ପୁରୀର ରହସ୍ୟମୟ Ratna Bhandara ଭିତରେ କଣ ଅଛି ଏହା ଭିତରେ?ଏହା ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହାଇଯିବେ

Spread the love

ସାଙ୍ଗମାନେ ଆମ ଓଡିଆ ମାନଙ୍କ ମହାପ୍ରଭୁ ହେଉଛନ୍ତି ଶ୍ରୀ ଜଗନ୍ନାଥ।ଶ୍ରୀ ଜଗନ୍ନାଥଙ୍କ ମହିମା ଅକଳ୍ପନିଅ।ସେ ହେଉଛନ୍ତି ବିଶ୍ୱର ପ୍ରଭୁ।ଶ୍ରୀକ୍ଷେତ୍ରରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଥିବା ଅବିଶ୍ୱସନୀୟ ରହସ୍ୟ କଥା ତ ଆପଣ ନିଶ୍ଚୟ ଜାଣିଥିବେ।ଯଦି ଜାଣି ନାହାନ୍ତି ତାହେଲେ ଆଜି ଆପଣ ଜାଣି ପାରିବେ ଓ ଆଗରୁ ଥରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଅଦ୍ଭୁତ ରହସ୍ୟ ବିଷୟରେ କହିଥିଲି।ମହାପ୍ରଭୁଙ୍କ ଆଉ ଏକ ବଡ଼ ରହସ୍ୟ ରହିଛି।ଯାହାର ନାମ ହେଉଛି ରତ୍ନ ଭଣ୍ଡାର।

ରାଜା ମହାରାଜଙ୍କ ସମୟରେ ଯେତେବେଳେ ଯୁଦ୍ଧ ହେଉଥିଲା ଯେଉଁ ରାଜା ବିଜୟ ଲାଭ କରେ ସେ ପରାସ୍ତ ହୋଇଥିବା ରାଜାର ସମସ୍ତ ଧନ ସମ୍ପତ୍ତି ରାଜ୍ୟ ସବୁ ନେଇଯାଏ।ରାଜାଙ୍କ ହୀରା ନୀଳା,ସ୍ଵର୍ଣ୍ଣ ମୁକୁଟ,ସ୍ଵର୍ଣ୍ଣ ସିଂହାସନ ଏମିତି ରାଜ୍ୟରେ ଥିବା ସମସ୍ତ ଜିନିଷ ନେଇଯାଏ।ସେହି ପରି ପୁରୀର ରାଜା ଅନଙ୍ଗଭିମ ବହୁ ରାଜାଙ୍କୁ ପରାସ୍ତ କରି ତାଙ୍କ ଧନ ସମ୍ପତ୍ତି ସବୁ ଲୁଟି ଆଣିଥିଲେ।

ସେହି ରାଜା ମାନଙ୍କ ପାଖରୁ ଆଣିଥିବା ବହୁତ ଦୁର୍ଲଭ ଜିନିଷ ଆଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରିଥିଲେ।ସେହି ସବୁ ଦୁର୍ଲଭ ରତ୍ନ ଗୁଡ଼ିକୁ ରଖାଗଲା ରତ୍ନ ଭଣ୍ଡାରରେ।ତଥ୍ୟ ଅନୁସାରେ ପୁରୀରେ ଥିବା ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ୭ଟି ଗୃହ ଅଛି।ସେଥି ମଧ୍ୟରୁ କେବଳ ୩ଟି ଗୃହ ଆଜି ପର୍ଯ୍ୟନ୍ତ ଖୋଲା ଯାଇଛି।ଅନ୍ୟ ବାକି ୪ଟି ଗୃହକୁ ଆଜି ପର୍ଯ୍ୟନ୍ତ କେହି ଖୋଲି ପାରିନାହାନ୍ତି ବା ଖୋଲିବାର ସାହାସ କରି ନାହାଁନ୍ତି।

କିଛି ଲୋକ କୁହନ୍ତି ସେହି ୪ଟି ଗୃହକୁ ଅନନ୍ତ ନାଗ ସାପ ଜଗି ରହିଛନ୍ତି।ଆଉ କିଛି ଲୋକ କୁହନ୍ତି କି ସେହି ବନ୍ଦ ଥିବା ରତ୍ନ ଭଣ୍ଡାର ଗୃହର କାନ୍ଥରେ କଣ ଦେଇ ଶୁଣିଲେ ସାପ ମାନଙ୍କ ଗର୍ଜନ ଶୁଣାଯାଏ।ପ୍ରତିଦିନ ରତ୍ନ ଭଣ୍ଡାରରେ ଦିଆ ଯାଇଥିବା ମହାପ୍ରସାଦ ସକାଳକୁ ଖାଲି ହୋଇଯାଇଥାଏ।

ନିକଟରେ ହାଇ କୋର୍ଟ ରତ୍ନ ଭଣ୍ଡାରକୁ ଖୋଲିବାର ଆଦେଶ ଦେଇଛନ୍ତି।ପୂର୍ବରୁ ୧୯୬୪ ଓ ୧୯୮୪ ମସିହାରେ ରତ୍ନ ଭଣ୍ଡାରର ତିନୋଟି ଗୃହ ଖୋଲା ଯାଇଥିଲା।କୁହାଯାଏ ଯେତେବେଳେ ମନ୍ଦିର ଯଦି କିଛି ଅଭାବ ଆସେ ସେହି ସମୟରେ ରତ୍ନ ଭଣ୍ଡାରରୁ କିଛି ରତ୍ନ ବାହାର କରି ଶ୍ରୀମନ୍ଦିରର ଚଳନି କରାଯାଏ।

ମନ୍ଦିରର ବରିଷ୍ଠ ସେବାୟତ ନରସିଂହ ପୂଜା ପଣ୍ଡା କହିଛନ୍ତି କି ରତ୍ନ ଭଣ୍ଡାରରେ ଅନେକ ରହସ୍ୟ ରହିଛି।ରତ୍ନ ଭଣ୍ଡାର ଖୋଲିବା ମହାପାପ।ରତ୍ନ ଭଣ୍ଡାରକୁ ଖୋଲିଲେ ମହା ବିପଦ ଆସିବ।କାରଣ ରତ୍ନ ଭଣ୍ଡାର କେବଳ ମହାପ୍ରଭୁଙ୍କର।ତାକୁ ଆଉ କେହି ବ୍ଯବହାର କରିପାରିବେ ନାହିଁ।ବହୁତ ଲୋକଙ୍କ ଠାରୁ ଏହାର ବହୁତ ରହସ୍ୟମୟ କଥା ଶୁଣିବାକୁ ମିଳୁଛି।ତାହେଲେ ଆପଣ ମୋତେ ଜଣାନ୍ତୁ ରତ୍ନ ଭଣ୍ଡାରକୁ ଖୋଳିବା ଠିକ କି ଭୁଲ।

Leave a Reply

Your email address will not be published. Required fields are marked *