ସକାଳୁ ଉଠିବା ପରେ ଭୁଲ ରେ ମଧ୍ୟ ଦେଖନ୍ତୁ ନାହିଁ ଏହି ପାଞ୍ଚୋଟି ଜିନିଷ ନଚେତ ବର୍ବାଦ ହୋଇଯିବେ ଆପଣ – ଯେତେ ଧନ ଥିଲେ ଭିକାରି ହେଇଯିବେ..

Spread the love

ସାଙ୍ଗମାନେ ସକାଳୁ ଉଠି ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ୫ ଟି ଜିନିଷ।ପ୍ରତି ମଣିଷର ଦିନର ଆରମ୍ଭ ଏକ ଶୁଭ ସକାଳକୁ ନେଇ ହୋଇଥାଏ ଏବଂ ଏହା ଉତ୍ସାହ ଭରା ହୋଇଥାଏ।ଶାସ୍ତ୍ରରେ କୁହା ଯାଇଛି ଯେ ଯଦି ସକାଳର ଆରମ୍ଭ ସଠିକ ଭାବେ ହୋଇଥାଏ ତେବେ ପୁରା ଦିନ ଭଲରେ କଟିଥାଏ।କିନ୍ତୁ ଯଦି ସକାଳର ଆରମ୍ଭ କିଛି ଅଶୁଭ ଜିନିଷ ହେବା ଦ୍ବାରା କଟିଥାଏ ତେବେ ସେହି ଦିନ ପୁରା ବେକାର ହୋଇଥାଏ।ଏହାଦ୍ବାରା ଆପଣ କେବେ ମଧ୍ୟ ଉନ୍ନତି କରିପାରନ୍ତି ନାହିଁ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ସକାଳୁ ଉଠିଲେ କେଉଁ ଜିନିଷ ଦେଖିବା ଦ୍ବାରା ଜୀବନରେ କେବେ ବି ଉନ୍ନତି ହୋଇନଥାଏ।

ସାଙ୍ଗମାନେ ସକାଳୁ ଉଠି କେବେବି ଚରିତ୍ରହିନ ସ୍ତ୍ରୀ ମାନଙ୍କ ମୁଁହ ଦେଖିବା ଉଚିତ ନୁହେଁ।କୁହାଯାଏ ଯେ ଏଭଳି ମହିଳା ମାନଙ୍କର ମୁଁହ ଦେଖିବା ଦ୍ବାରା ପୁରା ଦିନଟି ବର୍ବାଦ ହୋଇ ଯାଇଥାଏ।ତେଣୁ ଆପଣ ମାନେ ସର୍ବଦା ଏପରି ଜିନିଷ କରିବା ଠାରୁ ବଞ୍ଚିକି ରୁହନ୍ତୁ।ଯଦି ସମ୍ଭବ ସକାଳୁ ଉଠି ମା ବାପା ଓ ଭଗବାନଙ୍କ ଦର୍ଶନ କରନ୍ତୁ।ଏହାଦ୍ବାରା ଆପଣଙ୍କର ଦିନ ସୁଖ ଶାନ୍ତିରେ କଟିବ।ଏହାଦ୍ବାରା ସମସ୍ତ କାମରେ ଆପଣଙ୍କୁ ସଫଳତା ମିଳିବ।

ସାଙ୍ଗମାନେ ସକାଳୁ ଉଠି ଆଇନା ମଧ୍ୟ କେବେବି ଦେଖିବା ଉଚିତ ନୁହେଁ।ବିଜ୍ଞାନ ଓ ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ଆଇନା ବା ଭଙ୍ଗା କାଚ ଦେଖିବା ଉଚିତ ହୋଇ ନଥାଏ।

ସକାଳୁ ଉଠି ଯଦି ଆପଣ ମୁଁହ ନ ଧୋଇ ଆଇନା ଦେଖନ୍ତି ତ ଆପଣ କାଙ୍ଗାଳ ହୋଇଯାଇ ପାରନ୍ତି।କାରଣ ଦିନର ଆରମ୍ଭରେ ଆଇନାରେ ନକାରାତ୍ମକ ଉର୍ଜା ରହିଥାଏ।ଯାହାଦ୍ଵାରା ଆପଣଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ।ଆପଣଙ୍କର କୌଣସି କାମ ମଧ୍ୟ ସଫଳ ହୋଇ ପାରେନାହିଁ।ଆପଣଙ୍କୁ ଦିନଟି ଅଧୁରା ଅଧୁରା ଲାଗିଥାଏ। ସମସ୍ତ ନକାରାତ୍ମକ ଶକ୍ତି ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ କରିଥାନ୍ତି।

ସାଙ୍ଗମାନେ ସକାଳୁ ଉଠି ଓଲଟା ଚପଲ, ବୁଢିଆଣୀ ଜାଲ ବା କୌଣସି ଧାରୁଆ ଜିନିଷ ମଧ୍ୟ ଦେଖିବା ଉଚିତ ନୁହେଁ।କାରଣ ଏହାକୁ ଦେଖିବା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥାଏ।ଏହାଦ୍ବାରା ଆପଣଙ୍କର ପୁରା ଦିନ ଅଶାନ୍ତିରେ କଟିଥାଏ।

ସକାଳୁ ଉଠି ଅଇଁଠା ବାସନ ବା କୌଣସି ଖାଲି ବାଲ୍ଟି ମଧ୍ୟ ଦେଖିବା ଉଚିତ ନୁହେଁ।ଯଦି ଆପଣ ଏହି ଜିନିଷ ମାନଙ୍କୁ ଦେଖିବେ ତ ଆପଣଙ୍କର ସବୁ କାମରେ ବାଧା ଆସିଥାଏ।ଆପଣ ପ୍ରତି କାର୍ଯ୍ୟରେ ଅସଫଳ ହୋଇ ପାରନ୍ତି।

ଏପରି ବି ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ରଖିବା ବହୁତ ଅଶୁଭ ହୋଇଥାଏ।ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ମଧ୍ୟ ପଡିଥାଏ।

Leave a Reply

Your email address will not be published. Required fields are marked *