ଓଡିଆ ନାୟିକା ପ୍ରିୟାଙ୍କ ବିଷୟରେ କିଛି ଅଜଣା କଥା – କାହିଁକି ଫିଲ୍ମ ଦୁନିଆ ରୁ ହଟାତ ଅଲବିଦା ନେଲେ ଜାଣିରଖନ୍ତୁ..

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଆଲବମ ଜଗତର ଜଣେ ଅନନ୍ୟ ନାୟିକା ବିଷୟରେ।ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଆଲବମରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ସ୍କୁଲ ସମୟରେ ବହୁତ ନାଟକରେ ଅଭିନୟ ମଧ୍ୟ କରିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ଆପଣ ମାନେ ହୁଏତ ତାଙ୍କୁ ଅନେକ ଓଡ଼ିଆ ଫିଲ୍ମରେ ଓ ଗୀତରେ ଦେଖିଥିବେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଥିଲେ।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ।ଆଜି ମୁଁ ଆପଣ ମାନଙ୍କୁ କହିବି ତାଙ୍କର କିଛି ଅଜଣା କଥା।

ତାଙ୍କର ଜନ୍ମ ୨୫.୭.୧୯୮୯ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ ଭୁବନେଶ୍ୱର,ଓଡ଼ିଶା ଅଟେ।ପ୍ରିୟା ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ।ସେ ତାଙ୍କ ପାଠ ପଢା ସମୟରେ ବହୁତ ଭଲ ପାଠ ପଢୁଥିଲେ।ସେ ଏକ ମେଧାବୀ ଛାତ୍ର ଥିଲେ।ସେ ତାଙ୍କ ସ୍କୁଲ,କଲେଜ ଆଦିରେ ବହୁତ ନାଟକରେ ଅଭିନୟ କରିଥିଲେ।ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ପ୍ରିୟାଙ୍କର ଉଚ୍ଚତା ପାଞ୍ଚ ଫୁଟ ଛ ଇଞ୍ଚ ଓ ଓଜନ ୬୦ କେଜି।ପ୍ରିୟାଙ୍କର ବାପାଙ୍କ ନାମ ପ୍ରତାପ ଚୌଧୁରୀ ଓ ମାଙ୍କ ନାମ ରହିଛି ଗୀତାଞ୍ଜଳି ଚୌଧୁରୀ।

ସେ ଆଲବମ ଦୁନିଆରୁ ପ୍ରଥମ କରି ତାଙ୍କ ଅଭିନୟ ଜୀବନୀ ଆରମ୍ଭ କରିଥିଲେ।ସେ ପରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ।ପ୍ରିୟା ତାଙ୍କ ଜୀବନରେ ବହୁତ ଆଲବମ ଓ ଫିଲ୍ମରେ ଅଭିନୟ କରିଥିଲେ।ସେ କେବଳ ଆଲବମ ନୁହେଁ କିଛି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟର ଛାପ ଛାଡିଛନ୍ତି।ସେ ୨୦୦୮ ମସିହାରେ ଡ୍ରୀମ ଗର୍ଲ ଛବିରେ ପ୍ରଥମ କରି ଅଭିନୟ କରିଥିଲେ।କେବଳ ଏତିକି ନୁହେଁ ସେ ୨୦୧୪ ମସିହାରେ ତୋ ବାଟ ଚାହିଁଛି ରାତି ସାରା ଫିଲ୍ମରେ ନାୟିକା ଭୂମିକାରେ ଅଭିନୟ କରିଥିଲେ।ସେ ୨୦୧୬ ମସିହାରେ ପାରିବେନି କେହି ଅଲଗା କରି ଛବିରେ ଅଭିନୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ। ତା ଛଡା ସେ ଅଭିମନ୍ୟୁ ରୁମକୁ ଝୁମାନା,ଚାନ୍ଦିନୀ ଆଇ ଲଭ ୟୁ ଆଦି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

ଅଭିନୟ ଜଗତରେ ପ୍ରିୟା ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି।ତାଙ୍କ ଅଭିନୀତ ଅନେକ ଆଲବମ ଓ ଫିଲ୍ମ ଏବେ ବି ଅନେକ ଓଡ଼ିଆ ମାନଙ୍କ ହୃଦୟରେ ସେହିପରି ରହିଛି।ସେ ଏବେ ମଧ୍ୟ ଅନେକ ଟେଲିଭିଜନ କାର୍ଯ୍ୟକ୍ରମରେ ଅଭିନୟ କରୁଛନ୍ତି।ସେ ଏବେ ସପରିବାର ଭୁବନେଶ୍ୱରରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *