ସ୍ୱାଦ ହୀନ ଏବଂ ଗନ୍ଧ ହୀନ ଘରୋଇ ଉପଚାରରେ ପ୍ରତିକାର – ଏବେ ଜାଣିରଖନ୍ତୁ ଏହି ସମୟରେ କାମରେ ଆସିବା..

Spread the love

କୌଣସି କାରଣରୁ ଆପଣଙ୍କୁ ଥଣ୍ଡା, ଜର ହୋଇଗଲେ ଆପଣଙ୍କୁ କିଛି ସ୍ୱାଦ ଜଣାପଡେ ନାହିଁ ବା କୌଣସି କିଛି ଗନ୍ଧ ବାସ ଜଣାପଡି ନଥାଏ।ଆପଣ ମଧ୍ୟ ବହୁତ ଚିନ୍ତିତ ହୋଇପଡନ୍ତି, ଏହା ମଧ୍ୟ ସ୍ବଭାବିକ ଯେହେତୁ ଏଇଟା ବହୁତ ଖରାପ ପରିସ୍ଥିତି ଚଳୁଛି ବର୍ତ୍ତମାନ।ଟିକେ ଥଣ୍ଡା-ଜର ହୋଇଗଲେ କୋରନାର ଭୟ ରହୁଛି।କୋରନାର ମଧ୍ୟ ଏହିଭଳି ଲକ୍ଷଣ ରହିଛି ସେଥିପାଇଁ ଆପଣଙ୍କ ମନରେ ଆଶଙ୍କା ରହୁଛି।ତେବେ ଏମିତି ଭାବିବା ସମ୍ପୂର୍ଣ୍ଣ ଭାବେ ଭୁଲ, କାହିଁକି ନା ଯେତେବେଳେ କୋରନା ଆସିନଥିଲା ତା ପୂର୍ବରୁ ଆପଣମାନେ ବହୁତ ରୋଗରେ ମଧ୍ୟ ପଡୁଥିଲେ ଏବଂ ଆହୁରି ମଧ୍ୟ ବହୁତ ଥଣ୍ଡା-ଜର ହୋଇଥାଏ।ସେତେବେଳେ ମଧ୍ୟ ଆପଣଙ୍କୁ କିଛି ଖାଇବାକୁ ଇଛା ହୋଇନଥାଏ ବା ଥଣ୍ଡା ଯୋଗୁଁ କୋୖଣସି ଗନ୍ଧ ମଧ୍ୟ ବାରିପାରୁନଥିଲେ।ସେତେବେଳେ ଏଲୋପତିକ ଔଷଧ ଖାଇବାଦ୍ୱାର ସବୁ ଠିକ ହୋଇଯାଉଥିଲା।ଏହା ତ ସାମାନ୍ୟ କଥା,ହେଲେ ସମସ୍ୟା ହେଉଛି କେବଳ ବର୍ତ୍ତମାନର ପରିସ୍ଥିତି, କୋରନା ପରେ ପରେ ବର୍ତ୍ତମାନ ନୂଆ କୋରନା ଆସିଛି ଯେଉଁଥିରେ ଏହିପରି ଭାବରେ ଲକ୍ଷଣ ଦେଖାଦେଇଛି।

ବର୍ତ୍ତମାନ ମଧ୍ୟ ବାୟୁମଣ୍ଡଳ ଏପରି ଦୂଷିତ ହୋଇଗଲାଣି ଯେ ଯାହାଦ୍ୱାରା ମଣିଷର ରୋଗପ୍ରତିରୋଧକ ଶକ୍ତି ମଧ୍ୟ କମାଇ ଦେଉଛି।ତବେ କିପରି ଏହିଭଳି ମାରାତ୍ମକ ପରିସ୍ଥିତିରୁ ଏହିସବୁ ଲକ୍ଷଣର ଘରୋଇ ଉପଚାର କରିବେ ଆସନ୍ତୁ ଜାଣିବା।

