ନିଜ ମାଆଙ୍କୁ 50th ଜନ୍ମ ଦିନରେ ପୁଅ ଦେଲେ Helicopter ଗିଫ୍ଟ,ମାଙ୍କ ପାଇଁ କରିଥିଲେ ଏତେ କଠିନ କାମ ଯାହା ଆପଣ କେବେ ଭାବି ନଥିବେ

ପ୍ରତେକ ବାପା ମାଆଙ୍କର ସ୍ଵପ୍ନ ଥାଏ ସେମାନଙ୍କ ପୁଅ ବଡ଼ ହୋଇ ତାଙ୍କ ନାମ ରଖିବ।ଯାହା ସେମାନେ କରିପାରିନାହାନ୍ତି ତାଙ୍କ ସ୍ଵପ୍ନ ପୁରା କରିବ ପୁଅ।କିନ୍ତୁ ଆଜି କାଲି ସେ ସ୍ଵପ୍ନ ତ ଦୂରର କଥା ବାପା ମାଆଙ୍କୁ ବଡ଼ ହେଲା ପରେ ବୃଦ୍ଧଶ୍ରମରେ ବି ଛାଡ଼ିବାକୁ ପଛାଉ ନାହାନ୍ତି।ହେଲେ ସବୁ ପୁଅ ସମାନ ନୁହନ୍ତି।ଆଜିର ବି ଏ ଯୁଗରେ ଆଉ ଜଣେ ଶ୍ରବଣ କୁମାରଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି।ତେବେ କିଏ ସେ ଶ୍ରବଣ କୁମାର?କଣ ତାଙ୍କ ପରିଚୟ? ଆଜି ଆମେ ଜାଣିବା।

ମହାରାଷ୍ଟ୍ର ଥାନେ ଜିଲ୍ଲାର ଉଲାସ ନଗରର ପ୍ରଦୀପ ହେଉଛନ୍ତି ଏହି ଶ୍ରବଣ କୁମାର ଯାହାଙ୍କୁ ନେଇ ଏତେ ଚର୍ଚ୍ଚା।ଜଣେ ପୁଅ ତାଙ୍କ ମାଆର ଦୀର୍ଘ ଦିନର ସ୍ୱପ୍ନକୁ ପୁରା କରିପାରିଛି।ପ୍ରଦୀପ ନିଜ ମାଆଙ୍କ ୫୦ତମ ଜନ୍ମ ଦିନରେ ଉପହାର ସ୍ୱରୂପ ମାଆଙ୍କୁ ହେଲିକପ୍ଟରରେ ଉଡେଇଛନ୍ତି।ଆଉ ଏହି ଉପହାରକୁ ଦେଖି ତାଙ୍କ ମାଆଙ୍କ ଆଖି ଛଳ ଛଳ ହୋଇଯାଇଛି।କିନ୍ତୁ ଏ କାହାଣୀ ଥିଲା କିଛି ଏମିତି।

ପ୍ରଦୀପଙ୍କ ମାଆ ରେଖା ମହାରାଷ୍ଟ୍ରର ସୋଲାପୂର ଜିଲ୍ଲାର ବାର୍ଶିରେ ରହୁଥିଲେ।କିନ୍ତୁ ବାହାଘର ପରେ ରେଖା ସ୍ଵାମୀଙ୍କ ସହ ଉଲାଶ ନଗରରେ ରହି ଆସୁଥିଲେ।ତେବେ ବାହାଘରର କିଛି ବର୍ଷ ପରେ ହିଁ ସ୍ବାମୀଙ୍କର ଅଚାନକ ମୃତ୍ୟୁ ହୋଇଗଲା।ସେ ସମୟରେ ରେଖାଙ୍କ ବଡ଼ ପୁଅ ଅର୍ଥାତ ପ୍ରଦୀପ ମାତ୍ର ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ।

ଯେହେତୁ ରେଖାଙ୍କ ସ୍ବାମୀ ହିଁ ଥିଲେ ରୋଜଗାରର ମାଧ୍ୟମ।ତେଣୁ ରେଖାଙ୍କ ପାଇଁ ସେ ସମୟ ଥିଲା ଖୁବ ସଂଘର୍ଷପୂର୍ଣ୍ଣ।ଗୋଟେ ପଟେ ପେଟ ପାଟଣା କଥା,ଅନ୍ୟ ପଟେ ପିଲାଙ୍କ ଭବିଷ୍ୟତ।ଶେଷରେ ରେଖା ଘର ଘର ବୁଲି କାମ ଆରମ୍ଭ କରିଥିଲେ।ଧୀରେ ଧୀରେ ବଡ଼ ପୁଅ ପ୍ରଦୀପକୁ ରେଖା ଆଶ୍ରମ ସ୍କୁଲରେ ପାଠ ପଢେଇଲେ।

ସେଠାରେ ପ୍ରଦୀପ ମନ ଲଗାଇ ପାଠ ପଢିଲେ।ଖୁବ ପରିଶ୍ରମ କରି ନିଜର ପାଠ ପୁରା କରିଲେ ପ୍ରଦୀପ ଏବଂ ଚାକିରୀ ମଧ୍ୟ କରିଲେ।ଥରେ କିଛି ଦିନ ପରେ ଛାତ ଉପରେ ହେଲିକପ୍ଟର ଉଡୁଥିବା ଦେଖି ମାଆ ରେଖା କହିଲେ ଆମେ କଣ କେବେ ହେଲିକେପ୍ଟରରେ ଉଡ଼ି ପାରିବାନି?ବାସ ମାଆଙ୍କ ଏଇ କେଇ ପଦ କଥା ପ୍ରଦୀପଙ୍କ ମନକୁ ଖୁବ ମାତ୍ରାରେ ଆନ୍ଦୋଳିତ କରିଥିଲା।

ଆଉ ତା ପରଠାରୁ ମାଆଙ୍କ ଏ ସ୍ଵପ୍ନ ପୁରା କରିବା ପାଇଁ ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ ପ୍ରଦୀପ।ଆହୁରି କଠିନ ପରିଶ୍ରମ କରି ଭଲ ଚାକିରୀ କରିବାକୁ ଲାଗିଲେ ପ୍ରଦୀପ।ବର୍ଷ ପରେ ବର୍ଷ ବିତି ଯାଉଥାଏ କିନ୍ତୁ ପ୍ରଦୀପଙ୍କ ମନରେ ଥାଏ ମାଆଙ୍କର ଏହି ସ୍ଵପ୍ନ ପୁରା କରିବା।ସମୟ ଗଡ଼ିବା ସହ ପ୍ରଦୀପ ବାହା ହୋଇ ଘର ସଂସାର କରିଲେ।

ଏହି ସବୁ ଭିତରେ ମାଆଙ୍କର ଥାଏ ୫୦ତମ ଜନ୍ମଦିନ।ଜନ୍ମଦିନରେ ତାଙ୍କୁ ପ୍ରଦୀପ ସିଧା ସଳଖ ଯୁହୋର ଏୟାର ବେସକୁ ନେଲେ ଆଉ କହିଲେ ଆମେ ସିଦ୍ଧି ବିନାୟକ ଯିବା।ଏହା ଶୁଣି ମା ନିଜ ଆଖିର ଲୁହକୁ ରୋକି ପାରି ନଥିଲେ।

Leave a Reply

Your email address will not be published. Required fields are marked *