Road ଉପରେ କାହିଁକି ହଠାତ କାହା ଉପରେ ରାଗିଲେ ସିଦ୍ଧାନ୍ତ ମହାପାତ୍ର,ଲୋକ ସମସ୍ତେ କଲେ ପ୍ରଶଂସା…

Spread the love

ସବୁବେଳେ ସ୍କ୍ରିନରେ ଦେଖୁଥିବା ଆକ୍ଟର ସିଦ୍ଧାନ୍ତ ମହାପାତ୍ର ରାସ୍ତା ଉପରେ କାହିଁକି ରାଗି ଯାଇଛନ୍ତି। ଆକ୍ଟର ସିଦ୍ଧାନ୍ତ ମହାପାତ୍ର ସବୁବେଳେ ସାଇକେଲ ଚଳାଇବା ପାଇଁ ଭଲ ପାଆନ୍ତି।ଆଜି ବୋଧ ହୁଏ ଭୋରୁ ଭୋରୁ ସେ ସାଇକେଲ ଚଳାଉ ଥିଲେ।କିନ୍ତୁ କାହିଁକି ରାଗି ଗଲେ ଜଣଙ୍କ ଉପରେ ଏହା ପଛରେ କାରଣ କଣ।

ସବୁବେଳେ ତାଙ୍କୁ ସ୍କ୍ରିନରେ ସ୍ମାଇଲ ଫେସରେ ଦେଖୁଥିବା ଦର୍ଶକ ଏବେ ରାସ୍ତା ଉପରେ ସିଦ୍ଧାନ୍ତଙ୍କୁ କାହିଁକି ଦେଖିଲେ ରାଗିବାର।କାହିଁକି ସିଦ୍ଧାନ୍ତଙ୍କ ରାଗ ଚରମ ସୀମାରେ ପହଞ୍ଚି ଗଲା। ସିଦ୍ଧାନ୍ତ ମହାପାତ୍ର ରାଗି ଯାଇଛନ୍ତି ଆଉ କହୁଛନ୍ତି ଅଟକାଇବେ ଅଟକାଇବେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ

ଖୁବ ଭାଇରାଲ ହେବାରେ ଲାଗିଛି। ଆକ୍ଟର ସିଦ୍ଧାନ୍ତ ମହାପାତ୍ର କିଭଳି ଜଣେ ବାଇକ ଆରୋହୀଙ୍କ ଉପରେ ରାଗି ଯାଇଛନ୍ତି।ଆଉ ଯେତେବେଳେ ସିଦ୍ଧାନ୍ତ ମହାପାତ୍ର ନିଜେ ସାଇକେଲ ଚଳାଉଛନ୍ତି। ଶୁଣିବାକୁ ମିଳୁଛି ଯେତେବେଳେ ସିଦ୍ଧାନ୍ତ ମହାପାତ୍ର ସାଇକେଲ ଚଳାଉ ଥିଲେ ରାସ୍ତାର ବାମ ପାର୍ଶ୍ଵରେ ଜଣେ

ବାଇକ ଆରୋହୀ ଛିଡ଼ା ହୋଇଥିଲେ। ଆଉ ଏହି ଭିଡିଓ ହେଉଛି ଏକ ଟ୍ରାଫିକ ପୋଷ୍ଟର।ଆପଣ ଜାଣି ଥିବେ ଟ୍ରାଫିକ ପୋଷ୍ଟର ବାମ ପଟକୁ ଆମ୍ବୁଲାନ୍ସ ପାଇଁ ଛଡ଼ା ଯାଇଥାଏ। କୌଣସି ଜରୁରୀ କାଳୀନ ସେବା ପାଇଁ ରାସ୍ତାର ବାମ ପାର୍ଶ୍ଵକୁ ଫାଙ୍କା ଛଡ଼ାଯାଏ। କିନ୍ତୁ ସ୍ଥିତି ଏମିତି ହୋଇଛି ରାସ୍ତାର ବାମ ପାଖ ଫିଲ ଅପ

ହୋଇ ଯାଉଛି। ଆଉ ଏହା ପରେ ଏହି ବାଇକ ଆରୋହୀ ଜଣଙ୍କ ଡ୍ରେନ ଉପରେ ଥିବା ସ୍ଲାବ ଉପରେ ଛିଡ଼ା ହୋଇଛନ୍ତି। ଯେଉଁ ସମୟରେ ସିଦ୍ଧାନ୍ତ ମହାପାତ୍ର ସେଇ ରାସ୍ତା ଦେଇ ଯାଉଥିଲେ କିନ୍ତୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଆଦୌ ବୁଝି ନଥିଲେ ବାଇକ ଆରୋହୀ ଜଣକ।ଆଉ ତା ପରେ

ସିଦ୍ଧାନ୍ତଙ୍କ ରାଗ କୁଆଡେ ଚରମ ସୀମାରେ ପହଞ୍ଚି ଯାଇଥିଲା। ଡାହାଣ ପଟକୁ ଯାଇ ବାମ ପଟେ ରାସ୍ତା ଛାଡ଼ିବା ପାଇଁ କହିଥିଲେ ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତଙ୍କ ରାଗିବାର ଉଦ୍ଦେଶ୍ୟ ଥିଲା ରାସ୍ତା ଫାଙ୍କା କରିବା।ବାମ ପାର୍ଶ୍ଵ ଫାଙ୍କା ହେଲେ ତାହା ଜରୁରୀ କାଳୀନ ସେବା ପାଇଁ ସୁବିଧା ହୋଇ ପାରିବ।

ସମସ୍ତ ଜରୁରୀ କାଳୀନ ସେବା ପାଇଁ ଆଉ ରାସ୍ତାର ବାମ ପାର୍ଶ୍ୱକୁ ଫାଙ୍କା ଛାଡ଼ିବା ପାଇଁ ବାଇକ ଆରୋହୀଙ୍କ ଉପରେ ପାଟି କରିଥିଲେ ସିଦ୍ଧାନ୍ତ ମହାପାତ୍ର। ଯାହା ଖୁବ ଚର୍ଚ୍ଚାରେ ଅଛି।

Leave a Reply

Your email address will not be published. Required fields are marked *