ମାଳିକା Vichara,ଖୁବଶୀଘ୍ର ଆସିବ ଖଣ୍ଡପ୍ରଳୟ,ସାତ ତାଳ ପାଣି ନଡ଼ିଆ ଗଛ Height ରେ ଆସିବ ପାଣି ,ଦେଖନ୍ତୁ କଣ କହୁଛି ମାଳିକା ଭବିଷ୍ୟ

Spread the love

ଜୟ ଜଗନ୍ନାଥ।ଆଜି ଆମେ ଜାଣିବା ୬୦୦ ବର୍ଷ ତଳର କଥା, ମହାପ୍ରଭୁଙ୍କର ଦିବ୍ୟ କଥା।ତ ମହାପୁରୁଷ କିଭଳି ଭାବେ ଠାର ଗାରରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ।ଆଜି ଯେତେବେଳେ ଖଣ୍ଡ ପ୍ରଳୟ ହେବ ତାକୁ ନେଇ ବିଭିନ୍ନ ପ୍ରକାର ଭୟଙ୍କର ସ୍ଥିତି ଆମେ ଶୁଣିବାକୁ ପାଉଛେ।କିନ୍ତୁ ଖଣ୍ଡ ପ୍ରଳୟ ଭିତରେ କଣ ହେବ।ଗୋଟିଏ ପରେ ଗୋଟିଏ ସ୍ତିତି ବଦଳିବ କେବଳ ପାପ ଫଳ ହେତୁ।ତେଣୁ ମହାପୁରୁଷ କହୁଛନ୍ତି ପାପରୁ ନିବୃତ ରୁହ।

ମହାପ୍ରଭୁଙ୍କ ଚରଣରେ ଶରଣ ଯାଅ।ଏତିକି ମାଲିକର ଉଦ୍ଦେଶ୍ୟ।ସେ କହିଛନ୍ତି କି ମହାପ୍ରଳୟର ସୂଚନା କରିବ ପାପି ତ ଯିବେ ଭାସି,ପଶ୍ଚିମ ଦିଗରୁ ଜଳ ସ୍ରୋତ ଏକ ତହିଁ ସାଙ୍ଗେ ଯିବ ମିଶି।ସେ କହିଲେ କି ଯେତେବେଳେ ଖଣ୍ଡ ପ୍ରଳୟ ହେବ ସେତେବେଳେ ସୂଚନା କରିବ ଓ ପାପୀ ତହିଁ ଯିବେ ଭାସି।ଯେତେବେଳେ ଖଣ୍ଡ ପ୍ରଳୟ ହେବ ପାପୀ ମାନେ ସେହି ଖଣ୍ଡ ପ୍ରଳୟ ରେ ଭାସି ଯିବେ।

ଏ ଜଳ କେଉଁଠୁ ଆସିବ ମହାପୁରୁଷ ପୁଣି କହୁଛନ୍ତି।ଜଳ ପଶ୍ଚିମ ଦିଗରୁ ବା ପଶ୍ଚିମ ଓଡ଼ିଶା ଦେଇ ଏହି ଜଳ ପ୍ଲାବନ ହେବ।ଏହା ଘଟିଲେ ଓଡ଼ିଶା ଖଣ୍ଡ ଖଣ୍ଡ ହୋଇଯିବ।ଖଣ୍ଡ ପ୍ରଳୟ ହେବ ତା ସହ ବାଦଲ ଫଟା ବର୍ଷା ହେବ।ଏମିତି ବି ମାଳିକାକୁ ବହୁତ ଲୋକ ମାନନ୍ତି ନାହିଁ।କୁହା ଯାଏ ଯେଉଁ ଲୋକର ହଜମ ହେଉଛି ତାକୁ ଖାଇବାକୁ ଦିଅନାହିଁ ଆଉ ଯେଉଁ ଲୋକ ମାଳିକା ବିଲକୁଲ ବୁଝିବାର ନାହିଁ ତାକୁ ବିଲକୁଲ ବୁଝାଅ ନାହିଁ।

ଏହାର କୃପା କେବଳ ଚେତୁଆ ଭକ୍ତ ପାଇପାରିବ ବୋଲି ମହାପୁରୁଷ ଲେଖିଛନ୍ତି।ପଶ୍ଚିମ ଦିଗରୁ ଜଳସ୍ରୋତ ଆସି ତା ସହିତ ମିଶିଯିବ ବୋଲି ମହାପୁରୁଷ କହୁଛନ୍ତି।ଏହି ପରି ଭାବରେ ଯେଉଁ ସ୍ରୋତ ବୋହିବ ତାହା ଭୟଙ୍କର ହେବ।ତ ସହିତ ଜଳ ନଡ଼ିଆ ଗଛ ଉଚ୍ଚ ପର୍ଯ୍ୟନ୍ତ ଆସିବ ବୋଲି କୁହାଯାଇଛି।ଏମିତି ପାଣି ଆସିଲେ ଆଉ କଣ ସଂସାର ରହିବ।

ତେଣୁ ଏଇଭଳି ଦୁଃଖ ସମୟ ଆସିବା ପୂର୍ବରୁ ମହାପ୍ରଭୁଙ୍କ ନାମ କୀର୍ତ୍ତନ ଭଜନ କରିବା ଉଚିତ।ଏହି ପ୍ରଳୟ ଜଳରେ ମାର୍କଣ୍ଡ ମଧ୍ୟ ପର୍ଭୁଙ୍କ ଦର୍ଶନ ପାଇଥିଲେ।ତେଣୁ ସେ ପ୍ରଳୟ ଜଳରେ ଭକ୍ତ ମଧ୍ୟ ଭଗବାନଙ୍କ ଦର୍ଶନ ପାଇବ ଏ କଥା ମଧ୍ୟ ମହାପୁରୁଷ ଲେଖିଛନ୍ତି।ଯିଏ ନାମ ଉପରେ ଶ୍ରଦ୍ଧା ଓ ପ୍ରଭୁଙ୍କ ଉପରେ ଭକ୍ତି ଏହି ଦୁଇଟି ଜିନିଷ ରଖିଛି ତାର କୌଣସି ଅସୁବିଧା ହେବନାହିଁ ବୋଲି ଏହି କଥା ମଧ୍ୟ ମହାପୁରୁଷ ଲେଖିଛନ୍ତି।

ଆପଣ କହିବେ କି କଳିଯୁଗର କରାଳ ଗତିରେ ମାଳିକା ଡରିବା ପାଇଁ ଏମିତି କୁହା ଯାଉଛି।କିନ୍ତୁ ମାଳିକା ଡରିବା ପାଇଁ ଲେଖା ଯାଇନାହିଁ।ଏହାକୁ ନ ଡରି ଚେତନା ହେବାର ଅଛି।ତେଣୁ ଯେଉଁଠି ଭୟ ସେଠି ମଧ୍ୟ ଜୟ।ତେଣୁ କୁହାଯାଏ ଦୁର୍ଗମ ପଥ ଏ ଭଜନ ଭୟ ଭାଜିଲେ ଯୋଗୀ ଜନ।ତେବେ ଆମେ କୌଣସି ପ୍ରକାର ଭୟଭୀତ କରେଇବା ପାଇଁ ଏହାକୁ ଲେଖିନାହୁଁ ଏହା କେବଳ ମାଳିକା ରେ ଲେଖା ଥିବା ଜିନିଷ ଆମେ ଆପଣାକୁ ଦେଉଛୁ

Leave a Reply

Your email address will not be published. Required fields are marked *