ଧନ ବୃଦ୍ଧି କରିଥାଏ ଏହି ଫୁଲ କରନ୍ତୁ ଏହି ଉପାୟ – ଏବେ ଜାଣିରଖନ୍ତୁ..

Spread the love

ଅପରାଜିତା ଯିଏକି ଅପରାଜୟ ବା କେବେବି ହାରିନଥାଏ।ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ।ଏହା ଶିଵଙ୍କର ଅନ୍ୟନାମ ହୋଇଥାଏ।ଅପରାଜିତା ମାତା ସତୀଙ୍କର ଏକ ନାମ ମଧ୍ୟ ଅଟେ।ତେଣୁ ଅପରାଜିତା ଶିଵ ଓ ସତୀଙ୍କର ଅଂଶ ହୋଇଥାଏ।ଏହି କାରଣରୁ ଏହା ଅତି ଉପକାରୀ ଓ ଚମତ୍କାରୀ ହୋଇଥାଏ।ଏହି ଅପରାଜିତା ଭାରତର ସମସ୍ତ ସ୍ଥାନରେ ମିଳିଥାଏ।ଏହା କାଶ୍ମୀର ଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଅଛି।ଏହା ସମସ୍ତ ଋତୁରେ ମଧ୍ୟ ଫୁଟିଥାଏ।ଏହାର ପ୍ରୟୋଗ ଦ୍ଵାରା ସମସ୍ତ ଅଶୁବିଧା ଓ ଦୁଃଖ ଦୂରହୋଇଥାଏ।ଆଜି ଆମେ କହିବୁ ଏହାକୁ କିପରି ଆପଣ ବ୍ୟବହାର କଲେ ଏହା ଆପଣଙ୍କର ଅନେକ ଉପକାର କରିବ।

ଯଦି ଆପଣ ସର୍ବଦା ଧନ ଅଭାବରେ ଚିନ୍ତିତ ରହୁଛନ୍ତି ତେବେ ଏହି ଅପରାଜିତାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ସମସ୍ତ ଅଶୁବିଧା ଦୂର ହେବାସହ ଧନର ଅଭାବ ମଧ୍ୟ ରହିନଥାଏ।କିନ୍ତୁ ଧ୍ୟାନ ରଖିବେ ଏହି ଛୋଟିଆ ଉପାୟ କରିବା ସମୟରେ କେହି ଯେପରି ଆପଣଙ୍କୁ ନଦେଖେ ଓ ଆପଣ ମଧ୍ୟ ଯେପରି କାହା ସହ କଥା ନହୁଅନ୍ତି।ଆପଣମାନେ ଅପରାଜିତା ଫୁଲ ବିଷୟରେ ଜାଣିଥିବେ।ଏହି ଅପରାଜିତା କେବଳ ଶିଵ ,ପାର୍ବତୀ, କାର୍ତିକ , ଗଣେଶଙ୍କର ପ୍ରିୟ ନୁହେ ବରଂ ହନୁମାନ, ଶନିଦେବଙ୍କ ସହିତ ଲଷ୍ମୀ ନାରାୟଣଙ୍କର ମଧ୍ୟ ଏହା ପ୍ରିୟ ଅଟର।ତେଣୁ ଘରେ ଧନର ବର୍ଷା କରିବା ପାଇଁ ଏହି ଉପାୟକୁ ନିଶ୍ଚିତ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସେହିସବୁ ଉପାୟ ଯାହା କରିବା ଦ୍ୱାରା ଘରେ ଧନର ଅଭାବ ରହିନଥାଏ।

୧- ଘର ଉପରୁ ସମସ୍ତ ଖରାପ ଦୃଷ୍ଟି କୁ ନଷ୍ଟ କରିଦେଇଥାଏ- ଯଦି ଶନିବାର ଦିନ ଅପରାଜିତା ଫୁଲକୁ ମାଳକରି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗିବେ ଏହା ଦ୍ଵାରା ଘର କୁ କୁଶକ୍ତି ପ୍ରବେଶ କରିପାରିବେ ନାହିଁ।ଏହା ସହ ଯଦି ସେହି ମାଳାକୁ ହନୁମାନଙ୍କ ପାଖରେ ପୂଜା କରାଯାଇ ଆଣି ଘରର ମୁଖ୍ୟ ଦ୍ଵାରରେ ଟଙ୍ଗାଯାଏ ତେବେ ଏହା ଘର ଉପରୁ ସମସ୍ତ ଖରାପ ଦୃଷ୍ଟି କୁ ନଷ୍ଟ କରିଦେଇଥାଏ।ଏହା ସହ ଘରେ ଧନର ସମସ୍ୟ ମଧ୍ୟ ଦୂର ହୋଇଯାଇଥାଏ।

୨-କରଜ ମୁକ୍ତି ଓ ଧନ ପ୍ରାପ୍ତିର ଉପାୟ- ଯଦି ଆପଣଙ୍କ ଧନର ସମସ୍ୟା ଅଛି ବା ଆପଣ କରଜରେ ବୁଡି ରହିଛନ୍ତି ତେବେ ଶନିବାର ଓ ସୋମବାର ଦିନ ପାଞ୍ଚଟି ଅପରାଜିତା ଫୁଲ ତୋଳି ତାକୁ ଆଣି ନଦୀରେ ଭସାଇ ଦିଅନ୍ତୁ।ଧ୍ୟାନ ରଖିବେ ଏହା କରିବା କଥା କାହାକୁ କହିବେନି ଓ କେହି ଯେପରି ଆପଣଙ୍କୁ ନଦେଖେ।ଏହା ପରେ ଏହାକୁ ଭସାଇ ନିଜ ଇଷ୍ଟ ଦେବା ଦେବୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ଧନର ସମସ୍ୟା ଦୂର ହୋଇଥାଏ ଓ କରଜ ମଧ୍ୟ ରହିନଥାଏ।ଏହା ସହ ଏହି ଉପାୟ କରିବା ଦ୍ୱାରା ଉନ୍ନତିର ନୂଆ ନୂଆ ବାଟ ଖୋଲିଯାଇଥାଏ।ଏହି ଉପାୟକୁ ଲଗାତର ୫ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ।

୩-ମନ ପସନ୍ଦର ଚାକିରୀ ପାଇବା- ଯଦି ଆପଣ ନିଜ ମନ ପସନ୍ଦର ଚାକିରୀ ପାଇବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ୧୧ ଟି ଅପରାଜିତା ଆଣି ମାତା ଦୃର୍ଗା ବା ମାତା ପାର୍ବତୀଙ୍କୁ ଅର୍ପଣ କରନ୍ତୁ।ଯେବେ ପର୍ଯ୍ୟନ୍ତ ଆପଣଙ୍କ କାଯ୍ୟ ନହୋଇଛି ସେବେ ପର୍ଯ୍ୟନ୍ତ କରନ୍ତୁ।ମନେ ରଖନ୍ତୁ ଯଦି ଆପଣ ସବୁଦିନ ଏହାକୁ କରିପାରୁନାହାଁନ୍ତି ତେବେ ନବରାତ୍ରୀ ରେ ୯ ଦିନ ନିଶ୍ଚିତ କରନ୍ତୁ ନଚେତ ୨୧ ମଙ୍ଗଳବାର ଏହାକୁ କରନ୍ତୁ ।ଦେଖିବେ ଆପଣଙ୍କୁ ମନପସନ୍ଦ ଚାକିରୀ ନିଶ୍ଚିତ ମିଳିବ।

Leave a Reply

Your email address will not be published. Required fields are marked *