Nirma ୱାଶିଂ ପାଉଡରରେ ଥିବା ଝିଅ ବାସ୍ତବରେ କିଏ?ଏହି ଫୋଟୋ ପଛରେ ଥିବା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

Spread the love

ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ ତାର ପିତା ଓ ମାତାଙ୍କ ହାତ ରହିଥାଏ।ତେବେ ଆମେ ବର୍ତ୍ତମାନ ଏପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆପଣ ନିର୍ମା ୱାଶିଂ ପାଉଡର ନିଶ୍ଚିତ ଭାବରେ କେବେ ନା କେବେ ଦେଖିଥିବେ।ତେବେ ଏହି ନିର୍ମା ୱାଶିଂ ପାଉଡରର ମାଲିକ ହେଉଛନ୍ତି କର୍ସନ ଭାଇ ପଟେଲ।ଯିଏକି ନିଜର ସରକାରୀ ଚାକିରୀ ଛାଡ଼ି ନିଜର ପ୍ରଡକ୍ଟ ସାଇକେଲରେ ନେଇ ଘର ଘର ବୁଲି ବିକ୍ରି କରୁଥିଲେ।

ଆଜି ତାଙ୍କର ନାମ ଆମ ଦେଶର ଅରବ ପତି ମାନଙ୍କ ମଧ୍ୟରେ ଗଣା ଯାଇଥାଏ।ତେବେ ଏହି କମ୍ପାନୀର ଜିନିଷ ଭାରତର ଘରେ ଘରେ ବ୍ୟବହାର ହୋଇଥାଏ।ଏହା ସହିତ ଏହି କମ୍ପାନୀ ବର୍ତ୍ତମାନ ଭାରତର ୧୮ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କୁ ନିଯୁକ୍ତି ଦେଇଛି।ଏହା ସହିତ ଏହି କମ୍ପାନୀର ବର୍ତ୍ତମାନ ସମୁଦାୟ ମୂଲ୍ୟ ୭୦ ହଜାର କୋଟି।ତେବେ ସେ ମଧ୍ୟ ରସାୟନ ବିଜ୍ଞାନରେ ସ୍ନାତକ ହୋଇଥିଲେ।ଏହାପରେ ସେ ଗୁଜୁରାଟ ସରକାରଙ୍କ ଭୁ ଓ ଖନନ ବିଭାଗରେ ସରକାରୀ ଚାକିରୀ ପାଇଥିଲେ।

କିନ୍ତୁ ତାଙ୍କୁ ଏହି ଚାକିରୀରେ ଆତ୍ମ ସନ୍ତୋଷ ମିଳୁ ନଥିଲା।ଏହାପରେ ତାଙ୍କର ଜୀବନରେ ଏକ ଦୁଃଖଦ ଘଟଣା ଘଟିଲା।କୌଣସି କାରଣରୁ ତାଙ୍କର ଝିଅଙ୍କ ଦେହାନ୍ତ ହୋଇ ଯାଇଥିଲା।ଏହାପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।ତେବେ ସେ ନିଜର ଝିଅର ନାମକୁ ବଞ୍ଚାଇ ରଖିବା ପାଇଁ ନିଜେ ଏକ ସଫା ପାଉଡର ପ୍ରସ୍ତୁତ କରି ଏହାର ନାମ କରଣ ତାଙ୍କର ନିଜ ଝିଅ ନାମରେ କଲେ।

ଏହାପରେ ସେ ସେହି ପାଉଡରକୁ ଘର ଘର ବୁଲି ବିକ୍ରି କରିବାକୁ ଲାଗିଲେ।ଧୀରେ ଧୀରେ ଏହାର ଡିମାଣ୍ଡ ବଢ଼ିବାକୁ ଲାଗିଲା।ଏହାପରେ ସେ ନିଜର ସରକାରୀ ଚାକିରି ଛାଡ଼ି ନିଜର କମ୍ପାନୀ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତି ନେଲେ।ଏହାପରେ ସେ ସେହି ସମୟରେ ଅନେକ ବିଦେଶୀ କମ୍ପାନୀଙ୍କ ସହିତ ପ୍ରତିଯୋଗିତା କରିବା ଆରମ୍ଭ କରିଥିଲେ।ସେହି ସମୟରେ ଅନ୍ୟ ସମସ୍ତ ସଫା ପାଉଡର କିଲୋଗ୍ରାମ ପ୍ରତି ୧୩ ଟଙ୍କା ଦରରେ ବିକ୍ରୀ ହେଉଥିଲା।

ଯାହା ମଧ୍ୟମ ବର୍ଗର ଲୋକ ମାନଙ୍କ ବଜେଟରେ ଆସୁ ନଥିଲା।ଫଳରେ କର୍ସନ ଭାଇ ପଟେଲ ନିଜର ସଫା ପାଉଡରକୁ ମାତ୍ର ୩ ଟଙ୍କା ଦରରେ ବିକ୍ରୀ କରିବାକୁ ଲାଗିଲେ।ଯାହା ଫଳରେ ତାଙ୍କର ଏହି ପାଉଡର ସମସ୍ତ ମଧ୍ୟମ ବର୍ଗର ଲୋକଙ୍କୁ ଆକର୍ଷିତ କଲା।ଏହା ସହିତ ଏହାର ମୂଲ୍ୟ ଅନ୍ୟ ସମସ୍ତ ପାଉଡର ତୁଳନାରେ ୪ ଗୁଣା କମ ମଧ୍ୟ ଥିଲା।ଏହା ସହିତ ତାଙ୍କର ବ୍ୟବସାୟ ଧୀରେ ଧୀରେ ବଢ଼ିବାକୁ ଲାଗିଲା।

ଏହା ସହିତ ସେ ନିଜର ଝିଅର ନାମକୁ ବର୍ତ୍ତମାନ ସାରା ଦୁନିଆରେ ପରିଚିତ କରିବା ପାଇଁ ଚିନ୍ତା କରି ସାରିଥିଲେ।ଏହା ସହିତ ସେ ନିଜର ପାଉଡରକୁ ସର ଦେଶରେ ପରିଚିତ କରି ପାରିଥିଲେ।ତାଙ୍କର ଝିଅର ନାମକୁ ସାରା ଦେଶରେ ପରିଚିତ କରି ପାରିଥିଲେ।ଏହା ସହିତ ତାଙ୍କର ପାଉଡର ସମଗ୍ର ଦେଶର ଲୋକ ମାନଙ୍କର ପ୍ରଥମ ପସନ୍ଦ ଥିଲା।ଯାହା ଫଳରେ ସେ ନିଜର ଝିଅର ନାମକୁ ସମସ୍ତ ଦେଶବାସୀଙ୍କ ନିକଟରେ ପରିଚିତ କରି ପାରିଥିଲେ।ତେବେ ଏହିପରି ଭାବରେ ଜଣେ ପିତାର ସଫଳତା ପଛରେ ଜଣେ ଝିଅର ନାମ ରହିଥିଲା।

Leave a Reply

Your email address will not be published. Required fields are marked *