ମେଡିକାଲ ରେ ୯ ଦିନର ପୁଅ ସ୍ତ୍ରୀ Chandin କୁ ଛାଡିକି ପ୍ରେମିକା ସହ ସ୍ଵାମୀ ଫେରାର,ଆଉ ତାପରେ ଯାହା ହେଲା…

Spread the love

ଡାକ୍ତରଖାନା ବେଡରେ ୯ ଦିନର ପୁଅ।ହେଲେ ବାପା ପ୍ରେମିକା ସହ ଫେରାର। ପୁଅ ଦେହ ଖରାପ ସେଥି ପାଇଁ ମେଡିକାଲରେ ଆଡ଼ମିଶନ ହୋଇଛି। ପୁଅ କେମିତି ଭଲ ହେବ ମାର ଚିନ୍ତା ଯେ କାହିଁ କଣ। ହେଲେ ବାପା କିନ୍ତୁ ୯ ଦିନର ପୁଅକୁ ଛାଡ଼ି ପ୍ରେମିକା ସହ ଫେରାର ହୋଇ ଯାଇଛି।ଯେଉଁ ସମୟରେ ଗୋଟିଏ

ସ୍ତ୍ରୀ ପାଇଁ ସ୍ୱାମୀର ଆବଶ୍ୟକତା ରହିଥାଏ। ସେହି ସମୟରେ ଆଜି ଫେରାର ହୋଇ ଯାଇଛି ସ୍ଵାମୀ।ଯାହାକୁ କାନ୍ଦି କାନ୍ଦି କହୁଛନ୍ତି ସ୍ତ୍ରୀ ଜଣଙ୍କ। ଏହି ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର। ୯ ଦିନର ଛୁଆ ହସ୍ପିଟାଲ ବେଡରେ।ସ୍ଵାମୀ ପ୍ରେମିକା ସହ ଫେରାର।ଆଉ ଏତିକି ବେଳେ ସ୍ତ୍ରୀ କଣ କରିବ

ତା ମୁଣ୍ଡରେ କିଛି ପସୁ ନାହିଁ।ଖବର ମୁତାବକ ଯୋଡ଼ା ବଡ଼ବିଲ ସହରର ୪ ନମ୍ୱର ୱାର୍ଡ ଶ୍ରୀରାମପୂର ଚାନ୍ଦିନୀ ପାତ୍ର ଉକ୍ତ ଗ୍ରାମର ଅଭିଷେକଙ୍କୁ ବିବାହ କରିଥିଲେ। ଦୁହେଁ ଦୁହିଁଙ୍କୁ ଭଲ ପାଉ ଥିବାରୁ ଘର ଲୋକେ ବିବାହ କରିଥିଲେ। ହେଲେ ଏହି ୯ ଦିନ ପୂର୍ବରୁ ଚାନ୍ଦିନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ

ଚମ୍ପୁଆ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ହେଲେ ସେଠାରେ ପ୍ରସବ ହୋଇ ପାରିବ ନାହିଁ ବୋଲି ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା।ସେତେବେଳେ ପୁତ୍ର ଜନ୍ମ ହୋଇଥିଲା ତାଙ୍କର। ହେଲେ ପୁଅକୁ ଦେଖିବା ପାଇଁ ଆସି ନଥିଲା ବାପା ଅଭିଷେକ। ଯାହାକୁ ନେଇ ତାଙ୍କ ସ୍ଵାମୀ ପ୍ରେମିକାର ହାତ ଧରି

ପଳେଇ ଯାଇଛି ବୋଲି କହିଛନ୍ତି ସ୍ତ୍ରୀ ଜଣଙ୍କ। ହେଲେ ସ୍ତ୍ରୀ ଚାନ୍ଦିନୀ ସ୍ଵାମୀ ଅଭିଷେକଙ୍କୁ ଯେତେ କଲ କଲେ ମଧ୍ୟ ସେ ଉଠାଇ ନାହାଁନ୍ତି। ଆଉ ଉଠାଇଲେ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି। କହୁଛନ୍ତି ଏହି ଛୁଆ ମୋର ନୁହେଁ କି ମୁଁ ତୋ ସ୍ଵାମୀ ନୁହେଁ।

Leave a Reply

Your email address will not be published. Required fields are marked *