ମାଡି ଆସୁଛି ବାତ୍ୟା Lari,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା,ଘଣ୍ଟା ପ୍ରତି 80 କିଲୋମିଟର ପବନର ବେଗ ରହିବ

Spread the love

ସାଙ୍ଗମାନେ ରାଜ୍ୟରେ ଆରମ୍ଭ ହୋଇ ସାରିଛି ବାତ୍ୟା ଲାରୀର ତାଣ୍ଡବ।ଖୁବ ତୀବ୍ର ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା ଲାରି।ପ୍ରବଳ ବର୍ଷା ପବନ ଓ ବିଜୁଳି ଘଡ଼ଘଡ଼ିରେ ତାଣ୍ଡବ ରଚିବ।ସୂଚନା ମୁତାବକ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆହୁରି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସେହି ପରି ଭାବେ ବାଲେଶ୍ଵର,ଭଦ୍ରକ, ଯାଜପୁର,ପୁରୀ, ମୟୂରଭଞ୍ଜ ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ଆଜି ଆମେ ଜାଣିବା କଣ କଣ ରହିଛି ପାଣିପାଗକୁ ନେଇ ଅପଡେଟ ସବୁ।କେତେ ଦିନ ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ଜାରି ରହିବ ତା ସହିତ କେଉଁ ସବୁ ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରାଯାଇଛି କେଉଁ ସବୁ ଜିଲ୍ଲାକୁ ୟେଲୋ ଜୋନରେ ଘୋଷଣା କରାଯାଇଛି ଆଜି ଆମେ ସବୁ ଜାଣିବା।

ସାଙ୍ଗମାନେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି।ଏହି ଅବପାତ ଏବେ ଚାନ୍ଦବାଲି ଠାରୁ ଉତ୍ତର ପଶ୍ଚିମ ଉତ୍ତର ଦିଗରେ ୮୦ କିମି ପାରାଦୀପ ଠାରୁ ପୂର୍ବରେ ୭୦ କିମି ବାଲେଶ୍ଵର ଠାରୁ ଦକ୍ଷିଣ ପୂର୍ବରେ ୧୪୦ କିମି ରହିଛି।ଅନ୍ୟ ପରେ ରାଜଧାନୀ ଭୁବନେଶ୍ବରରେ ହୋଇଥିବାତେବେ ବର୍ଷା ଗତ ୬୩ ବର୍ଷର ରେକର୍ଡ ଭାଙ୍ଗିଛି।

ତେବେ ସେଠାରେ ୧୬୩ ମିଲି ମିଟର ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଏହା ବ୍ୟତୀତ ପୁରୀ, ବ୍ରହ୍ମପୁର,ଭଦ୍ରକ, ବାଲେଶ୍ବର ଆଦି ସହରରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ିର ତାଣ୍ଡବ ରଚିଛି।ବିଭିନ୍ନ ସ୍ଥାନରେ ପାଣି ଜମି ରାସ୍ତା ଅବରୋଧ ମଧ୍ୟ ହୋଇଛି।

ତେବେ ଜଗତସିଂପୁର କୁଜଙ୍ଗ ଅଞ୍ଚଳରେ ପାଣି ଜମିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ଓ କାଲି ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷାର ପରିମାଣ ବଢିଯିବ।କେତେକ ଜିଲ୍ଲାରେ ବର୍ଷା ସହିତ ବିଜୁଳି ଘଡଘଡିରେ ତାଣ୍ଡବ ରଚିବ।ତେବେ ସୂଚନା ମୁତାବକ ୧୭ ଜିଲ୍ଲାକୁ ୟେଲୋ ୱର୍ଣୀଙ୍ଗ ଜାରି କରାଯାଇଛି।

ସେଥି ମଧ୍ୟରେ ୮ ଜିଲ୍ଲାକୁ ଅରେଞ୍ଜ ଜୋନରେ ଜାରି କରାଯାଇଥିବା ବେଳେ ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି।ତେବେ ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ,ଅନୁଗୁଳ, ନୟାଗଡ଼,ଗଞ୍ଜାମ,ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାକୁ ୟେଲୋ ୱାର୍ଣୀଙ୍ଗ ଜାରି ରହିଥିବା ବେଳେ ଢେ଼ଙ୍କାନାଳ,ଯାଜପୁର ଭଦ୍ରକ କେନ୍ଦ୍ରାପଡ଼ା, ଜଗତସିଂପୁର,ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅରେଞ୍ଜ ୱର୍ଣୀଙ୍ଗ ଜାରି କରାଯାଇଛି।ଏହା ଥିଲା କିଛି ପାଣିପାଗର ଅପଡେଟ।

Leave a Reply

Your email address will not be published. Required fields are marked *