ଯଦି ଥଣ୍ଡା ସକାଶେ ଆପଣଙ୍କ ନାକ ଫିଟୁ ନଥାଏ,ବା ଆପଣ କୌଣସି ଗନ୍ଧ ବାସ ବାରି ପାରୁନାହାନ୍ତି, ତେବେ ଘରେ ଥିବା ଗୁଆଘିଆ (ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅ) କୁ ଗରମ କରି ନଖ ଉଷୁମ ଥିଲା ବେଳେ ଦୁଇ ନାକର ଦୁଇ ଠୋପା ଲେଖାଏଁ ପକାନ୍ତୁ।ଏହାକୁ ଗୋଟିଏ ସପ୍ତାହ ଲାଗି କରିବାକୁ ହେବ। ଏହାକୁ ବ୍ୟବହାର ସମୟରେ କୌଣସି ଏଲୋପତିକ ଔଷଧ ବା ନାକରେ କୌଣସି ଅଲଗା ଡ୍ରପ ବ୍ୟବହାର କରିବେ ନାହିଁ।

ଆସନ୍ତୁ ଜାଣିବା ଏବେ ସ୍ୱାଦ ଜଣା ନପଡିଲେ କଣ ଘରୋଇ ଉପଚାର ରହିଛି।ଗୋଟିଏ କଥା ମନେ ରଖନ୍ତୁ ଥଣ୍ଡା-ଜ୍ୱର ହୋଇଥିବା ସମୟରେ ଆପଙ୍କୁ କିଛି ସ୍ୱାଦ ଆଦୌ ଜଣାପଡିବ ନାହିଁ, ଏହା ଉପରେ ଆପଣ ଯଦି ଆହୁରି ଏଲୋପତିକ ଔଷଧ ବ୍ୟବହାର କରିବେ ତ ସେଥିରେ ଆହୁରି ଆପଣଙ୍କୁ କିଛି ଖାଇବାକୁ ମଧ୍ୟ ଇଛା ହେବନାହିଁ, ଯାହା ଫଳରେ ଆପଣ ବହୁତ ଦୁର୍ବଳ ଅନୁଭବ କରିବେ ଯାହାକି ଆପଣ କେବଳ ଔଷଧ ଉପରେ ନିର୍ଭରଶୀଳ ରହିଯିବେ।ତେବେ ଆପଣ ଏହି ସମୟରେ ବ୍ୟସ୍ତ ହେବା କୌଣସି ଆବଶ୍ୟକତା ନାହିଁ, ଆପଣ ଯେତେ ପାରିବେ ପଇଡ଼ ପାଣି ପିଇବେ ଏବଂ ଯେତେପ୍ରକାରର ନ୍ୟାଚୁରାଲ ଡ୍ରାଏ ଫଳ ଖାଇବେ ଏବଂ ମନ ପସନ୍ଦିତ ଫଳ ଯଥା- କମଳା, ଡାଲିମ୍ବ, ଅଙ୍ଗୁରୁ, ଇତ୍ୟାଦି ଖାଇବେ ଏବଂ ଯେତେ ପାରିବେ ପେଟ ଥଣ୍ଡା ରଖିବେ।ଏବଂ ଯଦି ପାରିବେ କିଛି ଫଳ ଜୁସ ମଧ୍ୟ ବନେଇ ପିଇପାରିବେ।କୌଣସି ଜଙ୍କ ଫୁଡ଼, ଫାଷ୍ଟ ଫୁଡ଼ ଆଦି ଚଟପଟା ଖାଦ୍ୟ ଖାଇବେ ନାହିଁ।

ଏହିସବୁ ଘରୋଇ ଉପଚାର ଏବଂ କିଛିଟା ନିୟମ ମାନି ସଚେତନ ରହିଲେ ଏହିପରି ମାହାମରୀକୁ ମଧ୍ୟ ଆମେ ହରାଇ ପାରିବା।

Leave a Reply

Your email address will not be published. Required fields are marked *