ନୂଆ ପାଇଖାନା ପାଇଁ ଅନଲାଇନ ଆବେଦନ କରନ୍ତୁ – ଆସିଲା ନୂଆ ଆବେଦନ ପାଇଁ – ସିଧା ଆପଣଙ୍କ ଖାତାକୁ ଆସିବ ୧୨ ହଜାର ଟଙ୍କା ପାଇଖାନା କରିବା ପାଇଁ..

Spread the love

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ସ୍ୱଚ୍ଛ ଭାରତ ଅଭିଯାନରେ ସମସ୍ତ ଲୋକ ମାନଙ୍କୁ ମାଗଣାରେ ପାଇଖାନା ତିଆରି କରିବା ପାଇଁ ମିଳୁଚି।ଯେଉଁମାନେ ଏହି ସୁବିଧା ପାଇ ପାରି ନାହାନ୍ତି ସେମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ।ଏଥିପାଇଁ ଆପଣଙ୍କୁ ୧୨୦୦୦ ଟଙ୍କା ସିଧା ସଳଖ ମିଳିବ।ଏହାକୁ ଆପଣ କିପରି ଆବେଦନ କରିପାରିବେ ତାହା ମୁଁ ଆପଣଙ୍କୁ କହିବି।ପ୍ରଥମେ ଆପଣ ଏହାର ଅଫିସିଆଲ ୱେବ ସାଇଟକୁ ଯିବେ।ଆପଣ ଆବେଦନ କରିବା ପାଇଁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ।ଏହାପରେ ଆପଣ ଅତି ସହଜରେ ଆବେଦନ କରିପାରିବେ।

ଆପଣ ୱେବ ସାଇଟକୁ ଯାଇ ନୂଆ ଆବେଦନକାରୀ ସ୍ଥାନରେ କ୍ଲିକ କରିବେ।ଏହାପରେ ଆପଣଙ୍କୁ କିଛି ସ୍ଥାନ ପୂରଣ କରିବା ପାଇଁ ଆସିବ।ଏଠାରେ ଆପଣ ନିଜର ନାମ,ମୋବାଇଲ ନମ୍ବର ନିଜ ଇମେଲ,ଘର ଠିକଣା,ରାଜ୍ୟ ଓ ଅନ୍ୟାନ୍ୟ ନିର୍ଦ୍ଦେଶ ପୂରଣ କରିବେ।ଆପଣ ଏହାପରେ ଏକ କୋଡ଼ ସେଥିରେ ଯାହା ଲେଖାଥିବ ତାହା ପୂରଣ କରିବେ।

ଆପଣ ଆପଣଙ୍କ ଆଇଡି ଟାଇପରେ ଆଧାର କାର୍ଡ ବା ଆପଣଙ୍କୁ ଯାହା ସୁବିଧା ଲାଗିବ ତାହା ଦେଇଦେବେ।ଏସବୁ ପୂରଣ କରିସାରିବା ପରେ ଆପଣ ରେଜିଷ୍ଟରରେ କ୍ଲିକ କରିଦେବେ।ଆପଣ ଚାହିଁଲେ ଆଧାର କାର୍ଡ ବଦଳରେ ପ୍ୟାନ କାର୍ଡ ଅଥବା ଭୋଟର କାର୍ଡ ମଧ୍ୟ ଦେଇ ପାରିବେ।

ଏହାପରେ ଆପଣଙ୍କ ପାଖକୁ ଏକ ଲଗଇନ ଆଇଡି ଆସିଯିବ।ଏହାକୁ ଆପଣ ଲେଖି କରି ରଖିବେ।ଏହାପରେ ଆପଣ ପୁଣି ଥରେ ପୂର୍ବ ପେଜକୁ ଆସିଯିବେ।ସେଠାରେ ଆପଣ ଦେଖିବେ ଯେ ଆପଣଙ୍କୁ ଏକ ଓଟିପି ଆସିବ।ଆପଣ ସେଠାରେ ନିଜ ଲଗଇନ ଆଇଡି ଓ ଇମେଲ ଦେବେ।ଏହାପରେ ଆପଣଙ୍କ ପାଖକୁ ଏକ ପାସୱାର୍ଡ ଆସିଯିବ।ଏହି ଓଟିପି ଆପଣଙ୍କ ମୋବାଇଲ ନମ୍ବର ବା ଆପଣଙ୍କ ଇମେଲ ନମ୍ବରକୁ ଆସିଯିବ।ଆପଣ ନିଜ ପସନ୍ଦର ଏକ ପାସୱାର୍ଡ ବାଛି ସେଠାରେ ଦେଇଦେବେ।

ଏସବୁ କରି ସରିବା ପରେ ଆପଣଙ୍କୁ ଏଥିପାଇଁ ଫର୍ମ ଭରିବା ପାଇଁ ପଡିବ।ସେଥିରେ ଆପଣଙ୍କ ଜରୁରୀ ତଥ୍ୟ ସବୁ ରହିଥିବ।ଏହି ଫର୍ମରେ ଆପଣ ଆପଣଙ୍କ ନାମ,ଜିଲ୍ଲା,ୱାର୍ଡ,ଆବେଦନ କାରିଙ୍କ ବାପାଙ୍କ ନାମ,ଘର ଠିକଣା,ଆଧାର ନମ୍ବର,ଆପଣଙ୍କ ଲିଙ୍ଗ,ମୋବାଇଲ ନମ୍ବର ଆଦି ଭରିବେ।ଏହାସହିତ ଆପଣ ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧିତ ସମସ୍ତ ତଥ୍ୟ ଦେବେ।ଆପଣ ଆପଣଙ୍କ ଆଇଏଫଏସସି କୋଡ ମଧ୍ୟ ସେଠାରେ ଦେବେ।

ସେଠାରେ ଆପଣ ଧ୍ୟାନ ରଖିବେ ଯେ ସମସ୍ତ ଡକ୍ୟୁମେଣ୍ଟ ମାନଙ୍କର ସାଇଜ ଲେଖାଥିବ।ସେହି ଅନୁସାରେ ଆପଣ ଡକ୍ୟୁମେଣ୍ଟ ଅପଲୋଡ଼ କରିବେ।ଏହା କରିସାରିବା ପରେ ଆପଣ ଆପ୍ଲାଏକୁ କ୍ଲିକ କରିବେ।ଏହା ଯେତେବେଳେ ଗୃହୀତ ହୋଇଯିବ ସେବେ ଆପଣଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦୦ ଟଙ୍କା ଆସିବ।

Leave a Reply

Your email address will not be published. Required fields are marked *