ମାଇଁଙ୍କୁ ନେଇ ଭଣଜା ଫେରାର – ମାମୁଁ ମାଇଁଙ୍କ ବିବାହକୁ ମାତ୍ର ୧୫ ଦିନ ହୋଇଥିଲା – ବାହାଘର ଆଗରୁ ଭଣଜା ସହ ଚାଲିଥିଲା ଡାରେ ନାରେ…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଦେଖିବାକୁ ଯାଉଛେ କିଭଳି ମାଇଁଙ୍କୁ ନେଇ ତାଙ୍କ ନିଜ ଭଣଜା ଫେରାର ହେଇ ଯାଇଥିଲା।ଏହା ଏକ ଅତି ଆଶ୍ଚର୍ଯ୍ୟ ଜଣକ ଘଟଣା ଅଟେ।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ବିନା ସ୍କିପ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା।

କଥାରେ ଅଛି ପ୍ରେମ ଅନ୍ଧ।କାରଣ ପ୍ରେମରେ ପଡ଼ିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ।ପ୍ରେମରେ ପଡ଼ିଥିବା ଲୋକ ନା ଆଗ ଦେଖିଥାଏ ନା ପଛ।ନିଜ ପ୍ରେମକୁ ପାଇବା ପାଇଁ ସେ ଯେକୌଣସି ବନ୍ଧନ ପାର କରି ଯାଇଥାଏ।ତେବେ ବିହାରର ଜାମୁଇରେ ଏହି ପ୍ରେମକୁ ନେଇ ଏହିଭଳି ଏକ ମାମଲା ସାମନାକୁ ଆସିଛି।ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି।ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାମଲାଟି ଗିଧର ବ୍ଲକ ରତନପୁର ଟୋଲା ଅଞ୍ଚଳରେ ହେଇଛି।ଏଠାରେ ବିବାହର କିଛି ଦିନ ପରେ ଜଣେ ନବ ବିବାହିତା ମହିଳା ତାଙ୍କ ଭଣଜାଙ୍କ ପ୍ରେମରେ ପଡି ଯାଇଥିଲେ।

ପ୍ରାୟତଃ ସେମାନେ ପରସ୍ପରକୁ ଭେଟୁଥିଲେ।ଏବଂ ହେଲେ ପରିବାର ଲୋକ ସେ ବିଷୟରେ ଜାଣି ପାରିନଥିଲେ।ତେବେ ମିଳିଥିବା ସୂଚନା ଅନୁସାରେ ମାନବପୁର ଗ୍ରାମରେ ଜଣେ ଯୁବକ ଦୁମ୍ର ଗ୍ରାମର ଏକ ଯୁବତୀଙ୍କ ସହ ବିବାହ କରିଥିଲେ।ବିବାହ ପରେ ଯୁବକଙ୍କ ଭଣଜା ଚନ୍ଦନ ସାହା ନିୟମିତ ବ୍ୟବଧାନରେ ମାମୁଁ ଘରକୁ ଆସୁଥିଲେ।ଏହି ସମୟରେ ମାଇଁଙ୍କ ସହ ତାଙ୍କର ଘନିଷ୍ଠତା ବଢିଥିଲା।ଧୀରେ ଧୀରେ କଥା ଆଗକୁ ବଢିବା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିବା ପ୍ରକାଶ କରିଥିଲେ।

ଏହାପରେ ଉଭୟ ପରସ୍ପର ସହ ଜୀବନ ବିତାଇବାକୁ ସ୍ଥିର କରିଥିଲେ।ଆଉ ୧୦ ଦିନ ତଳେ ମାମୁଁଙ୍କୁ କୌଣସି କାମରେ ମୁମ୍ବାଇ ଯିବାକୁ ପଡ଼ିଥିଲା।ମୁମ୍ବାଇରୁ ଫେରିବା ପରେ ମାଇଁ ଓ ଭଣଜା ଉଭୟ ଫେରାର ହେଇ ଯାଇଥିଲେ।ତେବେ ଉଭୟ ମୁମ୍ବାଇ ଯାଇ ସେଠି ବିବାହ କରିଥିବା ବେଳେ ନିଜର ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ।ଏବଂ ସେହି ଭିଡ଼ିଓରେ ଭଣଜା ଜଣକ ନିଜ ମାଇଁଙ୍କୁ ସିନ୍ଦୂର ଲଗାଉଥିବାର ଦେଖିବାକୁ ମିଳିଥିଲା।ପରେ ତାଙ୍କ ମାଇଁ ତାଙ୍କ ପାଦ ମଧ୍ୟ ଛୁଇଁଥିଲେ।ତେବେ ଏହି ଭିଦିଓକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ଏବଂ କିଛି ଲୋକ ଏହି ଭିଡ଼ିଓରେ ପ୍ରେମର ହେଇଥିବା ବିଜୟକୁ ଲକ୍ଷ୍ୟ କରିଛନ୍ତି ଓ କହିଛନ୍ତି ଯେ ସତରେ ପ୍ରେମର ଶକ୍ତି କିଛି ଅଲଗା ପ୍ରକାରର ଅଟେ।ଦୁଇ ପ୍ରେମ କରିବା ଲୋକଙ୍କୁ ସତରେ ଦୁନିଆର କୌଣସି ଶକ୍ତି,ସମ୍ପର୍କ, ପରିସ୍ଥିତି ଅଲଗା କରି ରଖି ପାରିବନି।କିନ୍ତୁ ଦ୍ଵିତୀୟ ପକ୍ଷରେ ବହୁତ ଲୋକ ଏହା ଆମ ଭାରତୀୟ ସଂସ୍କୃତିର ବହୁତ ବିରୋଧରେ ଯାଉଥିବାରୁ ଏହାକୁ ବହୁତ ନିନ୍ଦା କରିଛନ୍ତି।ମାଇଁ ଭଣଜା ଭଳି ପବିତ୍ର ବନ୍ଧନର ଏହା ଏକ ବହୁତ ବଡ଼ ଅପମାନ ବୋଲି ସେହି ଲୋକମାନେ ସଫେଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *