ନିଜ ପୁଅର Best Friend କୁ ବିବାହ କଲେ ଏହି ମହିଳା,ତାପରେ ଯାହା ଘଟିଲା ଜାଣିଲେ ମୁଣ୍ଡରେ ହାତ ଦେଇକି ବସିବେ ଆପଣ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ପ୍ରେମ ମାନିଲାନି ବୟସ।ପୁଅର ବେଷ୍ଟ ଫ୍ରେଣ୍ଡକୁ ବିବାହ କଲେ ମହିଳା।ଦୁହିଁଙ୍କ ମଧ୍ୟରେ ବୟସ ଅନ୍ତର ୨୯ ବର୍ଷ।କଥାରେ ଅଛି ପ୍ରେମର କୌଣସି ବୟସ ସୀମା ନାହିଁ।ପ୍ରେମ ବୟସ ଦେଖେ ନାହିଁ।ଏହି ପ୍ରବାଦଟି ସତ୍ୟ ହୋଇଛି।ଆଜି ଆମେ ଏହି ଆର୍ଟିକିଲରେ ସେହି ଭଳି ଏକ ଖବର ବିଷୟରେ ଜାଣିବା।ଏହାର ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ମିଳିଥିବା ଖବର ଅନୁସାରେ ବ୍ରିଟେନର ଜଣେ ମହିଳା ତାଙ୍କ ପୁଅର ବେଷ୍ଟ ଫ୍ରେଣ୍ଡକୁ ଭଲ ପାଉଥିଲେ।ଏବଂ ସେ ତାଙ୍କ ସହ ବିବାହ ମଧ୍ୟ କରିଛନ୍ତି।ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ବିବାହ ସମୟରେ ଦୁହିଁଙ୍କ ମଧ୍ୟରେ ୨୯ ବର୍ଷର ଅନ୍ତର ଥିଲା।ତେବେ ଏହି ଘଟଣାଟି ବ୍ରିଟେନର ଏକ ରିପୋର୍ଟ ଅନୁସାରେ ମହିଳାଙ୍କ ନାମ ମେରିଲୀନ ଏବଂ ଯୁବକଙ୍କ ନାମ ବିଲୀୟମ ସ୍ମିଥ।ନିକଟରେ ସେମାନେ ନିଜର ଦ୍ୱାଦଶ ବିବାହ ବାର୍ଷିକ ପାଳନ କରିଛନ୍ତି।ସେହି ଅବସରରେ ଉଭୟଙ୍କ ପ୍ରେମ କାହାଣୀ ଭାଇରାଲ ହୋଇଥିଲା।

ଏବଂ ଏହା ପୁଣିଥରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।ରିପୋଟ ଅନୁସାରେ ଯେତେବେଳେ ଏହି ବିବାହ ହୋଇଥିଲା ସେତେବେଳେ ପୁଅକୁ ୧୬ ବର୍ଷ ବୟସ ହୋଇଥିଲା।ମହିଳାଙ୍କୁ ବର୍ତ୍ତମାନ ବୟସ ୬୦ ବର୍ଷ।ମହିଳା ଦ୍ଵିତୀୟ ଥର ପାଇଁ ତାଙ୍କୁ ବିବାହ କରିଛନ୍ତି।ଏବଂ ସ୍ମିଥଙ୍କ ବର୍ତ୍ତମାନ ବୟସ ହେଉଛି ୩୧ ବର୍ଷ।ସ୍ମିଥଙ୍କ ସହିତ ମେରିଲିନଙ୍କ ପ୍ରଥମ ସାକ୍ଷାତ ସେତେବେଳେ ହୋଇଥିଲା

ଯେତେବେଳେ ସ୍ମିଥଙ୍କୁ ୧୬ ବର୍ଷ ବୟସ ହୋଇଥିଲା।ସ୍ମିଥ ଯେତେବେଳେ ସେହି ମହିଳାଙ୍କ ପୁଅଙ୍କୁ ଦେଖାକରିବାକୁ ତାଙ୍କ ଘରକୁ ଯାଉଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା।ସେମାନଙ୍କର ପ୍ରଥମେ ୨୦୦୬ମସିହାରେ ସାକ୍ଷାତ ହୋଇଥିଲା।ମେରିଲିନଙ୍କ ପୁଅ ସହିତହିଁ ସ୍ମିଥ ତାଙ୍କ ଘରକୁ ଯାଇଥିଲେ।ଭିଡିଓ ଗେମ ଖେଳିବା ପାଇଁ ପ୍ରାୟ ଅଧିକାଂଶ ସମୟରେ ସେ ତାଙ୍କ ଘରକୁ ଯାଉଥିଲେ।ଧୀରେ ଧୀରେ ମହିଳା ଏବଂ ସ୍ମିଥଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଲା।

ଏହାର କିଛି ଦିନ ପରେ ଦୁହେଁ ପରସ୍ପରକୁ ଭଲ ପାଇବା ଆରମ୍ଭ କଲେ।ଏହି ଦୁଇ ଜଣଙ୍କ ବିବାହ କରିବାର ନିଷ୍ପତ୍ତି କାହାର ଧାରଣା ନଥିଲା।ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଏତେ ବଢିଗଲା ଯେ ଶେଷରେ ଉଭୟ ବିବାହ କରିବାକୁ ସ୍ଥିର କଲେ।ଯଦିଓ ଏହି ନିଷ୍ପତ୍ତି ବହୁତ କଷ୍ଟ ସାଧ୍ୟ ଥିଲା କିନ୍ତୁ ଯାହା ହେଲେ ମଧ୍ୟ ଉଭୟ ନିଷ୍ପତ୍ତି ନେଇ ସାରିଥିଲେ।୨୦୦୯ ଏପ୍ରିଲରେ ସେମାନଙ୍କ ବିବାହ ହୋଇଥିଲା।ଉଭୟଙ୍କ ପରିବାର ଏବଂ ସମ୍ପର୍କୀୟ ମାନେ ଏହାର ବିରୋଧ କରିଥିଲେ।କିନ୍ତୁ ମେରିଲିନ ଏବଂ ସ୍ମିଥ ପରସ୍ପରକୁ ଛାଡିବାକୁ ରାଜି ନଥିଲେ।

Leave a Reply

Your email address will not be published. Required fields are marked *