ଜାଡରେ ପୁଣି ଥରିବ ଓଡ଼ିଶା,Cold-Wave ମାଡି ଆସିବ ଏହି ସବୁ ଜିଲ୍ଲାରେ,ପ୍ରବଳ କୁହୁଡି ସହ ଜାଡ ଶୀତ ହେବ..ଦେଖନ୍ତୁ Video

Spread the love

ପୁଣି ଲେଉଟିବ ଶୀତ।ଜାଡରେ ପୁଣି ଥରିବ ଓଡ଼ିଶା।୩ରୁ ଖସିବ ସର୍ବନିମ୍ନ ତାପମାତ୍ରା।ଆଗାମୀ ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ପୁଣି ଶୀତ ଲହରୀ ଫେରିବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି।ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା କମିବାର ସମ୍ଭାବନା ରହିଛି।ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଯାଏ ଖସି ପାରେ।

୩ ତାରିଖରେ ଶୀତ ଲହରୀ ପାଇଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରୀ ହୋଇଛି।ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି।ତେବେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ତାପମାତ୍ରାଠାରୁ ୧ରୁ ୨ ଡିଗ୍ରୀ କମ ରହିଛି।ଦକ୍ଷିଣ ଓ ଆଭ୍ୟନ୍ତରୀଣ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି।

ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି।ଏହି ତାପମାତ୍ରା କିଛି ଦିନ କମିବାର ବଢିବାର ସମ୍ଭାବନା ରହିଛି।୩ ରୁ ୪ ବେଳକୁ ତାପମାତ୍ରା କିଛି ଅଧିକ କମି ପାରେ। ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଏମିତି ଅନେକ ଜିଲ୍ଲାରେ ଥଣ୍ଡା ପବନ ବୋହିବାର ସମ୍ଭାବନା ରହିଛି।

ସେପଟେ ତାମିଲନାଡୁରେ ମୁଷଳ ଧାରା ବର୍ଷାରେ ସ୍ଥିତି ସଙ୍ଗିନ।ତେବେ ଉତ୍ତର ପୂର୍ବ ମୌସୁମୀ ସକ୍ରିୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା।ଆଗାମୀ ୨ ଦିନ ପାଇଁ ଚେନ୍ନାଇ ସହ ଉତ୍ତର ଉପକୂଳ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ରାଜଧାନୀ ଚେନ୍ନାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।

ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ସହ ତଳିଆ ଅଞ୍ଚଳରେ ବହୁ ଘରେ ମଧ୍ୟ ପାଣି ପଶିଛି।ଚେନ୍ନଇ, କଞ୍ଚିପୁରମ, ଥିରୁଭାଲୁ, ଚିଙ୍ଗଲପେଟକୁ ରେଡ ଆଲର୍ଟ ଜାରି ହୋଇଛି।ତେବେ ସାଉଥ ଇଣ୍ଡିଆର ନର୍ଥ ଇଷ୍ଟ ପବନ ବୋହୁଛି।ଏହାର ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ତାମିଲନାଡୁ ଓ ପୁଡୁଚେରୀରେ ବର୍ଷା ହେବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ୱେଷ୍ଟର୍ଣ ଡିଷ୍ଟାର୍ବନେ ପ୍ରଭାବରୁ ଦୁର୍ବଳ ହେବା ପରେ ଓଡ଼ିଶାରେ ଖସୁଛି ପାରଦ।ଧୀରେ ଧୀରେ ବଢୁଛି ଶୀତ।ଏହା ଛଡା କେତେକ ସ୍ଥାନରେ ଘନ କୁହୁଡି ପାଇଁ ଜୀବନ ଯାତ୍ରା ପ୍ରଭାବିତ ହେବା ଦେଖା ଯାଉଛି।ବର୍ତ୍ତମାନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହ ଶୀତ ମଧ୍ୟ ବଢ଼ିବାରେ ଲାଗିଛି।

ରାଜ୍ୟରେ ଓ ଦେଶରେ ଉଭୟର ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ତାପମାତ୍ରା କମିବାରେ ଲାଗୁଛି।ତେବେ ଏ ନେଇ ପାଣିପାଗ ପକ୍ଷରୁ ସୂଚନା ଜାରୀ କରାଯାଇଛି।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *