ବାସୀ ମୁହଁରେ ପାଣି ପିଇବାର ଫାଇଦା – ଆଜି ଏହି ଉପାୟ ଜାଣିରଖନ୍ତୁ..

Spread the love

ଆଜି ଆମେ ଏକ ମହତ୍ୱପୁର୍ଣ୍ଣ ବିଷୟ ଵସ୍ତୁ ଉପରେ ଆଲୋଚନା କରିବା। ଯାହାଦ୍ୱାର ଆମେ ଜାଣିବା ସକାଳେ ବାସି ମୁହଁରେ ପାଣି ପିଇବା ଦ୍ୱରା ଆମର କଣ ଲାଭ ହୋଇଥାଏ। ଆପଣମାନେ ସମସ୍ତେ ଜାଣିଥିବେ ପାଣି ଆମ ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ କିନ୍ତୁ ଆପଣମାନେ ଜାଣନ୍ତିକି ଆମେ ବାସୀ ମୁହଁରେ ପାଣି ପିଇବା ଦ୍ୱାରା ଆମ ପାଟିରେ ଯେଉଁ ଲାଳ ରହିଥାଏ ତାହା ଆମ ପେଟକୁ ଚାଲି ଯାଇଥାଏ ଆଉ ଏହା ଆମକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏହି ଲାଳ ଆମ ମୁହଁର ଭିତରେ ତିଆରି ହୋଇଥିବା ଏପରି ଏକ ପଦାର୍ଥ ଅଟେ ଯାହା ଆମ ଶରୀର ପାଇଁ ଆଣ୍ଟିସେପ୍ଟିକ ଭଳି କାମ କରିଥାଏ ।ଆଉ ଏହି ଲାଳ ଆମ ଶରୀର ଭିତରକୁ ଯିବା ଦ୍ୱାରା ଏହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ।

ଏହି ଲାଳ ଆପଣଙ୍କ ଚର୍ମରେ ଅନେକ ରୋଗକୁ ଭଲ କରିଦେଇ ଥାଏ ଆଉ ଆପଣଙ୍କୁ ସବୁ ପ୍ରକାରର ରୋଗରୁ ସୁସ୍ଥ ରଖିଥାଏ। ସକାଳୁ ଉଠି ବାସୀ ମୁହଁରେ ପାଣି ପିଇବା ଦ୍ୱରା ହେଉଥିବା ଫାଇଦା ବିଷୟରେ ଆପଣ ମାନେ ଜାଣିଲେ ଆପଣ ନିଶ୍ଚିତଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତାହାଲେ ଚାଲନ୍ତୁ ଆଜି ଜାଣିବା ଆମକୁ ପାଣି କେତେ ମାତ୍ରାରେ ଓ କେତେ ପରିମାଣରେ ପିଇବା ଦରକାର। ଏହାର ମୁଖ୍ୟ କାରଣ ହେଲା ପାଣି ପିଇବାର ସଠିକ ଉପାୟ ଆପଣଙ୍କୁ ସୁସ୍ଥ ରଖିଥାଏ।ଆଉ ଆପଣଙ୍କୁ ଏହି ଉପାୟ ଅନେକ ପ୍ରକାରର ରୋଗ ଠାରୁ ମଧ୍ୟ ଦୁରେଇ ରଖିଥାଏ।

୧.ସକଳେ ବାସି ମୁହଁରେ ପାଣି ପିଇବାର ଲାଭରେ ଏକ ନମ୍ବରରେ ହେଉଛି,ସକାଳୁ ଉଠି ବାସୀ ମୁହଁରେ ଦୁଇ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଭିନ୍ନ ପ୍ରକାରର ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଆକ୍ଟିଭ ହୋଇଯାଆନ୍ତି। ଆଉ ଆମେ ଯଦି ସକାଳୁ ଖାଲି ପେଟରେ ପାଣି ପିଉଛନ୍ତି ତାହେଲେ ଆମ ଚେହେରାରେ ଏକ ପ୍ରକାରର ଅଲଗା ଉଜ୍ଜ୍ୱଳତା ଆସିଯାଇଥାଏ। ଆଉ ଏହା ସହିତ ଶରୀର ଭିତରେ ଯେଉଁ ବିଶାକ୍ତ ପଦାର୍ଥ ରହିଥାଏ ତାହା ସଫା ହେବାରେ ଲାଗିଥାଏ। ଯାହାଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ।

