ପ୍ରବଳ ବର୍ଷା ପବନ ସହ ମାଡି ଆସୁଛି ଭୟାନକ ଲଘୁଚାପ,Augusta 31 ଯାଏ ଏହି ଅଂଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ଆପଣଙ୍କ ଅଂଚଳ ରେ କଣ ରହିଛି ପୂର୍ବାନୁମାନ

Spread the love

ଉତ୍ତର ବଙ୍ଗୋପସାଗରରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।ଯାହା ଫଳରେ ଏହାର ପ୍ରଭାବରେ ବର୍ତ୍ତମାନ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି।ଏହା ସହିତ ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଆଗକୁ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି।ସେଥିପାଇଁ ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ଅନେକ କ୍ଷୟକ୍ଷତି ହେବାର ମଧ୍ୟ ସମ୍ଭାବନା ରହି ଥିବାରୁ ବର୍ତ୍ତମାନ ଓଡ଼ିଶାର ସମସ୍ତ ଲୋକଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ଗତକାଲି କିଛି କିଛି ଜିଲ୍ଲା ମାନଙ୍କରେ ଅଳ୍ପ ବର୍ଷା ହୋଇଥିଲା ଏହା ସହିତ ଆଉ କିଛି କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା।ଏହାର ପ୍ରଭାବରେ ଅନେକ ଜିଲ୍ଲାରେ ବଜ୍ରପାତ ମଧ୍ୟ ହୋଇଥିଲା।ତେବେ ସୂଚନା ଅନୁସାରେ ଏହି ସମସ୍ତ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ ପାଣିପାଗ ବିଭାଗ ତରଫରୁ ମଧ୍ୟ କୁହା ଯାଇଛି।

ତେବେ ଆଗାମୀ ୨୮ ତାରିଖ ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ବୋଲି କିଛି ବିଶେଷଜ୍ଞ କହୁଥିବା ବେଳେ ଆଉ କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ୩୦ ତାରିଖରେ ଲଘୁଚାପର ରୂପ ନେବ।ଏହା ସହିତ ଆଗାମୀ ୩୦-୩୧ ତାରିଖରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ଏହା ସହିତ ବର୍ତ୍ତମାନ ଏହି ବର୍ଷା ହେଲେ ଏହା କୃଷି କାର୍ଯ୍ୟ ପାଇଁ ଅଧିକ ଫଳ ପ୍ରଦ ହୋଇ ପାରିବ ନାହିଁ।କାରଣ ବର୍ତ୍ତମାନ ଓଡ଼ିଶାର ଅନେକ ଜିଲ୍ଲାରେ କୃଷିକାର୍ଯ୍ୟ ଶେଷ ହୋଇ ଯାଇଛି।ଏହା ସହିତ ବର୍ତ୍ତମାନ ବର୍ଷା ହେଲେ ସେହି ସମସ୍ତ ଜିଲ୍ଲାରେ ଏହାର ଜଳର କିଛି ଆବଶ୍ୟକତା ନାହିଁ।କିନ୍ତୁ ଯେଉଁ ଜିଲ୍ଲା ମାନଙ୍କରେ ଏହାର ଆବଶ୍ୟକତା ରହିଛି

ସେହି ସମସ୍ତ ଜିଲ୍ଲା ମାନଙ୍କରେ ଏହା କୃଷି କାର୍ଯ୍ୟରେ ସହାୟକ ହୋଇ ପାରେ।ଏହା ସହିତ ବର୍ତ୍ତମାନ ଓଡ଼ିଶାର ୩୦ ଜିଲ୍ଲା ମଧ୍ୟରୁ ପ୍ରାୟ ୨୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।ଏହା ସହିତ ଏହାର ପ୍ରଭାବରେ ହୁଏତ ଓଡ଼ିଶାର କିଛି କିଛି ଜିଲ୍ଲାରେ କୃଷି କାର୍ଯ୍ୟ ଭଲ ଭାବରେ ହୋଇପାରେ।

ତେବେ ଏପରି କିଛି ଜିଲ୍ଲା ମଧ୍ୟ ଅଛି ଯେଉଁଠାରେ ବର୍ତ୍ତମାନ କୃଷି ପାଇଁ ଜଳର ଆବଶ୍ୟକତା ରହିଛି।କିଛି ବର୍ଷ ହେବ ଅଗଷ୍ଟ ମାସରେ ଭଲ ବର୍ଷା ହେଉ ନାହିଁ ବରଂ ସେପ୍ଟେମ୍ବର ମାସରେ ବର୍ଷା ହୋଇ ଏହା ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି।ତେବେ ଆଗକୁ କିଛି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି।

ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂପୁର,କଟକ,ଖୋର୍ଦ୍ଧା,ପୁରୀ,ନୟାଗଡ଼,ଗଜପତି,ଗଞ୍ଜାମ ଏହା ସହିତ  ଅନୁଗୁଳ ଢେଙ୍କାନାଳ କୋରାପୁଟ ମାଲକାନଗିରି ରାୟଗଡ଼ା, କନ୍ଧମାଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।ଏହା ବ୍ୟତୀତ ସୋନପୁର,ବୌଦ୍ଧ,ବଲାଙ୍ଗୀର,ଝାରସୁଗୁଡ଼ା,ସମ୍ବଲପୁର, ଦେବଗଡ଼ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।ଏହା ସହିତ ଅନ୍ୟ ଏକ ଲଘୁଚାପ ପ୍ରଭାବରେ କୋରାପୁଟ,ମାଲକାନଗିରି,ରାୟଗଡ଼ା,ଗଜପତି,ଗଞ୍ଜାମ, କନ୍ଧମାଳ,କଳାହାଣ୍ଡି ଜିଲ୍ଲାରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆରମ୍ଭ ହୋଇଯିବ।

Leave a Reply

Your email address will not be published. Required fields are marked *