ମାଳିକା ବିଚାର – ଏହି ସମୟରେ ଉଠିବ ପଡିବ କଟକ – ଚୌଦ୍ୱାର ରେ ଏହି ମହିଳା ଲୀଳା କରିବେ – ନିଶ୍ଚୟ ପଢନ୍ତୁ କଣ ହେବ..

Spread the love

ବନ୍ଧୁମାନେ ଆଜି ଆମେ ଏଠାରେ ମାଳିକା ବଚନ ବିଷୟରେ କହିବାକୁ ଯାଉଛୁ।ତେବେ ଆଜି ଆମେ ଏଠାରେ ପଞ୍ଚସଖାଙ୍କ ମାଳିକା ବିଷୟରେ ଜଣେଇବାକୁ ଯାଉଛୁ।ତେବେ ମାଳିକାର ମଧ୍ୟ ଅନେକ ପ୍ରକାରର ଅଛି।ତେବେ ଯେପରି ଏକ ମାଳରେ ଫୁଲ ଗୋଟେ ପରେ ଗୋଟେ ଗୁନ୍ଥା ହେଇ ରହିଥାଏ,ସେହି ପରି ଭାବରେ ମାଳିକାରେ ସବୁ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତର ଓ ସମାଜକୁ ସତର୍କ କରିବାର ସବୁ କଥା ମାଳମାଳ ଗୁନ୍ଥି ହେଇ ରହିଛି।ତେବେ ଆଜି ଆମେ ଏଠାରେ ଯାହା ଜଣାଇବାକୁ ଯାଉଛୁ,ତାହା ସବୁ ସେହି ମହାପୁରୁଷମାନେ ଲେଖି ଯାଇଛନ୍ତି।ତେବେ ଆସନ୍ତୁ ଜାଣିବା ମାଳିକାରେ କଟକର ଚୌଦ୍ଵାର ବିଷୟରେ କଣ ସବୁ ଲେଖା ହେଇଛି।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ।ତେବେ ଏଠାରେ ଆପଣାକୁ କହିରଖୁ ଏହା ଆମେ ସଂଗ୍ରହ କରୁଚୁ ଏଥିରେ ଆମର କୌଣସି ପ୍ରକାର ବ୍ୟକ୍ତିଗତ ମତ ନାହିଁ

ତେବେ ମାଳିକାରେ ପାଞ୍ଚଟା କଟକ ବିଷୟରେ କୁହା ଯାଇଛି।ତେବେ ସେଗୁଡିକ ହେଲା ନୀଳାଚଳ ଧାମ କଟକ,ଏବେ ଯାହାକୁ ଆମେ କଟକ କହୁ ଅଛେ ସେ କଟକ, ଯାଜପୁର କଟକ, ଅମଲାବତୀ କଟକ ଏବଂ ଶେଷରେ ଚୌଦ୍ୱାର କଟକ।ତେବେ ଏହି ଚୌଦ୍ୱାର କଟକ ବିଷୟରେ ମହାପୁରୁଷ ଅରକ୍ଷିତ ଦାସ ଲେଖିଛନ୍ତି।ଷଷ୍ଠ ଅଧ୍ୟାୟ ମହାପୁରୁଷ ଅରକ୍ଷିତ ଦାସଙ୍କ ପଦ୍ମକଳ୍ପିତ ମାଳିକା ସେଠାରେ ଲେଖା ଅଛି କି ମୋର ଦେହ ଛୁଇଁ ତୁହି ଶପଥ ଯେ କର,ନ କହିବୁ ଏକଥା ଯେ କାହା ଆଗେ ସତ୍ୱର।

ତେବେ ଆମେ ଏଠି କହୁଛେ କଣ ପାଇଁ।ତେବେ ମହାପୁରୁଷ ଏହି ବିଷୟରେ ମଧ୍ୟ କହିଥିଲେ କି ସାଧାରଣ ଲୋକଙ୍କୁ ଏହି ଠାର ବିଷୟରେ ଜଣା ପଡ଼ିବ ନାହିଁ।ତେଣୁ ଯେତେବେଳେ ଶେଷ ସମୟ ଆସିବ ବୋଲି ଲାଗିଯିବ ସେ ସମୟରେ ଏହି କଥାଗୁଡ଼ିକ ତମେ ବାଣ୍ଟି ପାରିବ ଯେପରିକି କି ସବୁ ଲୋକ ଜାଣିପାରିବେ ଓ ପ୍ରଭୁଙ୍କ ଚରଣକୁ ଆସିବାକୁ ଚେଷ୍ଟା କରିବେ।

ତେବେ ପୁଣିଥରେ ମହାପୁରୁଷ କହିଥିଲେ କି ଅଁଳା ବେଳାରୁ ଏକ ପଥର ଖସିବ,ତେଇଶି ବର୍ଷରେ କଳି ଦେଶ ଛାଡ଼ି ଯିବ।ତେବେମାନେ ଆମେ ସବୁ ଜାଣିଛେ କି ୧୯୯୦ ମସିହାରେ ଜଗନ୍ନାଥଙ୍କ ମନ୍ଦିରରୁ ଏକ ପଥର ଖସିଥିଲା।ତେବେ ଏହାର ୨୩ ବର୍ଷ ପରେ ମାନେ ୨୦୧୩ରେ ୧୩ ଦିନିଆ ପକ୍ଷ ପଡ଼ିଥିଲା।ତେବେ ୧୩ଦିନ ପକ୍ଷ ପଡ଼ିବ ଯେବେ କଳକୀଙ୍କୁ ଚିନ୍ତା ଲାଗିବ ତେବେ।ତେବେ ତାହା ପରେ ସେ ଗୁପ୍ତ କଥାଗୁଡ଼ିକ ଧୀରେ ଧୀରେ ଜଣା ପଡ଼ିଯିବ।

କଟକ ଚୌଦ୍ୱାର କଥା କହିବି ଯେ ଶୁଣ,କି ଖେଳ ଲାଗିବ ପୁଣି କରିବି ବଖାଣ।କଟକ ଚୌଦ୍ୱାରେ ହେବ ରଣଗୋଳ ଜାଣ,ବିରାଟ ଗାଦି ଥିଲା ଏଠି ଯେ ପ୍ରମାଣ।ତେବେ କୁହାଯାଇଛି କି କଟକ ଚୌଦ୍ୱାରରେ ମାଟି ତଳେ ବହୁତ ଜାଗାରେ ବହୁତ ଅସ୍ତ୍ରଶସ୍ତ୍ର ରହିଛି।ତେବେ ଏକ କ୍ଷେପଣାସ୍ତ୍ର ଆସି ଚୌଦ୍ବାରରେ ଆସି ପଡ଼ିବ ଓ ଏହା ଏକ ରଣସ୍ଥଳୀ ହେଇଯିବ।ଏହି ଠାରେ ଭକତ ଯେ ହେଇବ ପରୀକ୍ଷା,କମଳା ଏହିଠାରେ ଦେବେ ପୁଣି ଦେଖା।ମହାଲକ୍ଷ୍ମୀ ଏହି ଜାଗାରେ ଦେଖା ଦେବେ।ତେବେ କେହି ମହିୟସୀ ମହିଳା ସେ ଜାଗାରେ ଲକ୍ଷ୍ମୀଙ୍କ ରୂପ ନେଇ ସବୁ ଯୁଦ୍ଧକୁ ଶେଷ କରିବେ।

Leave a Reply

Your email address will not be published. Required fields are marked *