Solve ର ବାଟ ଫିଟାଇ ପାରୁ ନାହାନ୍ତି ପ୍ରମିଳା,କାହିଁକି ସୁମିତ ପ୍ରମିଳା ଙ୍କ ଉପରେ ଏହି କଥା କହିଦେଲେ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଆପଣ ତ ନିଶ୍ଚୟ ଭାବରେ ଏହି କେସ ବିଷୟରେ ନିହାତି ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହି କେସ ସବୁ ସ୍ଥାନରେ ଅନେକ ମାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବ୍ରହ୍ମପୁରର ତପସ୍ୱିନୀ ଓରଫ ଡିମ୍ପଲଙ୍କ ପାରିବାରିକ ବିବାଦ।ଏହି ବିବାଦରେ ପ୍ରଥମ ଦିନରୁ ଡିମ୍ପଲଙ୍କ ସାଥ ଦେଇ ଆସୁଛନ୍ତି ସମାଜ ସେବୀ ପ୍ରମିଳା ତ୍ରିପାଠୀ।।ପାଖା ପାଖି ୨୮୦ ଝିଅଙ୍କ ଘର ସଜାଡୁଛନ୍ତି ସେ।କିନ୍ତୁ ତପସ୍ୱିନୀଙ୍କ ମାମଲାରେ ଫେଲ ମାରିଛନ୍ତି ପ୍ରମିଳା।

ମାସେ ଧରି ତପସ୍ୱିନୀଙ୍କ ସହତ ଧାରଣାରେ ବସିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।କିନ୍ତୁ ଏପର୍ଯ୍ୟନ୍ତ ବି ସମାଧାନର ବାଟ ଫିଟାଇ ପାରୁନାହାନ୍ତି ପ୍ରମିଳା।ତପସ୍ୱିନୀଙ୍କ ସମ୍ପର୍କର ଅଡ଼ୁଆ ସୁତାକୁ ଖୋଲିବାରେଅସମର୍ଥ ପ୍ରମିଳା।ଗୋଟିଏ ପଟେ ପ୍ରମିଳାଙ୍କ ଉପରେ ଅଗାଡ଼ ଭରଷା ରଖି ସ୍ୱାମୀ ଦୁଆର ମୁହଁରେ ବସିଛନ୍ତି ପ୍ରମିଳା।

ଅନ୍ୟପଟେ ପ୍ରମିଳାଙ୍କ ଉପସ୍ଥିତିକୁ ନାପସନ୍ଦ କରିଛନ୍ତି ସୁମିତ ଏବଂ ତାଙ୍କ ବାପା ପ୍ରମୋଦ।ଯଦି ପ୍ରମିଳା ନଥାନ୍ତେ ହୁଏତ ଆଜି ତପସ୍ୱିନୀ ଏହିପରି ଆଜି ଘର ଦୁଆରେ ବସି ନଥାନ୍ତେ।କୋର୍ଟଙ୍କ ରାୟ ଅନୁସାରେ ସମସ୍ତ କାମ ହୋଇଥାନ୍ତା।ନିଜେ ହଇରାଣ ହେବା ସହିତ ତପସ୍ୱିନୀ ଏବଂ ସୁମିତଙ୍କ ପରିବାରକୁ ହଇରାଣ କରିଥିବା କଥା ଅଭିଯୋଗ ଆଣିଛନ୍ତି ସୁମିତଙ୍କ ବାପା।

ପ୍ରମିଳା ଏଠାରେ ସୁମିତଙ୍କ ବାପାଙ୍କୁ କହିଛନ୍ତି ମୁଁ ଝିଅକୁ ନ୍ୟାୟ ମିଳିଲା ପର୍ଯ୍ୟନ୍ତ ବସିବି।ଏବଂ ସେ କହିଛନ୍ତି ସବୁ ଅଞ୍ଚଳର ବଡ଼ ଲୋକ ଏବଂ ନେତାଙ୍କୁ ଡାକ ବସିକରି ଏଠାରେ ଆଲୋଚନା କରିବା।କେତେ ବଡ଼ ବଡ଼ କେସ କମ୍ପରମାଇଜ ହୋଇଯାଉଛି ଏହା ଏକ ଛୋଟ କେସ।ଏହାପରେ ସୁମିତଙ୍କ ବାପା କହିଥିଲେ

ଏହିପରି ରାସ୍ତାରେ ନିଜେ ହାଇରାଣ ହୁଅନ୍ତୁ ନାହିଁ।ପ୍ରମିଳା କହିଥିଲେ ମୁଁ ହଇରାଣ ହଉନି କି କାହାକୁ ହଇରାଣ କରୁନି।କୋର୍ଟରେ କେସ ରହିଥିବା ବେଳେ କାହିଁକି ତପସ୍ୱିନୀଙ୍କୁ ଧରି ବସି ରହିଛନ୍ତି ପ୍ରମିଳା।ଏପରିକି ଏକ ଦ୍ୱିତୀୟ ପକ୍ଷ ଭାବରେ କାହିଁକି ତପସ୍ୱିନୀ ଏବଂ ସୁମିତଙ୍କ ମାମଲାରେ ପ୍ରମିଳା ମୁଣ୍ଡ ପୁରାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁମିତ।

ସେ କହିଛନ୍ତି ଦୁଇ ଜଣଙ୍କ ପରିବାର ମାମଲା ଭିତରେ ତୃତୀୟ ଲୋକ କାହିଁକି ଆସୁଛନ୍ତି।ଯଦି କିଛି ବି ରାୟ ଅଛି ତେବେ ତାହା କୋର୍ଟରେ କାହିଁକି କହୁ ନାହାନ୍ତି।ଏପରିକି ଆମ ପରିବାର ବିଷୟରେ ପ୍ରମିଳା କଣ ଜାଣିଛନ୍ତି ବୋଲି ସିଧା ସିଧା କହିଛନ୍ତି ସୁମିତ।ସୁମିତଙ୍କ ଏହି ଭିଡିଓ ପରେ ଯାହା ଆକଳନ କରାଯାଉଛି ପ୍ରମିଳାଙ୍କ ଉପସ୍ଥିତିକୁ ଆଦୌ ଚାହୁଁନାହାନ୍ତି ସୁମିତ।

Leave a Reply

Your email address will not be published. Required fields are marked *