ରସୁଣ ଖାଉଛନ୍ତି କି ? ଯଦି ହଁ ତେବେ ଏବେ ଜାଣିରଖନ୍ତୁ ଏହି ବଡ କଥା ଗୁଡିକ ନହେଲେ ଆପଣ ହଇରାଣ ହେବେ..

Spread the love

ଅନେକ ବ୍ୟକ୍ତି ନିଜର ରୋସେଇ ସମୟରେ ରସୁଣ ବହୁଳ ବ୍ୟବହାର କରିଥାନ୍ତି।ଆମେ ମଧ୍ୟ ଖାଦ୍ୟର ସ୍ଵାଦ ବଢାଇବା ପାଇଁ ଖାଦ୍ୟରେ ରସୁଣ ବହୁଳ ବ୍ୟବହାର କରିଥାଉ।ଆମିଷ ରାନ୍ଧିବା ସମୟରେ ବା ଅନ୍ୟ କୌଣସି ଖାଦ୍ୟ ରାନ୍ଧିବା ସମୟରେ ଆମେ ରସୁଣକୁ ଅଧିକ ବ୍ୟବହାର କରିଥାଉ।ତେବେ ଆମେ କେବେ ଚିନ୍ତା କରିଛେ କି ରସୁଣ ଅଧିକ ବ୍ୟବହାର ଆମ ଶରୀର ପାଇଁ କ୍ଷତିକାରକ ହେବ ନାହିଁ ତ।ତେବେ ଆମେ ସର୍ବଦା ଭବିଥାଉ ରସୁଣ ଆମ ଶରୀର ପାଇଁ ଅନେକ ମାତ୍ରାରେ ଉପକାରୀ ହୋଇଥାଏ ଓ ଏହା ମଧ୍ୟ ସତ୍ୟ।

ଆମେ ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ପାଖୁଡ଼ା ରସୁଣ ଖାଇଥାଉ ତେବେ ଏହା ଆମ ପେଟ ସହ ଜଡ଼ିତ ସମସ୍ତ ସମସ୍ୟାର ଅନ୍ତ ଘଟାଇଥାଏ।ଏହା ଆମ ପେଟର ସମସ୍ତ ରୋଗ ଯେପରିକି ଗ୍ୟାସ, କୋଷ୍ଠକାଠିନ୍ୟ ଭଳି ସମସ୍ୟାର ଅନ୍ତ ଘଟାଇ ଥାଏ।ତେବେ ଏପରି କିଛି ସମୟ ରହିଛି ଆପଣ ଯଦି ସେହି ପରିସ୍ଥିତିରେ ରସୁଣର ସେବନ କରନ୍ତି ତେବେ ଆପଣଙ୍କର ଜୀବନ ମଧ୍ୟ ଚାଲିଯାଇ ପାରେ।ତେଣୁ ଆପଣ ଏହି ସମସ୍ତ ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ଯେଉଁ ବ୍ୟକ୍ତିମାନଙ୍କର ରକ୍ତରେ ହିଲୋଗ୍ଲୋବିନର ମାତ୍ରା କମ ଥାଏ ସେହି ବ୍ୟକ୍ତି ମାନେ ରସୁଣର ସେବନ କରନ୍ତୁ ନାହିଁ।କାରଣ ସେହି ବ୍ୟକ୍ତିମନେ ରସୁଣର ସେବନ କରିବା ଫଳରେ ସେହି ବ୍ୟକ୍ତି ମାନଙ୍କର ଶରୀରରେ ଅନେକ ଭୟଙ୍କର ରୋଗ ସୃଷ୍ଟି ହୋଇପାରେ ଯାହା ଫଳରେ ସେମାନଙ୍କର ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଛି।ଏହା ସହିତ ଯେଉଁ ବ୍ୟକ୍ତିମାନେ ରକ୍ତଚାପ ଜନିତ ସମସ୍ୟାର ଶିକାର ହୋଇଛନ୍ତି ସେମାନେ ରସୁଣର ସେବନ କରନ୍ତୁ ନାହିଁ।କାରଣ ରସୁଣ ରକ୍ତଚାପ କମାଇ ଦେଇଥାଏ।ଫଳରେ ଆପଣ ନିମ୍ନ ରକ୍ତ ଚାପର ଶିକାର ହୋଇଥାନ୍ତି।

ଯାହା ଫଳରେ ନିମ୍ନ ରକ୍ତ ଚାପ ଦ୍ଵାରା ଆପଣଙ୍କ ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥାଏ ତେଣୁ ଆପଣ ରସୁଣର ସେବନ କରନ୍ତୁ ନାହିଁ।ଏହା ସହିତ ଯେଉଁ ମହିଳାମାନେ ଗର୍ଭ ନିରୋଧକ ବଟିକା ଖାଉଛନ୍ତି ସେମାନେ ମଧ୍ୟ ରସୁଣର ସେବନ କରିବା ଉଚିତ ନୁହେଁ।କାରଣ ରସୁଣ ଶରୀରକୁ ଗରମ କରିଥାଏ।ଫଳରେ ଏହି ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।ଏହା ସହିତ କୌଣସି ଗର୍ଭବତୀ ମହିଳା ରସୁଣର ଅଧିକ ସେବନ କରିବା ଉଚିତ ନୁହେଁ।

ରସୁଣ ଏକ ଗରମ ପଦାର୍ଥ ହୋଇଥିବାରୁ ଏହା ଗର୍ଭପାତ ସମୟରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।ତେଣୁ ଗର୍ଭବତୀ ମହିଳା ମାନଙ୍କୁ ରସୁଣ ସେବନ ନ କରିବା ପାଇଁ ପରାମର୍ଶ ଦେବା ଆବଶ୍ୟକ।ଏହା ସହିତ ଯେଉଁ ବ୍ୟକ୍ତିମାନଙ୍କର ପେଟ ସହ ଜଡ଼ିତ ସମସ୍ୟା ରହିଛି ସେମାନେ ଅଧିକ ରସୁଣ ସେବନ କରିବା ସେମାନଙ୍କର ଶରୀରର ପାଇଁ ବହୁତ ଖରାପ ହୋଇପାରେ।ସେମାନଙ୍କୁ ନିଜର ରସୁଣ ଖାଇବାକୁ ନିୟନ୍ତ୍ରିତ କରିବାକୁ ପଡ଼ିବ ନଚେତ ସେମାନଙ୍କୁ ଅନେକ ଭୟଙ୍କର ରୋଗର ସାମ୍ନା କରିବାକୁ ପଡିପାରେ।ତେଣୁ ପେଟ ରୋଗ ସହ ଜଡ଼ିତ ବ୍ୟକ୍ତି ନିଜକୁ ରସୁଣ ଖାଇବାରୁ ନିବୃତ ରଖନ୍ତୁ।

Leave a Reply

Your email address will not be published. Required fields are marked *