୧୨ ବର୍ଷ ପିଲା କୁ ଦଂଶନ କଲା ବିଷଧର Cobras,କିନ୍ତୁ ଏହି ପରି ଭାବେ ବଞ୍ଚିଲା ପିଲାର ଜୀବନ,Paribar ଲୋକ ହେଇଗଲେ ଆବାକ

ନାଗ ଏପରି ଏକ ସାପ ଯାହାର ଦଂଶନରୁ ବଞ୍ଚିବା ପ୍ରାୟତଃ ଅସମ୍ଭବ।କିନ୍ତୁ ଭଗବାନଙ୍କ କୃପାରୁ ଏକ ୧୨ ବର୍ଷର ବାଳକ ବଞ୍ଚି ଯାଇଥିବା ସୂଚନା ମିଳୁଛି।ତେବେ ସୂଚନା ଅନୁସାରେ ଓଡ଼ିଶାର ଏକ ଗ୍ରାମରେ ଏକ ପରିବାରରେ ଥିବା ୧୨ ବର୍ଷର ବାଳକକୁ ଗତ ୨ ମାସ ତଳେ ଏକ ନାଗ ସାପ ଦଂଶନ କରି ଦେଇଥିଲା।ଯାହା ଫଳରେ ସେହି ସାପ ଦଂଶନ କରିବା ଫଳରେ ସେହି ବାଳକର ପରିବାର ଲୋକ କଣ କରିବେ ଏହା ଜାଣି ପାରୁ ନଥିଲେ।

ତେବେ ଶେଷରେ ସେମାନେ ସେହି ପିଲାକୁ ଚିକିତ୍ସାଳୟ ନେବାର ବ୍ୟବସ୍ଥା କରିଥିଲେ।ତେବେ ସେହି ପିଲାଟି ଘରେ ସୋଇଥିବା ସମୟରେ ଏକ ନାଗ ଆସି ତାଙ୍କ ଘର ମଧ୍ୟରେ ପସି ଯାଇଥିଲା।ତେବେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ସେହି ସାପର ପ୍ରବେଶ ଉପରେ କେହି ଅଧିକ ନଜର ଦେଇ ନଥିଲେ।ଏହି କାରଣରୁ ସେହି ସାପଟି ତାଙ୍କ ଘର ମଧ୍ୟରେ ପ୍ରବେଶ କରି ସେହି ପିଲାର ହାତରେ ଏକ ଚୋଟ ମାରି ଦେଇ ଥିଲା।

ଏହା ଫଳରେ ସେହି ସାପଟି ଦଂଶନ କରିବା ଫଳରେ ସେହି ପିଲାଟି ବେହୋସ ହୋଇ ଯାଇଥିଲା।ତେବେ ସେହି ପିଲାର ଚିତ୍କାର ଶୁଣିବା ପରେ ତାଙ୍କର ଘରର ଲୋକମାନେ ଆସି ସେହି ପିଲା ପାଖରେ ପହଞ୍ଚିବା ପରେ ଦେଖିଲେ କି ଏକ ନାଗ ତାଙ୍କର ପୁଅକୁ କାମୁଡି ଦେଇଛି।ଏହା ପରେ ସେମାନେ ତୁରନ୍ତ ଆମ୍ବୁଲାନ୍ସ ଡ଼କାଇଥିଲେ।ଏହାପରେ ସେମାନେ ତୁରନ୍ତ ଚିକିତ୍ସାଳୟ ଯିବାକୁ ବାହାରିଲେ।

ତେବେ ପ୍ରଥମେ ସେମାନେ ସୋର ଠାରେ ଥିବା ଚିକିତ୍ସାଳୟକୁ ଯାଇଥିଲେ।କିନ୍ତୁ ସେଠାରେ ଚିକିତ୍ସକ ସେମାନଙ୍କୁ ଫେରାଇ ଦେଇଥିଲେ।ଏହାପରେ ସେମାନେ ବାଲେଶ୍ଵର ଚାଲି ଯାଇଥିଲେ।କିନ୍ତୁ ଏହାପରେ ସେଠାକୁ ଯିବା ପରେ ମଧ୍ୟ ସେଠାରେ ଚିକିତ୍ସକ ତାଙ୍କୁ ଫେରାଇ ଦେଇଥିଲେ।ଏହାପରେ ଶେଷରେ ସେମାନେ କଟକ ବଡ଼ ମେଡ଼ିକାଲକୁ ଚାଲି ଯାଇଥିଲେ।

ସେଠାରେ ପ୍ରାୟ ୩ ଦିନ ଚିକିତ୍ସା ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିଲେ।କିନ୍ତୁ ଘରେ ୨ ଦିନ ରହିବା ପରେ ସେ ଖାଇବା କାହା ସହ କଥା ହେବା ବନ୍ଦ କରି ଦେଇଥିଲେ।ଏହାପରେ ତାଙ୍କର ପରିବାର ଲୋକ ପୁଣି ତାଙ୍କୁ କଟକ ମେଡ଼ିକାଲ ନେଇ ଯାଇଥିଲେ।ଏହାପରେ ସେମାନେ ସେଠାରେ କିଛିଦିନ ଚିକିତ୍ସା ହେବା ପରେ ପୁଣି ଘରକୁ ଫେରି ଆସିଥିଲେ।

ଏହା ପରେ ଘରେ ରହିବା ପରେ ପୁଣି ତାଙ୍କର ସ୍ଵାସ୍ଥ୍ୟ ବିଗିଡି ଯିବାରୁ ସେ ପୁଣି ତାଙ୍କୁ ଶିଶୁ ଭବନ ନେଇ ଯାଇଥିଲେ।ତେବେ ସେଠାରେ ତାଙ୍କର ଚିକିତ୍ସା ହେବା ପରେ ପୁଣି ସେମାନେ କଟକ ବଡ଼ ମେଡ଼ିକାଲ ଆସି ସେଠାରେ ପ୍ରାୟ ୨୬ ଦିନ ରହିବା ପରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସି ଥିଲା।ଏବେ ସେ ସମ୍ପୂର୍ଣ ଭାବରେ ସୁସ୍ଥ ଅଛନ୍ତି ବୋଲି ତାଙ୍କର ପିତା କହିଛନ୍ତି।ଏହା ସହିତ ତାଙ୍କର ପରିବାର ଲୋକ ଭଗବାନଙ୍କ ନିକଟରେ ତାଙ୍କର ଆସୁ ଆରୋଗ୍ୟ ପାଇଁ ଅନେକ ଗୁହାରି ମଧ୍ୟ କରିଥିଲେ ବୋଲି କହିଛନ୍ତି ତାଙ୍କର ମାଆ।

Leave a Reply

Your email address will not be published. Required fields are marked *