ଭୁଲ ରେ ମଧ୍ୟ ନିଜ ଖଟ ତଳେ ରଖନ୍ତୁ ନାହିଁ ଏହି ୩ ଜିନିଷ – ନଚେତ ଆପଣଙ୍କ ସର୍ବନାଶ ଆଡକୁ ଗତି କରିବେ

Spread the love

ବନ୍ଧୁମାନେ ଆପଣମାନେ କେବେ ବି ଏହି ୩ଟି ଜିନିଷ ନିଜ ବିଛଣା ତଳେ ରଖନ୍ତୁ ନାହିଁ ନହେଲେ ଆସିଯିବ ସର୍ବନାଶ।ତେବେ ବାସ୍ତୁ ଶାସ୍ତ୍ର ଏକ ଏପରି ବିଷୟ ଯାହା ଆମ ମଧ୍ୟରେ ସକରାତ୍ମକ ଭାବନା ଜାଗୃତ କରିଥାଏ।ଏହା ଆମ ଭିତରେ ଥିବା ନକରାତ୍ମକ ଭାବନାକୁ ମଧ୍ୟ ଦୂର କରିଥାଏ।ଗୃହରେ ସୁଖ,ଶାନ୍ତି ଓ ଧନସମ୍ପତ୍ତି ବଜାୟ ରଖିବା ପାଇଁ ଗୋଟେ ସକରାତ୍ମକ ପରିବେଶ ଦରକାର ହେଇଥାଏ।ଯଦି ଆପଣଙ୍କର ଘରେ ଜିନିଷଗୁଡ଼ିକ ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ନାହିଁ ତେବେ ନକରାତ୍ମକ ଶକ୍ତି ବଢ଼ି ଯାଇଥାଏ।ଏହା ଦ୍ଵାରା ପରିବାର ଧୀରେ ଧୀରେ ବିନାଶ ଦିଗକୁ ଅଗ୍ରସର ହେଇଥାଏ।ତେବେ ଆଜି ଆମେ ଆପଣମାନଙ୍କୁ ଖଟ ବା ବିଛଣା ସହିତ ଜଡିତ ବାସ୍ତୁ ଶାସ୍ତ୍ର ବିଷୟରେ ଜଣାଇବାକୁ ଯାଉଛୁ।ତେବେ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ଖଟ ବା ବିଛଣା ତଳେ କିଛି ଜିନିଷ ରଖିବା ଦ୍ଵାରା ବହୁତ ନକରାତ୍ମକ ଶକ୍ତି ବଢ଼ି ଯାଇଥାଏ।ଏହା ଦ୍ଵାରା ଆପଣଙ୍କ ଘରେ ସବୁକିଛି ଖରାପ ହେଇଥାଏ।ଏହା ଗୃହର ଉନ୍ନତି ଓ ଶାନ୍ତି ବୁଦ୍ଧି କରିବାରେ ବାଧା ଦେଇଥାଏ।ତେଣୁ ଭୁଲରେ ବି ଏହି ୩ଟି ଜିନିଷ ନିଜ ବିଛଣା ତଳେ ରଖନ୍ତୁ ନାହିଁ।

୧) ଚପଲ ବା ଜୋତା- ତେବେ ଭୁଲରେ ବି ବିଛଣା ତଳେ ଚପଲ ବା ଜୋତା ରଖନ୍ତୁ ନାହିଁ।ତେବେ କିଛି ଲୋକ ଜାଗାର ଅଭାବ ଯୋଗୁଁ ଏପରି କରିଥାନ୍ତି।ଆଉ କିଛି ଲୋକ ନିଜର ଅବହେଳା ଯୋଗୁଁ ଏପରି କରିଥାନ୍ତି।ଯଦି ଆପଣ ଏହିଭଳି କରୁଥାନ୍ତି,ତେବେ ଆପଣ ନିଜର ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ।ଜୋତା ବା ଚପଲରେ ବହୁତ ନକରାତ୍ମକ ଶକ୍ତି ଭରି ରହିଥାଏ।ରାତିରେ ଶୋଇବା ପରେ ଏହି ଶକ୍ତି ଆପଣଙ୍କ ଦେହକୁ ପ୍ରବେଶ କରିଥାଏ।ଏହା ଆଗକୁ ଯାଇ ଆପଣଙ୍କ ବିନାଶର କାରଣ ହେଇଥାଏ।

୨) ଗୋଡ଼ ପୋଛା- ଗୋଡ଼ ପୋଛା ଯାହା ଉପରେ କି ଆମେ ପାଦ ପୋଛିଥାଉ।ଏହି ଜିନିଷଟିକୁ ନିଜର ଖଟ ବା ବିଛଣା ତଳେ ରଖିବା ବହୁତ ଲୋକଙ୍କର ଅଭ୍ୟାସ ହେଇଥାଏ।ତେବେ ଏହାର କାରଣ ହେଉଛି ଯେତେବେଳେ ବି ଆପଣ ନିଜ ବିଛଣାକୁ ଯାଇଥାନ୍ତି ସେତେବେଳେ ନିଜ ଗୋଡ଼କୁ ଭଲ ଭାବରେ ପୋଛିବା ପାଇଁ ଏହାକୁ ସେ ଜାଗାରେ ରଖିଥାନ୍ତି।ଏହାକୁ ଖଟଠାରୁ କିଛି ଦୂରରେ ରଖିବାରେ କୌଣସି ଆପତ୍ତି ନାହିଁ।କିନ୍ତୁ ମନେ ରଖନ୍ତୁ ଏହା ଯେମିତି ବିଛଣା ତଳକୁ ନ ଯାଇଥାଏ।ଏଥିରେ ପାଦର ମଇଳା ସଫା କରି କରି ଏଥିରେ ଥିବା ନକରାତ୍ମକ ଶକ୍ତି ବି ଭର୍ତି ହେଇଥାଏ।ତେବେ ଏହାକୁ ଭୁଲରେ ବି ବିଛଣା ତଳେ ରଖନ୍ତୁ ନାହିଁ।

୩) ଫାଟ- ଆପଣ ଯେଉଁ ଖଟର ଉପରେ ଶୋଉଛନ୍ତି ତାହାର ତଳେ ଫାଟ ଥିଲେ ଏହା ଅତ୍ୟନ୍ତ ଖରାପ ହେଇଥାଏ।ତେବେ ଯେଉଁ ଖଟରେ ଶୋଇଛନ୍ତି ତାହା ଭାଙ୍ଗି ନଥିବା ଦରକାର।ଏହା ସହ ଯେଉଁ ଭୂମି ଉପରେ ଆପଣଙ୍କ ଖଟ ପଡ଼ିଛି ସେଥିରେ ଫାଟ ନଥିବା ଦରକାର।ତେବେ ଏହାଦ୍ବାରା ଘରେ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ।

Leave a Reply

Your email address will not be published. Required fields are marked *