ସାମ୍ନାକୁ ଆସିଲା ଅସଲ ସୁକୁଟି ସାହୁ,ଫେସବୁକରେ Adyasha ସାମନ୍ତରାୟ Prachi ନାମରେ ଓଡ଼ିଆ ଟୋକା ଙ୍କୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା,ଏଭଳି ଜାଲରେ ପକୋଉଥିଲେ ସେ

ନା ସେ ଆଞ୍ଜେଲ ପ୍ରିୟା ନା ସେ ଆଦ୍ୟାଶା ନା ସେ ମୋନାଲିସା।ସେ ହେଉଛି ମିସ ୪୨୦।ତାର ନାମ ଥିଲା ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା।ଫେସବୁକରେ ଫେକ ଆଇଡି କରି ଲୋକଙ୍କୁ ଚୁନା ଲଗାଇବାରେ ମାହିର।କେତେବେଳେ ଡାକ୍ତର ଯେତେବେଳେ ମ୍ୟୁଜିସିଆନ,କେତେବେଳେ ବ୍ୟୁଟିଶିଆନ ତ କେତେବେଳେ ଟିଚର।ସବୁ ପ୍ରୋଫାଇଲ ପାଇଁ ଅଲଗା ଅଲଗା ଡିପି।ଡିସ୍ପ୍ଲେ ପିକ୍ଚରରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗେଇ ଯୁବ ବର୍ଗଙ୍କୁ କରୁଥିଲା ଆକର୍ଷିତ।

ପ୍ରେମ ଜାଲରେ ପକେଇ କରୁଥିଲା ଲୁଟ। ଟାର୍ଗେଟ ଗ୍ରୁପ ରେ ଥିଲେ ଆଇଟି ପ୍ରଫେସର,ଡାକ୍ତର, ବ୍ୟବସାୟୀ ଓ ଛାତ୍ର।ଶେଷରେ ପରଦା ଫାସ ହୋଇଛି ଏହି ବହୁରୂପୀ ଯୁବତୀର।ସହିଦ ନଗର ପୋଲିସ ହାତରେ ଧରା ପଡ଼ିବା ପରେ ସାମ୍ନାକୁ ଆସିଛି ତାର ଅସଲ ଚେହେରା।ଯେତେବେଳେ ପଇସା ନେବା ପାଇଁ ସେ ଯୁବକ ପାଖକୁ ଯାଉଥିଲେ ସେ କହୁଥିଲେ ସେ ତାଙ୍କ ଭଉଣୀକୁ ପଇସା ପଠାଉଛି।

ସେ ଯୁବତୀ ନିଜେ ଯାଇ ପଇସା ଆଣୁଥିଲେ।କାରଣ ଫେସବୁକରେ ଯେଉଁ ଫଟୋ ଥିଲା ଓ ଯୁବତୀଙ୍କର ପ୍ରକୃତ ଫଟୋ ମ୍ୟାଚ କରୁନଥିଲା।ଆମେ ତାଙ୍କ ଆକାଉଣ୍ଟ ସବୁ ସିଜ କରିଦେଇଛୁ।ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗ୍ରାମର ପ୍ରିୟଙ୍କା।ଗଲା ଦୁଇ ବର୍ଷ ଧରି ରାଜଧାନୀରେ ବିଭିନ୍ନ ଓୟୋ ହୋଟେଲରେ ରହି ଆସୁଥିଲେ ବୋଲି ଜଣା ପଡିଛି।

ସାଙ୍ଗମାନେ ସେ ତାର ଫେସବୁକ ଆଇଡିରେ ନିଜ ନାମ ଆଦ୍ୟାସା ସାମନ୍ତରାୟ ବା ପ୍ରାଚୀ ବୋଲି ଲେଖିଛି।ଏପରିକି ସେ ହାଇଟେକ ମେଡିକାଲ କଲେଜ ରାଉରକେଲାର ଛାତ୍ରୀ ବୋଲି ଦର୍ଶାଇ ଥିଲା।ଏହା ସହ ସେ ରାଉରକେଲାରେ ରହୁଛି ବୋଲି ଦର୍ଶାଇଥିଲା।ତାର ଆଜି ଛଦ୍ମ ପରିଚୟର ଶିକାର ହୋଇ ମିଛ କଥାରେ ପଡି ସାଢେ଼ ୬ ଲକ୍ଷ ଟଙ୍କାର ଶିକାର ହୋଇଛନ୍ତି ଜଣେ ଆଇଟି ପ୍ରଫେସନାଲ।

ସମାନ ଢଙ୍ଗରେ ଆଉ ଜଣେ ଯୁବକଙ୍କୁ ୪ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ ପ୍ରିୟଙ୍କା।ପ୍ରଶ୍ନ ଉଠୁଛି ବିନା ସାମ୍ନା ସାମ୍ନା ଦେଖାରେ କେମିତି ଲକ୍ଷ ଲକ୍ଷ ଟଙ୍କା ଦେଇ ଦେଇଥିଲେ ଲୁଟର ଶିକାର ବ୍ୟକ୍ତି? ଜଣା ପଡ଼ିଛି ଯେ ଧରା ନ ପଡ଼ିବା ପାଇଁ ପ୍ରିୟଙ୍କା ଟଙ୍କା ଆଣିବାକୁ ନିଜେ ନ ଯାଇ ଅନ୍ୟ ସୁନ୍ଦରୀ ଝିଅଙ୍କୁ ପଠାଉଥିଲେ।

କେତେକ କେସରେ ନିଜକୁ ପ୍ରିୟଙ୍କାର ଭଉଣୀ ପରିଚୟ ଦେଇ ନିଜେ ଟଙ୍କା ଆଣୁଥିଲା।କେହି ସନ୍ଦେହ କରି ଭିଡିଓ କଲ କଲେ ବାହାନା କରି ଖସି ଯାଉଥିଲା କିମ୍ୱା ଚେହେରା ଦେଖାଉନଥିଲା।ମିସ ୪୨୦ ପ୍ରିୟଙ୍କା ଙ୍କ ର ଏହି ରାକେଟରେ କିଛି ଯୁବତୀ ଓ କିଛି ଲୋକ ସାମିଲ ଥିବା ସନ୍ଦେହ କରା ଯାଉଛି। ପୋଲିସ ତା ଠାରୁ ୧ ଲକ୍ଷ ୩୩ ହଜାର ନଗଦ ଟଙ୍କା, ବ୍ୟାଙ୍କ ପାସବୁକ, ଏଟିଏମ କାର୍ଡ ଓ ମୋବାଇଲ ଫୋନ ଜବତ କରାଯାଇଛି।ତାକୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରୁଛି ପୋଲିସ।

Leave a Reply

Your email address will not be published. Required fields are marked *