ସମୁଦ୍ର ରେ ମାଛ ମାରିବା ବେଳେ ଜାଲରେ ପଡିଲା ସୁନା ମାଛ (Goldfish) ରାତାରାତି Fisherman ଙ୍କୁ କରିଦେଲା କୋଟିପତି ର ମାଲିକ

Spread the love

ଦିନକରେ ବଦଳିଗଲା ମାଛ ଧରାଳିଙ୍କ ଜୀବନ କାରଣ ଜାଲରେ ପଡିଲା ସୁନା ମାଛ।ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ କାରଣ ଏହିଭଳି ଏକ ବିରଳ ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ।ପାଲଘର ଜିଲ୍ଲାର ମୁର୍ବେ ଗ୍ରାମର ମାଛ ଧରାଳି ଚନ୍ଦ୍ରକାନ୍ତ ତାରେଙ୍କୁ କୋଟିପତି କରିଦେଇଛି ଘୋଲ ପ୍ରଜାତିର ବିରଳ ମାଛ।ସୌମ୍ୟମି ବର୍ଷ ପରେ କଟକଣା ଉଠିବା ପରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ଚନ୍ଦ୍ରକାନ୍ତ ଓ ତାଙ୍କ ସାଥି ମାଛ ଧରାଳି।

ଏହା ପରେ ୨୮ ତାରିଖ ଦିନ ସେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ।ସମୁଦ୍ରକୁ କିଛି ବାଟ ଯିବାପରେ ସେ ଜାଲ ପକାଇବା ଆରମ୍ଭ କରିଥିଲେ।ଏହା ପରେ ଜାଲ ଆବଶ୍ୟକ ଠାରୁ ଅଧିକ ଓଜନ ଲାଗିବାରୁ ସେ ସହଯୋଗୀଙ୍କ ସହ ମିଶି ଜାଲ ଉପରକୁ ଆଣିଥିଲେ।ଏହା ପରେ ଜାଲ ଖୋଲିବା ପରେ ଯାହା ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ।କାରଣ ଜାଲରେ ଏକାଥରରେ ପଡିଥିଲେ ୧୫୦ ଟି ଘୋଲ ପ୍ରଜାତିର ବିରଳ ମାଛ ଯାହାର ଦାମ ସୁନାପରି ଅମୂଲ ମୂଲ୍ୟ।

କହିରଖିବୁ ବିଦେଶରେ ଏହି ମାଛର ଚାହିଦା ବହୁତ ରହିଛି କାରଣ ବିଦେଶରେ ଏହି ମାଛରୁ ଭିଭିନ୍ନ ଔସଦ ତିଆରି ହେବା ସହ ବିଭିନ୍ନ ଦାମୀ ଜିନିଷ ପ୍ରସ୍ତୁତ ହୋଇଥାଏ।ଏହାକୁ ବିଦେଶରେ “ଦି ଫିସ ଉଇଥ ଗୋଲଡେନ ହାର୍ଟ” ବୋଲି କୁହାଯାଇଥାଏ।ଏହାକୁ ଦେଖିବା ପରେ ସେଠିକାର ମାଛ ଧରାଳି ଖୁସି ହୋଇଯାଇଥିଲେ ଓ ନିଜ ନିଜର ମୋବାଇଲରେ କଏଦ କରିଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହାକୁ ସମୁଦ୍ର ଭିତରୁ ଅଣାଯିବା ପରେ ଏହାକୁ ନେଇ ବିକ୍ରିପାଇଁ ନିଲାମୀ ଡକାଯାଇଥିଲା ଯାହାର ଦାମ ହଜାର ବା ଲକ୍ଷରେ ନିଧାରିତ ହୋଇନଥିଲା ବରଂ ଏହା ୧ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।କଳାଛିଟ ରଙ୍ଗର ଏହି ମାଛ ଦେଶରେ ଅନେକ ଔଷଧୀୟ ଗୁଣ ଥିବାରୁ ବିଦେଶରେ ଏହାର ଚାହିଦା ଅଧିକ ରହିଛି।

ଏହା ବହୁତ ବିରଳ ମାଛ ଅଟେ ଓ କେବଳ ଇଣ୍ଡୋ ପ୍ରାସିଫିକ ଅଞ୍ଚଳରେ ଏହି ମାଛ ରହିଥାନ୍ତି ବୋଲି ଜଣାପଡିଛି।ଆପଣ ଜାଣିଥିବେ କଥାରେ ଅଛିକି ଭଗବାନ ଯେବେ ଦେଇଥାନ୍ତି ଛପର ଫାଡିକୁ ଦେଇଥାନ୍ତି ଯାହା ଏଠାରେ ପ୍ରମାଣ ହୋଇଛି।ଏହି ମାଛ ଏବେ ସେଠିକାର ମାଛ ଧରାଳି ମାନଙ୍କ ଜୀବନ ବଦଳାଇଦେଇଛି।କେହି କଣ ଜାଣିଥିଲା ଏତେ କମ ସମୟରେ ଏତେ ବଡ଼ ଖୁସି ତାଙ୍କୁ ମିଳିବ ବୋଲି।

Leave a Reply

Your email address will not be published. Required fields are marked *