୨.ତାପରେ ରାତିରେ ଶୋଇବା ପୂର୍ବରୁ ଗୋଟେ ଗିଲାସ ପାଣି ପିଇବା ଦ୍ୱାରା ଆମକୁ ହୃଦ୍ଘାତ ଭଳି ସମସ୍ୟା ଦୂର ହୋଇଥାଏ। ଆମେ ଯଦି ଶୋଇବା ପୂର୍ବରୁ ପାଣୀ ପିଇଥାଉ ତାହେଲେ ଆମ ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ। ଆଉ ଏହା ଆମକୁ ହୃଦ୍ଘାତ ଠାରୁ ରକ୍ଷା କରିଥାଏ।

୩.ତାପରେ ତିନି ନମ୍ବରରେ ଗାଧେଇବା ପୂର୍ବରୁ ଗୋଟେ ଗିଲାସ ପାଣି ପିଇବା ଦ୍ୱାରା ଆପଣକୁ ଉଚ୍ଚ ରକ୍ତଚାପ ଠାରୁ ମୁକ୍ତି ମିଳିଥାଏ। ଯଦି କୌଣସି ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହୁଛି ତାହେଲେ ତାଙ୍କୁ କୁହନ୍ତୁକି ସେ ଗାଧେଇବା ପୂର୍ବରୁ ସବୁଦିନ ଗୋଟେ ଗିଲାସ ପାଣି ପିଇବେ।

୪.ତାପରେ ଚାରି ନମ୍ବରରେ ଆସିବ ସନ୍ଧ୍ୟାରେ ଜଳଖିଆ କରିବା ପୂର୍ବରୁ। ଯଦି ଆପଣ ସନ୍ଧ୍ୟା ସମୟରେ ଜଳଖିଆ କରୁଛନ୍ତି ତାହେଲେ ତା ଆଗରୁ ଗୋଟେ ଗିଲାସ ପାଣି ଆପଣ ନିଶ୍ଚିତ ଭାବରେ ସେବନ କରନ୍ତୁ। ଏହାଦ୍ୱରା ଆପଣଙ୍କୁ ଦୁଇଟି ଲାଭ ମିଳିବ,ପ୍ରଥମଟି ହେଉଛି ଆପଣ ପାଣି ପିଇବା ଦ୍ୱାରା ଅଧିକ ଜଳଖିଆ କରି ପାରିବେ ନାହିଁ ଜାହାଫଳରେ ଆପଣ ମୋଟାପଣ ଠାରୁ ମୁକ୍ତି ପାଇବେ।ଏଥି ସହିତ ଆପଣ ମନେ ରଖନ୍ତୁକି ଆମେ ଯେଉଁ ଫ୍ୟାଟ ଫୁଡ଼ ଖାଆନ୍ତି ସେଥିରେ ଯେଉଁ ତେଲ ରହିଥାଏ ତାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ,ଆଉ ଏହା ଅନେକ ସମୟ ପର୍ଯ୍ୟନ୍ତ ଆମର ହଜମ ହୋଇନଥାଏ,ତାହେଲେ ଯଦି ଆପଣ ଗୋଟେ ଗିଲାସ ପାଣି ପିଇବେ ତାହେଲେ ଏହା ତେଲ ସହିତ ଆମର ଖାଦ୍ୟକୁ ହଜମ କରିଦେବ।ଯାହାଦ୍ୱରା ଆପଣ ମାନଙ୍କର ଦେହ ଅସୁସ୍ଥ ହେବ ନାହିଁ।

୫.ଯଦି ଆପଣ ଅଫିସ କିମ୍ବା ଘରେ ଚିନ୍ତାରେ ରହୁଛନ୍ତି ତାହେଲେ ଆପଣ ଦୁଇ ଗିଲାସ ପାଣି ପିଇନିଅନ୍ତୁ। ଯାହାକି ଆପଣଙ୍କ ମୁଣ୍ଡକୁ ଥଣ୍ଡା କରିବ ଓ ଆପଣଙ୍କ ରାଗକୁ ଶାନ୍ତ କରିବ।

Leave a Reply

Your email address will not be published. Required fields are marked *