ଜଗନ୍ନାଥଙ୍କ ହାତ, ପାଦ, କାନ, ଆଖି ପତା କୁଆଡ଼େ ଗଲା ?କଣ ରହିଛି ଏହି ଉକ୍ତି ସହିତ କଥା – MANOJ PRADHAN ଙ୍କ ଏହି କଥା ଦେଖନ୍ତୁ Video

Spread the love

ତେବେ ଆମେ ନିଶ୍ଚୟ ଭାବରେ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତି ନିଶ୍ଚୟ ଭାବରେ ଦେଖି ଥିବା।ତେବେ ଭଗବାନଙ୍କ ମୂର୍ତ୍ତିରେ ଏହି ଭଗବାନଙ୍କ ହାତ,ପାଦ,କାନ,ଆଖି ପତା ନଥିବାର ମଧ୍ୟ ଆମେ ଦେଖି ଥାଉ।ତେବେ ଅନେକ ଲୋକଙ୍କ ମନରେ ଏହା ସବୁବେଳେ ପ୍ରଶ୍ନ ଆସିଥାଏ କି ଭଗବାନଙ୍କ ହାତ,ପାଦ,କାନ, ଆଖି ପତା କେଉଁଆଡେ ଗଲା।ତେବେ ଏହା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।

ତେବେ ଆମେ କୁମ୍ଭୀର ଓ ହାତୀର ଗପ ନିଶ୍ଚୟ ଭାବରେ ଶୁଣି ଥିବା।ଯେଉଁଥିରେ ଏକ କୁମ୍ଭୀର ପାଣି ପାଇବାକୁ ଆସିଥିବା ହାତୀର ଗୋଡ଼କୁ ମାଡି ବସିଥିଲା।ସେହି ସମୟରେ ସେହି ହାତୀ ଭଗବାନ ବିଷ୍ଣୁଙ୍କ ସାହାଯ୍ୟ ମାଗି ବହୁତ ଡାକିଲା।ସେହି ସମୟରେ ଭଗବାନ ବିଷ୍ଣୁ ନିଜର ଭକ୍ତର ଦୁଃଖ ନ ଦେଖି ପାରି ଆସି ସେହି କୁମ୍ଭୀରର ବେକ କାଟିଦେଲେ।

ଏହାପରେ ସେହି କୁମ୍ଭୀର ପଚାରିଲା ଭଗବାନ ମୁଁ ଆପଣଙ୍କର କେଉଁ ଦୋଷ କରିଥିଲି।ଏହାପରେ ଭଗବାନ କହିଲେ କୌଣସି ମଧ୍ୟ ନୁହେଁ ତେବେ କଳିଯୁଗରେ ଯେତେବେଳେ ମୁଁ ଅବତାର ନେବି ସେହି ସମୟରେ ମୋର କାନ ନଥିବ ଯାହା ଫଳରେ ମୁଁ କାହାରି ଡାକ ଶୁଣି ପାରିବି ନାହିଁ।ଏହିପରି ଭାବରେ ଯେତେବେଳେ ମହାଭାରତ ଯୁଦ୍ଧରେ ଭୀମ ଓ ଦୁର୍ଯ୍ୟଧନ ପରସ୍ପର ସହିତ ଲଢେଇ କରୁଥିଲେ

ସେହି ସମୟରେ ଭଗବାନ ଭିମଙ୍କୁ ଆଖି ପତାରେ ଠାରି କହିଥିଲେ କି ତାର ଜଂଘ ଉପରେ ପ୍ରହାର କରିବା ପାଇଁ।ସେହି ସମୟରେ ଭୀମ ମଧ୍ୟ ଦୁର୍ଯ୍ୟୋଧନର ଜଂଘ ଭାଙ୍ଗି ଦେଇଥିଲେ।ସେହି ସମୟରେ ଦୁର୍ଯ୍ୟଧନ କହିଲେ ମୁଁ ଆପଣଙ୍କର କଣ କ୍ଷତି କରିଥିଲି।ଏହା ପରେ ଭଗବାନ କହିଲେ କି ଏହି କାରଣରୁ ମୁଁ କଳିଯୁଗରେ ଅବତାର ନେବା ସମୟରେ ମୋର ଆଖି ପତା ରହିବ ନାହିଁ।

ତେବେ ଯେତେବେଳେ ଭଗବାନ ରାମଚନ୍ଦ୍ର ବାଳିକୁ ମାରିବା ପାଇଁ ଯାଇଥିଲେ ସେହି ସମୟରେ ବାଳି ଓ ସୁଗ୍ରୀବ ପରସ୍ପର ସହିତ ଯୁଦ୍ଧ କରୁଥିଲେ।ଏହି ସମୟରେ ଭଗବାନ ରାମଚନ୍ଦ୍ର ତିର ମାରି ବାଳିକୁ ମାରିଥିଲେ।ସେହି ସମୟରେ ବାଳି କହିଥିଲା କି ଭଗବାନ ମୁଁ ତ ଆପଣଙ୍କର କଛି କ୍ଷତି କରି ନଥିଲି ସେହି ସମୟରେ ଭଗବାନ କହିଥିଲେ କି ଯେଉଁ ହାତରେ ମୁଁ ତତେ ମାରିଛି ସେହି ପାପୁଲି ମୁଁ ଯେତେବେଳେ କଳିଯୁଗରେ ଅବତାର ନେବି ସେହି ହାତ ରହିବ ନାହିଁ।

ଏହାପରେ ଭଗବାନ ରାମଚନ୍ଦ୍ର କହିଥିଲେ କି ଯେଉଁ ପାଦରେ ମଧ୍ୟ ମୁଁ ଛିଡା ହୋଇ ରହିଥିଲା ସେହି ପାଦ ମଧ୍ୟ ରହିବ ନାହିଁ।ଏହା ସହିତ ଯେଉଁ ବୃକ୍ଷ ପଛରେ ଲୁଚି ଭଗବାନ ତାଙ୍କୁ ତୀର ମାରିଥିଲେ ବାଳି ସେହି ବୃକ୍ଷକୁ ଅଭିଶାପ ଦେଇଥିଲେ କି ତାର ସମ୍ପୂର୍ଣ୍ଣ ଶରୀର ପିତା ହୋଇଯିବ।ଏହାପରେ ସେହି ବୃକ୍ଷକୁ ଭଗବାନ ଆଶୀର୍ବାଦ ଦେଲେ କି କଳିଯୁଗରେ ଜନ୍ମ ନେବା ସମୟରେ ସେ ସେହି ବୃକ୍ଷର କାଠରେ ତିଆରି ହେବେ ଓ ସେହି ବୃକ୍ଷର ନାମ ରହିବ ନିମ୍ବ।

Leave a Reply

Your email address will not be published. Required fields are marked *