ଆମକୁ ବଞ୍ଚିବା ପାଇଁ ଯେପରି ଭାବରେ ଜଳ,ବାୟୁ ଓ ଖାଦ୍ୟ ଦରକାର ସେପରି ଭାବରେ ଆମକୁ ସଠିକ ନିଦ ମଧ୍ୟ ଦରକାର।ସେଥିପାଇଁ ଆମକୁ ପ୍ରତିଦିନ ୬-୮ ଘଣ୍ଟା ଶୋଇବା ଆବଶ୍ୟକ।ଯାହାଫଳରେ ଆମେ ପରଦିନ ସଠିକ ଭାବରେ ସମସ୍ତ କାର୍ଯ୍ୟ କରି ପାରିବା।ତେବେ ଯଦି କୌଣସି ବ୍ୟକ୍ତିକୁ ଲଗାତାର ଏକ ମାସ ପର୍ଯ୍ୟନ୍ତ ସଠିକ ଭାବରେ ନିଦ ହେଉ ନାହିଁ ତେବେ ଏହାକୁ ନିଦ୍ରା ହୀନତା ବୋଲି କୁହାଯିବ।ଏହା ସାଧାରଣତଃ ବିଭିନ୍ନ କାରଣରୁ ହୋଇଥାଏ।ଯେପରିକି ଘର ପରିସ୍କାର ନ ରହିବା, ମାନସିକ ଚାପ ଭଳି ଅନେକ ସମସ୍ୟା।
ଏହା ସହିତ ଆଜିକାଲି ଅନେକ ଲୋକମାନେ ବିଭିନ୍ନ ରୋଗ କାରଣରୁ ରାତିରେ ଠିକ ଭାବରେ ସୋଇ ପାରୁନାହାନ୍ତି।ଛୋଟପିଲା ମାନେ ଅନେକ ସମୟ ପର୍ଯ୍ୟନ୍ତ ରାତିରେ ନିଜର ପାଠ ପଢୁଥିବା କାରଣରୁ ମଧ୍ୟ ରାତିରେ ଭଲ ଭାବରେ ସୋ ପାରନ୍ତି ନାହିଁ।ଏହା ସହିତ ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନଙ୍କୁ ରାତିରେ ନିଶା ନ ଖାଇବା ପର୍ଯ୍ୟନ୍ତ ସେମାନଙ୍କୁ ନିଦ ହୁଏ ନାହିଁ।ଏହା ହେଉଛି ଏକ ବହୁତ ବଡ଼ ଖରାପ ଅଭ୍ୟାସ।ଏହା ସହିତ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ରାତିରେ ଟିଭି ନ ଦେଖିଲେ ସେମାନଙ୍କୁ ନିଦ ହୁଏ ନାହିଁ।ଏହା ମଧ୍ୟ ଏକ ବହୁତ ଖରାପ ଅଭ୍ୟାସ।
ଏହା ସହିତ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଅତ୍ୟଧିକ ମାନସିକ ଚାପ କାରଣରୁ ସେମାନେ ରାତିରେ ଠିକ ଭାବରେ ସୋଇ ପାରନ୍ତି ନାହିଁ।ଏହା ସହିତ ସେମାନଙ୍କୁ ରାତିରେ ଠିକରେ ନିଦ ନ ହେବା ଫଳରେ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି।ଯେପରି ସେମାନେ କୌଣସି କାର୍ଯ୍ୟ ସଠିକ ଭାବରେ କରି ପାରନ୍ତି ନାହିଁ।ଏହା ସହିତ ସେମାନେ ଅନେକ ପ୍ରକାରର ରୋଗର ଶିକାର ମଧ୍ୟ ହୋଇ ପାରନ୍ତି।ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ସଠିକ ଭାବରେ ନିଦ୍ରା ନେବା ଆବଶ୍ୟକ।ଯେଉଁ ବ୍ୟକ୍ତିମାନେ ଠିକ ଭାବରେ ଶୁଅନ୍ତି ନାହିଁ ସେମାନେ ଅନେକ ରୋଗର ଶିକାର ହୋଇ ଥାନ୍ତି।
ତେବେ ଏହି ନିଦ୍ରା ହୀନତାର ଚିକିତ୍ସା କରିବା ପାଇଁ ପ୍ରଥମେ ଏହାର କାରଣ ଜାଣିବା ଆବଶ୍ୟକ।ଆଯାଥ ଏହାର କାରଣ ନଜାଣି ମାନ ଇଚ୍ଛା ଔଷଧର ସେବନ କରିବା ଫଳରେ ସେମାନଙ୍କୁ ବିଭିନ୍ନ ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡିପାରେ।ସେଥିପାଇଁ ପ୍ରତିଦିନ ଏକ ନିର୍ଦ୍ଧିଷ୍ଟ ସମୟରେ ଶୋଇବାକୁ ଯିବା ଆବଶ୍ୟକ ଓ ପ୍ରତିଦିନ ସମାନ ସମୟରେ ଶଯ୍ୟା ତ୍ୟାଗ କରିବା ଆବଶ୍ୟକ।ଏହା ସହିତ ପ୍ରତିଦିନ କିଛି କିଛି ଶାରିରୀକ ପରିଶ୍ରମ କରିବା ଆବଶ୍ୟକ।ଯାହା ଫଳରେ ଏହା ନିଦ ହେବାରେ ସହାୟକ ହୋଇପାରେ।
ଏହା ସହିତ ଆପଣ ବାରମ୍ବାର ଫୋନର ବ୍ୟବହାର ରାତିରେ କରନ୍ତୁ ନାହିଁ।ଏହା ସହିତ ରାତିରେ ଶୋଇବା ସମୟରେ ଅଧିକ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ।ଏହା ସହିତ ଅଧିକ ପାଣି ମଧ୍ୟ ପିଅନ୍ତୁ ନାହିଁ ନଚେତ ଆପଣଙ୍କୁ ରାତିରେ ପରିସ୍ରା କରିବାକୁ ବାରମ୍ବାର ଉଠିବାକୁ ପଡ଼ିବ।ଫଳରେ ଆପଣଙ୍କ ନିଦ ବାରମ୍ବାର ଭାଙ୍ଗିବ।ଏହା ସହିତ ରାତିରେ ଶୋଇବା ସମୟରେ ଆପଣ ନିଜ ରୁମର ଆଲୋକ ବନ୍ଦ ରଖନ୍ତୁ ଓ ନିଜ ଘରେ ଆଲୋକ ପ୍ରେବସ କରାଇ ଦିଅନ୍ତୁ ନାହିଁ।ଯାହା ଫଳରେ ଆପଣ ଏକ ଭଲ ନିଦ୍ରା ପାଇ ପାରିବେ।