ଶ୍ରାବଣ ରେ ଶ୍ରାବଣ ଗୀତ ରେ ଚର୍ଚା କୁ ଆସିଥିବା ଓଡ଼ିଆ ହିରୋଇନ Ranu ପାଢ଼ୀ ଏବେ କୁଆଡେ ଗଲେ,ଅନେକ ସୁପରହିଟ ଗୀତ ଅଭିନୟ ପରେ କାହିଁକି ଆଉ ଗୀତ କରିଲେ ନାହିଁ…ଦେଖନ୍ତୁ Video

Spread the love

ଆମେ ଜାଣିଛୁ କଳାକାର ଏବଂ କଳା ସଂସ୍କୃତିକୁ ନେଇ ଆମ ଦେଶ ପର୍ଯ୍ୟବେସିତ। କଳାକାର ମାନଙ୍କୁ ଆମ ଦେଶରେ ଅନେକ ସମ୍ମାନ ମିଳିଥାଏ। ସେ ହିରୋ ହୁଅନ୍ତୁ ବା ହିରୋଇନ, ସମସ୍ତଙ୍କୁ ତାଙ୍କ ଅଭିନୟ ଅନୁସାରେ ବେଶ ସମ୍ମାନ ମିଳେ ଏବଂ ଏହି ସେଲିବ୍ରିଟି ମାନଙ୍କର ଖାତିର ବହୁତ ରହିଛି। କାରଣ ସେମାନଙ୍କୁ ଲୋକ ପସନ୍ଦ କରନ୍ତି ଏବଂ ପାଗଳ ଭଳି ତାଙ୍କ ଫ୍ୟାନ ବନି ଯାଆନ୍ତି। ନିଜ ଅଭିନୟ ଏବଂ କଥାର ମାଧୁର୍ୟ୍ଯ ଦ୍ୱାରା ସାରା ଓଡ଼ିଶାବାସୀଙ୍କୁ ବାନ୍ଧି ରଖିଥିବା ସେହି ହିରୋଇନମାନଙ୍କ ମଧ୍ୟରୁ ଅଭିନେତ୍ରୀ ରାନୁ ପାଢ଼ୀ ଅନ୍ୟତମ।

ତେବେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି।ଚଳଚ୍ଚିତ୍ର ଜଗତରେ ଓଡିଶା ଲୋକଙ୍କ ମନ କିଣିବା ସହିତ ସାରା ଓଡିଶାବାସୀଙ୍କୁ ନିଜ ଅଭିନୟ ଏବଂ ରୂପରେ ମତୁଆଲା କରିଥିବା ରାନୁ ପାଢ଼ୀ ଜଣେ ଅଗଧାଡ଼ିର ଚର୍ଚ୍ଚିତ ଅଭିନେତ୍ରୀ। ସେ ସିଦ୍ଧାନ୍ତ ମହାପାତ୍ର, ଶ୍ରିତମ ପଣ୍ଡା ଭଳି ବଡ଼ ବଡ଼ ଅଭିନେତାଙ୍କ ସହ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି।

ତାଙ୍କ ଅଭିନୀତ ଅନେକ ଫିଲ୍ମ ହିଟ ହୋଇଛି ଏବଂ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କ ଅଭିନୀତ ସମସ୍ତ ସଙ୍ଗୀତ ମଧ୍ୟ ହିଟ ମଧ୍ୟ ହୋଇଛି।ସେ ଅନେକ ଆଲବମ ମଧ୍ୟ କରିଛନ୍ତି। ତାଙ୍କ ଚର୍ଚ୍ଚିତ ହିଟ ଆଲବମ ଗୁଡିକ ହେଉଛି “ବେଣୀ ନୁହେଁ ତତେ ଲୋ ଖୋଷା ମାନିବ” ଯେଉଁଟା କି ସେ ସବ୍ୟସାଚୀଙ୍କ ସହ କରିଥିଲେ,

“ଦିୱାନ ମୁଁ ତୋର ପ୍ରେମ ଦିୱାନା” ଅଭିନେତା ଶ୍ରିତମଙ୍କ ସହ କରିଥିଲେ  “ଭଜନ ଏକା ତ ଭକତ ଜୀବନ” ଏବଂ “ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ”। ଏହିପରି ତାଙ୍କ ଅଭିନୀତ ଅନେକ ଆଲବମ ବର୍ତ୍ତମାନ ବହୁତ ପ୍ରସିଦ୍ଧ। “ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ” ଗୀତଟି ଲୋକମାନଙ୍କୁ ଅଧିକ ପସନ୍ଦ ଆସିଛି।

ଜୀବନ ସାରା ସର୍ବଦା ନିଜ ଅଭିନୟକୁ ଗୁରୁତ୍ୱ ଦେଇ ଆସିଛନ୍ତି ଏବଂ ଏହା ସହିତ ଭଲ ସ୍ୱରରେ ଗୀତ ମଧ୍ୟ ଗାଇ ପାରନ୍ତି। ସେ ତାଙ୍କ ଆଲବମ ଏବଂ ନିଆରା ଅଭିନୟ ପାଇଁ ସାରା ଓଡ଼ିଶାରେ ପ୍ରସିଦ୍ଧ।

Leave a Reply

Your email address will not be published. Required fields are marked *