ନିଜର ବିବାହ ପରେ ବିଦେଶରେ ରହୁଛନ୍ତି ଏହି ଓଡ଼ିଆ Heroin – କିଏ କେଉଁ ଦେଶରେ ରହୁଛନ୍ତି ଜାଣିଲେ କହିବେ ତମେ ମାନେ ତ..

Spread the love

ତେବେ ଆମ ଓଡ଼ିଆ ଅଭିନୟ ଜଗତରେ ଏପରି ଅନେକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ନିଜର ଅଭିନୟ ଜୀବନ ଛାଡ଼ି ବର୍ତ୍ତମାନ ଭାରତ ବାହାରକୁ ଚାଲି ଯାଇଛନ୍ତି ଓ ସେମାନେ ବର୍ତ୍ତମାନ ସେହିଠାରେ ସମ୍ପୂର୍ଣ୍ଣ ଭାବରେ ବସବାସ କରିବା ଆରମ୍ଭ କରି ଦେଇଛନ୍ତି।ତେବେ ଆମେ ବର୍ତ୍ତମାନ ସେହିଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା।

ଇପ୍ସିତା ମହାନ୍ତି:- ନିଜର ଅଭିନୟ ଜୀବନର ଶ୍ରେଷ୍ଟ ସମୟରେ ଥିବା ସମୟରେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ଜୀବନକୁ ଛାଡ଼ି ଚାଲି ଯାଇଥିଲେ ଦୁବାଇକୁ।ନିଜର ବିବାହ ସରିବା ପରେ ସେ ନିଜର ପତି ରୋହିତ ମହାନ୍ତିଙ୍କ ସହିତ ଭାରତ ଛାଡି ଚାଲି ଯାଇଥିଲେ।ସେ ନିଜର ଦୁଇ ପୁଅଙ୍କ ସହିତ ବର୍ତ୍ତମାନ ଦୁବାଇରେ ରହୁଛନ୍ତି।ତାଙ୍କର ପୂର୍ବରୁ ଏକ ପୁତ୍ର ସନ୍ତାନ ରହିଥିଲା।ସେ ଏହି କିଛିଦିନ ତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ଲୋକପ୍ରିୟତା ହାସଲ କରି ପାରିଥିଲେ।

ଏହାପରେ ସେ ଏହି ସମସ୍ତ ସଫଳତାକୁ ପଛରେ ଛାଡି ନିଜର ପତିଙ୍କ ସହିତ ଦୁବାଇ ଚାଲି ଯାଇଥିଲେ।ତେବେ ତୁଳସୀ ଚଳଚ୍ଚିତ୍ରରୁ ନିଜର ଅଭିନୟ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଅନେକ ସଫଳତା ପାଇ ପାରିଥିଲେ।

ସୁନିତା ଗରାବଡୁ:- ଅନେକ ଆଲବମ ଓ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ନିଜର ବେସ କିଛିଦିନ ଅଭିନୟ ଦୁନିଆରୁ ଦୂରେଇ ରଖିଥିଲେ।ଏହାପରେ ସେ ବର୍ତ୍ତମାନ କିଛିଦିନ ତଳେ ବିବାହ କରିଛନ୍ତି ବାବା ସୋମନାଥଙ୍କୁ।ବିବାହ ପରେ ସେ ବର୍ତ୍ତମାନ ଏରିଲ୍ୟାଣ୍ଡରେ ରହୁଛନ୍ତି ନିଜର ସ୍ଵାମୀଙ୍କ ସହିତ।ତେବେ ଅଭିନୟ ଦୁନିଆରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ତାହା ମଧ୍ୟ ଖୁବ କମ ସମୟ ମଧ୍ୟରେ।ସେ ନିଜର ଏକ ବିଶେଷ ପ୍ରତିଷ୍ଠା ସୃଷ୍ଟି କରିପାରିଥିଲେ ଓଡ଼ିଶାର ଦର୍ଶକ ମାନଙ୍କ ସମ୍ମୁଖରେ।

ଜାଜ୍ଞସେନି ଜେନା:- ତୋ ପାଇଁ ମୁଁ ଚଳଚ୍ଚିତ୍ରରେ ଜୟା ଚରିତ୍ରରେ ଅଭିନୟ କରି ନିଜକୁ ଓଡ଼ିଶାର ଦର୍ଶକ ମାନଙ୍କ ନିକଟରେ ପରିଚିତ କରି ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ।ସେ ଜଣେ ବହୁତ ଭଲ ଅଭିନେତ୍ରୀ ଥିଲେ।

ତେବେ ସେ ଏହି ବର୍ଷ ବିବାହ କରିଥିଲେ ଓ ନିଜର ଚଳଚ୍ଚିତ୍ର ଜୀବନକୁ ସମ୍ପୂର୍ଣ୍ଣ ରୂପରେ ଭୁଲି ଯାଇଛନ୍ତି।ତେବେ ତାଙ୍କର ପତି ହେଉଛନ୍ତି ଜଣେ ଇଞ୍ଜିନିୟର।ସେ ବର୍ତ୍ତମାନ ନିଜର ପତିଙ୍କ ସହିତ ଦୁବାଇରେ ରହୁଛନ୍ତି।ତେବେ ସେ ହୁଏତ ଆଉ କେବେ ଅଭିନୟ ଜଗତକୁ ନ ଫେରି ପାରନ୍ତି।

ତେବେ ଏହି ସମସ୍ତ ଅଭିନେତ୍ରୀ ମାନେ ସେମାନଙ୍କ ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେମାନେ ନିଜର ତଥା ନିଜର ପରିବାର ପାଇଁ ଅନେକ ମାନ ଓ ସମ୍ମାନ ଅର୍ଜନ କରି ପାରିଥିଲେ।ତବେ ସେମାନେ ସମସ୍ତେ ଅଭିନୟ ଜଗତରୁ ଦୂରେଇ ଯିବା ଫଳରେ ଅଭିନୟ ଜଗତରେ କିଛି ପ୍ରତିଭା କମି ଯାଇଛନ୍ତି।ତେବେ ସେମାନଙ୍କର ଅଭିନୟ ସର୍ବଦା ଦର୍ଶକ ମାନଙ୍କ ମନରେ ସବୁ ଦିନ ପାଇଁ ରହିବ।

Leave a Reply

Your email address will not be published. Required fields are marked *