତ ପାବନଙ୍କ ଆଡ଼କୁ ଟିକେ ଚାହିଁଦେଉଛି।ଏବଂ ବେଳେ ବେଳେ ଆଖ ପାଖ ଉଣ୍ଡି ଚଟ କିନା ଚମ୍ପଟ ମାରୁଚି ବଡ଼ ଦେଉଳ ଭିତରକୁ।ଏହି ବିରଳ ଦୃଶ୍ୟ ଦେଖି ଅନେକ ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ନିଜ ନିଜର ମନ୍ତବ୍ୟ ରଖିଛନ୍ତି।କିଏ କହୁଛନ୍ତି ନେଉଳ ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପା ଦୃଷ୍ଟି ରହିଛି ତ କିଏ କହୁଛନ୍ତି ନେଉଳଟି ଜଗନ୍ନାଥଙ୍କ ଭକ୍ତ ବୋଲି।କିନ୍ତୁ ଏହି ଦୃଶ୍ୟଟି ଅତ୍ୟନ୍ତ ମନୋରମ ଅଟେ।

Leave a Reply

Your email address will not be published. Required fields are marked *