ସାଙ୍ଘାତିକ ଅଭିଯୋଗ ଆଣିଲେ ହାଇଦରଙ୍କ ପତ୍ନୀ – କହିଲେ ପୋଲିସ ମୋ Swami ଫେରାର ହେବ ଲୋକ ନୁହଁ,କଣ ଏହା ସତ୍ୟତା !

Spread the love

ତେବେ ଆମେ କେନ୍ଦ୍ରାପଡ଼ା ଜିଲ୍ଲାର ହାଇଦରଙ୍କ ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବା।ସେ ନିଜର ଆତଙ୍କ ଫଳରେ ସମସ୍ତଙ୍କୁ ଡରାଇ ରଖିଥିଲେ।ତେବେ ଏହା ପରେ ମଧ୍ୟ ଆଜି ତାଙ୍କର ମୃତ୍ୟୁ ପୋଲିସ ଏନକାଉଣ୍ଟରରେ ହୋଇ ଯାଇଛି।ଏହି ସବୁ ଘଟଣା ଏପରି ହୋଇଥିଲା କି ଯାହା ତାଙ୍କର ପରିବାର ଲୋକ ବିଶ୍ୱାସ ମଧ୍ୟ କରି ପାରି ନଥିଲେ।ତେବେ ସୂଚନା ଅନୁସାରେ ଆମେ ଜାଣୁ କି କିଛି ଦିନ ତଳେ ହାଇଦର ଜେଲରେ କୌଣସି ଅପରାଧ ପାଇଁ ବନ୍ଦୀ ଥିଲେ।ଏହା ସହିତ ସେ ଜେଲରୁ ମୁକୁଳିବା ପାଇଁ ଅନେକ ପ୍ରୟାସ ମଧ୍ୟ କରିଥିଲେ।

ତେବେ ସେ କିଛି ଦିନ ତଳେ ଜେଲରୁ ଖସି ଯିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ।ତେବେ ତାଙ୍କ ନାମରେ ଏପରି ଅନେକ ଅପରାଧ ଜଡ଼ିତ ଥିଲା ଯାହାର ଅନେକ କଠୋର ଦଣ୍ଡ ହୋଇ ପାରିଥାନ୍ତା।ତେବେ ତାଙ୍କର ଏଭଳି ଅଚାନକ ପୋଲିସ ଏନକାଉଣ୍ଟରରେ ତାଙ୍କର ମୃତ୍ୟୁକୁ ତାଙ୍କର ପରିବାର ଲୋକ ବିଶ୍ୱାସ କରି ପାରୁ ନାହାଁନ୍ତି।

ଏହା ସହିତ ସେମାନେ ଅଭିଯୋଗ କରିଛନ୍ତି କି ତାଙ୍କୁ ଏଭଳି ଭାବରେ ହତ୍ୟା କରିବା ସମଗ୍ର ପୋଲିସ ବିଭାଗର ଏକ ଚାଲ ଥିଲା।ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଜାଣିଶୁଣି ମାରି ଦିଆ ଯାଇଛି।ଏହା ସହିତ ସେ କହିଛନ୍ତି କି ଯେତେବେଳେ କୌଣସି ଅପରାଧୀ ଉପରକୁ ଗୁଳି ମରା ଯାଇଥାଏ ସେତେବେଳେ ପ୍ରଥମେ ସେହି ଅପରାଧୀର ଗୋଡ଼କୁ ଗୁଳି ମାରିବା ଆବଶ୍ୟକ।

କିନ୍ତୁ ପୋଲିସ ତାଙ୍କ ଛାତି ଓ ବେକକୁ ଗୁଳି ମାରିଥିବା କଥା ସେ କହିଛନ୍ତି।ସେ ପୋଲିସକୁ ତାଙ୍କର ପତିଙ୍କର ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବରେ ଦାୟୀ କରୁଛନ୍ତି ଓ ସେ କହୁଛନ୍ତି କି ତାଙ୍କୁ ଏହାପାଇଁ ସମ୍ପୂର୍ଣ୍ଣ ଭାବରେ ନ୍ୟାୟ ଦରକାର।ଏହା ସହିତ ସେ ନବୀନ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି କି ତାଙ୍କର ଶାସନ ସମୟରେ ଏଭଳି କିଭଳି ହେଲା।ଏହା ସହିତ ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି ଜଣେ ପୋଲିସ କର୍ମଚାରୀ ପୂର୍ବରୁ ତାଙ୍କୁ କହିଥିଲେ କି ତାଙ୍କର ପତିଙ୍କର ଛାତିକୁ ସେ ଗୁଳି ମାରିବେ।

ଏହା ସହିତ ଏପରି କହିଥିବା ସହିତ ସେପରି ମଧ୍ୟ ହୋଇଛି ସେଥିପାଇଁ ସେ କହିଛନ୍ତି କି ଏହା ଏକ ଯୋଜନାବଦ୍ଧ ହତ୍ୟା କାଣ୍ଡ।ଏହା ସହିତ ସେ ଦାବି କରିଛନ୍ତି କି ଏହି ହତ୍ୟାକାଣ୍ଡ ସହିତ ଜଡ଼ିତ ସମସ୍ତ ପୋଲିସ କର୍ମଚାରୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉ।ଏହା ସହିତ ସେ କହିଛନ୍ତି କି ଏହା ତାଙ୍କ ସହିତ ସମ୍ପୂର୍ଣ୍ଣ ଅନ୍ୟାୟ ହୋଇଛି।ତେବେ ତାଙ୍କୁ ଯେତେବେଳେ ପ୍ରଶ୍ନ କରା ଯାଇଥିଲା କି ସେ କଣ ପାଇଁ ଖସି ଚାଲି ଯାଇଥିଲେ

ତେବେ ସେ ଏହାର ଉତ୍ତରରେ କହିଛନ୍ତି କି ସେ ଖସି ଯାଉଥିଲେ ବୋଲି ପୋଲିସ ଯେଉଁ କଥା ବର୍ତ୍ତମାନ ପ୍ରଚାର କରୁଛି ତାହା ସମ୍ପୂର୍ଣ୍ଣ ଭାବରେ ମିଛ।ପୋଲିସ ନିଜେ ତାଙ୍କୁ ଖସାଇ ଦେଇଥିଲା ଏହାପରେ ଜାଣିଶୁଣି ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି।ତେବେ ଏହା ସବୁପରେ ମଧ୍ୟ ସେ କେବଳ ନ୍ୟାୟ ଆଶା କରିଛନ୍ତି ଓ ପ୍ରଶାସନ ଠାରୁ ନ୍ୟାୟ ଭିକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *