ପୁରୁଷ ଶୂନ୍ୟ ହେଇମଲା ପୁରା Ganesa Nives,ଆଇନର ସହାୟତା ନେଇ ସିନା ଘରେ ରହିଲେ,ହେଲେ ସ୍ଵାମୀଙ୍କ ମନରେ କଣ ଜବରଦସ୍ତି ଜାଗା ସୃଷ୍ଟି କରି ପାରିବେ ତପସ୍ୱିନୀ…ଦେଖନ୍ତୁ Video

Spread the love

ଇଚ୍ଛା ଥିଲା ଶାଶୁ ଘରେ ରହିବେ। ଦଲକାଏ ପବନରେ ଭାଙ୍ଗି ଯାଇଥିବା ନେଡ଼କୁ ପୁଣି ସଜାଡି ନେବେ।ସ୍ବାମୀ, ଶାଶୁ, ଶଶୁର,ଦେଢ଼ସୁର ସମସ୍ତଙ୍କୁ ନେଇ ତାଙ୍କର ଏ ପରିବାର ପୁଣି ହସି ଉଠିବ।ସେଥି ପାଇଁ ବର୍ଷା ଝଡ ଜାଡ ମରା କାକରରେ ବି ସେ ବସି ରହିଲେ।ଏକ ଜିଦ ଶଶୁର କବାଟ ଖୋଲିବେ ଆଉ ସେ ଘର ଭିତରକୁ ଯିବେ।ସେଥି ପାଇଁ ଘର ଦୁଆର ମୁହଁରେ ବସାଇଲେ ମାଣ।ଲକ୍ଷ୍ମୀ ମାଆଙ୍କୁ କହିଲେ ଏ ଘର ଭିତରର ଲକ୍ଷ୍ମୀଙ୍କୁ ପୁଣି ଘର ବାହୁଡ଼ା କରି ନେବାକୁ।

ସମସ୍ତଙ୍କୁ ସେ ନେହୁରା ହେଲେ।ନ୍ୟାୟାଳୟ ଉପରେ ସେ ଭରସା କରି ଅସୀମ ଧର୍ଯ୍ୟ ଧରି ପ୍ରମିଳା ମାଆଙ୍କ ସହ ବସି ରହିଲେ ତପସ୍ୱିନୀ।ତା ଭିତରେ ଆସିଲା ଅନେକ ପ୍ରସଙ୍ଗ।କେତେବେଳେ ଅଡିଓ ଭାଇରାଲ ହେଲା ତ କେତେବେଳେ ଭିଡିଓ ଭାଇରାଲ ହେଲା।କେତେବେଳେ ଗଣ ମାଧ୍ୟମ ଆଗରେ ଡାକ୍ତର ସୁମିତଙ୍କୁ ଦୋଷୀ କରି ଦିଆଗଲା।

କେତେବେଳେ ତପସ୍ୱିନୀଙ୍କୁ ଶୁଣାଇ ଦିଆଗଲା କଡା ନିନ୍ଦା।ତଥାପି ସେ ସେମିତି ଅଡି ବସିଲେ ଶାଶୁ ଘରକୁ ଯିବା ପାଇଁ। ନ୍ୟାୟାଳୟର ନ୍ୟାୟ କ୍ରମରେ ପତି ପତ୍ନୀ ଉଭୟଙ୍କୁ କିଛି ଦିନ ରହି ବୁଝାମଣା କରିବା ସୁଯୋଗ ବି ଦିଆଗଲା।ତଥାପି ସେଥିରେ ବିଫଳ ହେଲେ ତପସ୍ୱିନୀ।ପୁଣି ଥରେ ଶାଶୁ ଘର ସାମ୍ନାକୁ ଫେରିବାକୁ ସେ ବାଧ୍ୟ ହେଲେ।

ଏଥିରେ ତାଙ୍କୁ ଜନମତ ବି କିଛି କମ ମିଳିନି।ଏକାଠି ହୋଇଛନ୍ତି ବ୍ରହ୍ମପୁରବାସି।ଏକାଠି ହୋଇଥିଲା ସୋସିଆଲ ମିଡ଼ିଆ।ଦିଲ୍ଲୀରୁ ପଲ୍ଲୀ।ଏମିତି କି ଆମେରିକାରୁ ବି ତାଙ୍କ ପାଇଁ ଆସିଥିଲା ବାର୍ତ୍ତା।କେଉଁଠି ବିରୋଧ ତ କେଉଁଠି ଧର୍ୟଭରା ମେସେଜରେ ତାଙ୍କୁ ସାନ୍ତ୍ଵନା ଦିଆ ଯାଇଥିଲା।ଏନିକୀ ସୁମିତଙ୍କ ଘରେ ତପସ୍ୱିନୀ ରହିବେ।

ଆଉ ତାଙ୍କୁ ସୁମିତ ମାସିକ ୧୭୦୦୦ ଟଙ୍କା ଦେବେ ବୋଲି କୁହାଗଲା।ହେଲେ ଏତେ ସବୁ ପରେ ତପସ୍ୱିନୀଙ୍କ ମନ ମୁତାବକ ରାୟ ସିନା ମିଳିଲା।କିନ୍ତୁ ସତରେ କଣ ଅବିକଳ ସେୟା ମିଳିଲା।ଯାହା ସେ ଚାହୁଁଥିଲେ।କାରଣ ଏବେ ସେ ଘର ପୁରୁଷ ଶୂନ୍ୟ ହୋଇଯାଇଛି।ନା ଅଛନ୍ତି ସୁମିତ ନା ତାଙ୍କ ଶଶୁର ପ୍ରମୋଦ ସାହୁ ଘରେ ଅଛନ୍ତି।

ତପସ୍ୱିନୀ ଘରେ ରହିବା ମୋର ପସନ୍ଦ ନୁହେଁ କହି ରାତି ଅଧରେ ଏକ ଭିଡିଓ ଜାରି କରି ସେ ବି କୁଆଡେ ଚାଲି ଯାଇଛନ୍ତି।ଆଉ ରହି ଯାଇଛି କେବଳ ଏ ଘର ଖଣ୍ଡକ।ଘରେ ଅଛନ୍ତି ଶାଶୁ ଓ ଜେଜେ ଶାଶୁ।ଶାଶୁ ତ ଆରମ୍ଭରୁ ଏ ଘଟଣାରେ ଚୁପ ଅଛନ୍ତି।ତଥାପି ନିଜ ଭାଗ୍ୟ ରେଖାକୁ ନିଜ ହାତରେ ତିଆରି କରିବା ପାଇଁ ଜିଦ ଧରିଛନ୍ତି ତପସ୍ୱିନୀ।

Leave a Reply

Your email address will not be published. Required fields are marked *